ହେଡଲାଇନସ୍:

କଲଭର୍ଟ ପୋଲ ତଳୁ ଲେଣ୍ଡମାଇନ ଜବତ: ୫୦କେଜି ଓଜନର ୨ଟି ଲ୍ୟାଣ୍ଡମାଇନ୍‍ସ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଡବା ଥାନାର ଝିଲିକି ଗ୍ରାମ ନିକଟସ୍ଥ ଅନ୍ଧାରଘାଟି ରାସ୍ତାରେ ଏକ କଲଭର୍ଟ ପୋଲ ତଳୁ କଲଭର୍ଟକୁ ଉଡାଇବା ପାଇଁ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ୫୦ କେଜି ଓଜନର ଏବଂ ୫୦ମିଟର ବିଷ୍ପୋରକ ତାର ଠାବ କରି ଜବତ କରିଛନ୍ତି । ଏସପି  ସାରା ଶର୍ମା ଏ ଘଟଣା ସମ୍ପର୍କରେ ସୂଚନା ଦେଇ ସାମ୍ୱାଦିକ ମାନଙ୍କୁ କହିଛନ୍ତି ଯେ ମାଓ ପ୍ରବଣ ଅଡବା ଥାନା ଅଞ୍ଚଳରେ ନିର୍ବାଚନ ପାଇଁ ପୋଲିଂ ପାର୍ଟି ଭୋଟ ଦାନ କେନ୍ଦ୍ରକୁ ଯାଉଥିବା ବେଳେ ତାକୁ ଟାର୍ଗେଟ କରି ମାଓ ବାଦୀ ମାନଙ୍କ ପକ୍ଷରୁ ଏଭଳି ଲ୍ୟାଣ୍ଡ ମାଇନସ ଖଞ୍ଜା ଯାଇଥିବା ସନ୍ଦେହ କରାଯାଉଛି ।

ଏଭଳି ଘଟଣା ପୂର୍ବ ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ଓ ଏସ ଏସ ବିଏନ ସୁରକ୍ଷା କର୍ମୀ ସହ ବୋମା ନିଷ୍କ୍ରିୟ ଦଳ ପହଞ୍ଚିଥିଲେ । ସର୍ଚ୍ଚ ଅପରେଶନ କରିବା ପରେ କଲଭର୍ଟ ଉଡାଇବା ପାଇଁ ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନସ ଠାବ କରି ଜବତ କରିଥିଲେ ଏବଂ ପରେ ତାକୁ ନିଷ୍କ୍ରିୟ କରିଥିଲେ । ଲ୍ୟାଣ୍ଡ ମାଇନସ ଜବତ କରିବା ପରେ ସୁରକ୍ଷା କର୍ମୀଙ୍କ ପକ୍ଷୁର କମ୍ୱିଂ ଓ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛିଛି । ଏହା ନିଶ୍ଚିତ ଭାବେ ମାଓବାଦୀ ମାନେ ନିର୍ବାଚନର ମତଦାନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏଭଳି ଉଦ୍ୟମ କରିଥିବା ପୋଲିସ ସନ୍ଦେହ କରୁଛି ବୋଲି ଏସପି ସାରା ଶର୍ମା କହିଛନ୍ତି 

0
0
0
s2sdefault