ବଡ଼ବିଲ(ଚିତ୍ତରଞ୍ଜନ କର) : ଓଡ଼ିଶାର ବ୍ୟୟ ବହୁଳ ନିର୍ବାଚନ ମଣ୍ଡଳୀ ଚମ୍ପୁଆ ବିଧାନସଭା ଆସନ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଏଠାରେ କିପରି ନିରପେକ୍ଷ ନିର୍ବାଚନ ହୋଇ ପାରିବ ସେଥି ନିମନ୍ତେ ପୋଲିସ ପ୍ରଶାସନ ସଜାଗ ହୋଇଛି। ଆଜି ବଡ଼ବିଲ ପୋଲିସ ତରଫରୁ ଭଦ୍ରାସାହି ପଂଚାୟତ ଓ ଆଖପାଖ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇ ଥିବାର ଖବର ମିଳିଛି। ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶଙ୍କ ନିର୍ଦେଶରେ ବଡ଼ବିଲ ପୋଲିସ ଓ ୪ର୍ଥ ବାଟାଲିୟନ ମିଳିତ ଭାବରେ ଭଦ୍ରାସାହି ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଥିବାର ଜଣାପଡିଛି।
ରାଜ୍ୟ
ଆଗାମୀ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ : ବଡ଼ବିଲ ପୋଲିସର ଫ୍ଲାଗ ମାର୍ଚ୍ଚ
- Hits: 1332
