ହେଡଲାଇନସ୍:

ଜେଲରେ  ଆଇନ ସଚେତନତା କାର୍ଯ୍ୟକ୍ରମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରଶାସକ)-ଆଜି ପୂର୍ବାହ୍ନରେ ସୋହେଲା ସବଜେଲ ପରିସରରେ ତାଲୁକ ଆଇନ ସେବା ସମିତି ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ  ହୋଇଥିଲା । ଏଥିରେ ସେବା ସମିତିର ଅଧ୍ୟକ୍ଷା ତଥା ଜେଏମ୍ଏଫସି  ଶ୍ରୀମତୀ ଶାନ୍ତା ସାମଲ ପୌରହିତ୍ୟ କରିଥିଲେ । ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଆଡଭୋକେଟ ଅଶୋକ କୁମାର ବାରିକ । ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ ପ୍ରମୋଦ କୁମାର ସାହୁ ଓ ଭାରପ୍ରାପ୍ତ ଜେଲ ସୁପରିନଟେଡେଣ୍ଡ ଗଗନ ବିହାରୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ଜାଣତରେ ହେଉ କି ଅଜାଣତରେ ମଣିଷ ଭୁଲ କରି ଜେଲ ଜୀବନ ଅତିବାହିତ କରିଥାଏ । ଏହାକୁ ଆଜିକାଲି ଜେଲ ପରିବର୍ତେ ଏକ ସୁଧାର ଗୃହ କୁହାଯାଉଛି । ଏଠାରେ ରହି ବ୍ୟକ୍ତିର ଆଚରଣ ଓ ବ୍ୟବହାର ବଦଳିଯାଇ  ପରବର୍ତୀ ଜୀବନ ଉପରେ ପ୍ରଭାବ ପକାଇଥାଏ ବୋଲି ବକ୍ତାମାନେ କହିଥିଲେ । ସେବା ସଂସ୍ଥାର ଅଧ୍ୟକ୍ଷା ଶ୍ରୀମତୀ ସାମଲ ଆଇନକୁ ମାନି ଚଳିବା ପାଇଁ ପରାମର୍ଶ ଦେବା ସହିତ ଆଇନର ବିଭିନ୍ନ ଦିଗ ଏବଂ ତାଲୁକ ଆଇନ ସେବା ସମିତିର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ବାରିକ,ସୁରେନ୍ଦ୍ର ପଣ୍ଡା,ଜୟନ୍ତ ଆଚାର୍ଯ୍ୟ,ବିକାଶ ଚନ୍ଦ୍ର ନାୟକ,ସୁଶାନ୍ତ ପାଣିଗ୍ରାହୀ,ପ୍ରମୋଦ ସାହୁ,ଜୟନ୍ତ ପାତ୍ର,ରବିନ୍ଦ୍ର ସାହୁ ଓ ପ୍ରଫୁଲ୍ଲ ମିଶ୍ର ପ୍ରମୁଖ ଓକିଲ ଯୋଗ ଦେଇଥିଲେ । ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜେଲରେ ଥିବା ଅନ୍ତେବାସୀ ତଥା ଜେଲ କର୍ମଚାରୀମାନେ ଯୋଗ ଦେଇଥିଲେ । 

0
0
0
s2sdefault