ହେଡଲାଇନସ୍:

ଜଗତସିଂହପୁର:ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଶାନ୍ତ ମୁଦୁଲି: ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ୧୯ପ୍ରାର୍ଥୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତିର୍ତ୍ତୋଲ/ଜଗତସିଂହପୁର:ରମେଶ ମହାନ୍ତି -ନାମାଙ୍କନପତ୍ର ଦାଖଲର ଶେଷ ଦିବସରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୁଦାୟ ୧୯ ପ୍ରାର୍ଥୀ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।ଏଥି ମଧ୍ୟରୁ ଜଗତସିଂହପୁର ସାଂସଦ ପାଇଁ ୬ପ୍ରାର୍ଥୀ ଓ ବିଧାନସଭା ଆସନ ପ୍ରାର୍ଥୀ ଭାବେ ୧୩ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ମଙ୍ଗଳବାର ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଜଗତସିଂହପୁର ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରଶାନ୍ତ କୁମାର ମୁଦୁଲି ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ଆସିବା ବେଳେ ଜଗତସିଂହପୁର ସହର ଏକପ୍ରକାର ଜନ ସମୁଦ୍ରରେ ପରିଣତ ହୋଇଯାଇଥିଲା। ଏପରି ଏକ ବିଶାଳ ଶୋଭାଯାତ୍ରାକୁ ଦେଖି ବିରୋଧୀଙ୍କ ଜିତିବାର ଆଶା ମଉଳି ଯାଇଥିବା କୁହାଯାଉଛି।ଶ୍ରୀ ମୁଦୁଲି  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ସେହିପରି ତିର୍ତ୍ତୋଲ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ଦେବୀ ପ୍ରସାଦ ମଲ୍ଲିକ ନାମାଙ୍କନପତ୍ର ଦାଖଲ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଆଜି ଜଗତସିଂହପୁର ସାଂସଦ ପ୍ରାର୍ଥୀ ଭାବେ ଫ୍ରି ଥଟ୍ ପାର୍ଟି ଅଫ୍ ଇଣ୍ଡିଆର ପ୍ରାର୍ଥୀ ଭାବେ ଅନିଲ କୁମାର ବେହେରା,ଆମ୍ବେଦ କରିତ ପାର୍ଟି ଅଫ୍ ଇଣ୍ଡିଆର ପ୍ରାର୍ଥୀ ଭାବେ ପୀୟୁଷ ଦାସ,ଅଖିଳ ଭାରତ ହିନ୍ଦୁ ମହାସଭା ପାର୍ଟିର ପ୍ରାର୍ଥୀ ଭାବେ ଦିପକ ଦାସ,ଜୟପ୍ରକାଶ ଜନତା ଦଳର ପ୍ରାର୍ଥୀ ଭାବେ ଜଗନ୍ନାଥ ମେଘ,ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ଭାବେ ବିଭୂତି ଭୂଷଣ ଦାସ,ସ୍ୱାଧୀନ ପ୍ରାର୍ଥୀନୀ ଭାବେ ସସ୍ମିତା ଦାସ ପ୍ରମୁଖ ଆଜି ସାଂସଦ ପ୍ରାର୍ଥୀ ଭାବେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।ସେହିପରି ପାରାଦ୍ବୀପ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଆମ୍ବେଦକର ଜାତୀୟ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଭାବେ ଦିପ୍ତି ରଂଜନ ନାୟକ,ସ୍ୱାଧୀନ ପ୍ରାର୍ଥୀ ଭାବେ ବଲ୍ଲଭ କର, ଓ ଅନୁପ କୁମାର ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ବହୁଜନ ସମାଜ ପାର୍ଟିରୁ ବିଧାୟକ ପ୍ରାର୍ଥୀ ଭାବେ ରବିନ୍ଦ୍ର ନାଥ ସେଠୀ ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଜାତୀୟବାଦୀ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଭାବେ ବିକ୍ରମ କୁମାର ସ୍ବାଇଁ,ଅନାରକ୍ଷିତ ସମାଜ ପାର୍ଟିର ପ୍ରାର୍ଥୀ ଭାବେ ମୃତ୍ଯୁନ୍ଜୟ ସ୍ୱାଇଁ,ଇଣ୍ଡିଆନ ସିଟିଜେନସ ପାର୍ଟିର ପ୍ରାର୍ଥୀ ଭାବେ ବିରବର ଦଳାଇ,ସ୍ୱାଧୀନ ପ୍ରାର୍ଥୀ ଭାବେ ଉମାକାନ୍ତ ପରିଡା ପ୍ରମୁଖ ବିଧାୟକ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ସେହିପରି ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀନୀ ଭାବେ ପରିନା ବିବି,ଜୟପ୍ରକାଶ ଜନତା ଦଳର ପ୍ରାର୍ଥୀନୀ ଭାବେ ସୌଭାଗିନୀ ବେହେରା,ଇଣ୍ଡିଆନ ସିଟିଜେନସ ପାର୍ଟିର ପ୍ରାର୍ଥୀ ଭାବେ ନୃସିଂହ ଚରଣ ବାରିକ ପ୍ରମୁଖ ବିଧାୟକ ପ୍ରାର୍ଥୀ ଭାବେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।  ନାମାଙ୍କନପତ୍ର ଦାଖଲ ଆରମ୍ଭରୁ ଶେଷ ଦିବସ ସୁଦ୍ଧା ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ନିମନ୍ତେ ସାଂସଦ ପ୍ରାର୍ଥୀ ଭାବେ ସମୁଦାୟ ୯ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପାରାଦ୍ବୀପ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ୯ଜଣ ପ୍ରାର୍ଥୀ,ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ୪ଜଣ ପ୍ରାର୍ଥୀ, ବାଲିକୁଦା/ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ୯ଜଣ ପ୍ରାର୍ଥୀ,ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ୭ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି।

0
0
0
s2sdefault