ହେଡଲାଇନସ୍:

ବୃହତ୍ ଉଠାଜଳସେଚନ  ପ୍ରକଳ୍ପର କାର୍ଯ୍ୟ ହେବ ତ୍ୱରାନ୍ୱିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

*କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନକୁ ଅଗ୍ରାଧିକାର ଦେବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

* ଅଧିକ କର୍ମଚାରୀ ଏବଂ ଯନ୍ତ୍ରପାତି ନିୟୋଜନ କରିବାକୁ କାର୍ଯ୍ୟାନ୍ୱୟନ ସଂସ୍ଥାଙ୍କୁ ନିର୍ଦ୍ଦେଶ

*ପ୍ରତି ସୋମବାର ଦିନ ପ୍ରମୁଖ ଶାସନ ସଚିବ କରିବେ ସମୀକ୍ଷା

ଭୂବନେଶ୍ୱର : ନୂତନ କୃଷି ପଦ୍ଧତିର ସଂପ୍ରସାରଣ ଏବଂ କୃଷକମାନଙ୍କ ଆୟର ବୃଦ୍ଧି ନିମନ୍ତେ ରାଜ୍ୟରେ ଆରମ୍ଭ କରାଯାଇଥିବା ବୃହତ୍ଉ ଠାଜଳସେଚନ ପ୍ରକଳ୍ପ (ମେଗା ଲିଫଫି ପ୍ରୋଜେକଫ)ର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇଛି । କାର୍ଯ୍ୟର ଅଗ୍ରଗତି ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ସମୀକ୍ଷା କରି କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ବେଳେ ସୃଷ୍ଟି ହେଉଥିବା ପ୍ରତିବନ୍ଧକଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍.ପି.ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକଳ୍ପଓ୍ୱାରୀ କାର୍ଯ୍ୟର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ପ୍ରତି ପ୍ରକଳ୍ପର ପୂର୍ଣ୍ଣାଙ୍ଗ ଓ କାର୍ଯ୍ୟକ୍ଷମ ନିମନ୍ତେ ସମୟସୀମା ନିର୍ଦ୍ଧାରଣ କରିଥିଲେ । ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ଶେଷ କରିବାକୁ କାର୍ଯ୍ୟାନ୍ୱୟନ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେବା ସହ ସେଥିପାଇଁ ଅଧିକ ଶ୍ରମିକ, କର୍ମଚାରୀ ଓ ଯନ୍ତ୍ରପାତି ନିୟୋଜନ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଜଳସେଚନ କୃଷି କାର୍ଯ୍ୟର ଏକ ମୌଳିକ ଆବଶ୍ୟକତା ହୋଇଥିବାରୁ ଏହି ପ୍ରକଳ୍ପରେ ବିଳମ୍ବ ଗ୍ରହଣୀୟ ନୁହେଁ ବୋଲି ଠିକାଦାର ସଂସ୍ଥାମାନଙ୍କୁ ଶ୍ରୀ ପାଢ଼ୀ ସ୍ପଷ୍ଟ କରିଦେଇଥିଲେ ।

 ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଜଳସେଚନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କାର୍ଯ୍ୟାନ୍ୱୟନର ସଦ୍ୟତନ ତଥ୍ୟ ଏବଂ ତତ୍ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ପ୍ରମୁଖ ଶାସନ ସଚିବ ପ୍ରତି ସୋମବାର ଦିନ କାର୍ଯ୍ୟାନ୍ୱୟନ ସଂସ୍ଥାମାନଙ୍କର ବରିଷ୍ଠ ପ୍ରତିନିଧିମାନଙ୍କ ସହ ସମନ୍ୱୟ ବୈଠକ କରି କାର୍ଯ୍ୟାନ୍ୱୟନକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ପ୍ରମୁଖ ଶାସନ ସଚିବ ଶ୍ରୀ ଜେନା ଜଣାଇଥିଲେ ଯେ ଅନୁଗୁଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ସୁନ୍ଦରଗଡ଼, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା,କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର ଓ କୋରାପୁଟ ଆଦି ଜିଲ୍ଲାରେ ସମୁଦାୟ ୬୫୨୪ କୋଟି ଟଙ୍କାର ବ୍ୟୟ ଅଟକଳରେ ୧୯୮ଟି ପ୍ରକଳ୍ପ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପ୍ରାୟ ୨ ଲକ୍ଷ ୬୦ ହଜାର ହେକଫର ଜମି ଜଳସେଚିତ ହେବ । ବର୍ତ୍ତମାନ ସୁଦ୍ଧା ୧୭୦ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ।ଅବଶିଷ୍ଟ ୨୮ଟି ପ୍ରକଳ୍ପର ଟେଣ୍ଡରିଂ ପ୍ରକି୍ରୟା ୧ ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ ।

 ଆରମ୍ଭ ହୋଇଥ#ବା ୧୭୦ଟି ପ୍ରକଳ୍ପ ମଧ୍ୟରୁ ୭୦ଟିର କାର୍ଯ୍ୟ ୨୦୧୮ ମସିହା ମାର୍ଚ୍ଚ ମାସ ସୁଦ୍ଧା ପୂର୍ଣ୍ଣାଙ୍ଗକରିବାକୁ ବୈଠକରେ ସ୍ଥିର ହୋଇଥ#ଲା । ଏହି ୭୦ଟି ପ୍ରକଳ୍ପ ମାଧ୍ୟମରେ ୧ ଲକ୍ଷ ହେକଫର ଜମିକୁ ଜଳ ଯୋଗାଯାଇ ପାରିବ । ତା'ଛଡ଼ା ଆଉ ୪୦ଟି ପ୍ରକଳ୍ପକୁ ୨୦୧୮ ମସିହା ଜୁନ୍ ମାସ ଏବଂ ଅବଶିଷ୍ଟ ପ୍ରକଳ୍ପକୁ ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା ।

 ଯେଉଁ ଅଞ୍ଚଳମାନଙ୍କରେ ମେଗା ଲିଫଫି ସ୍କିମ୍ କରାଯାଉଛି ସେଠାକାର କୃଷକମାନଙ୍କୁ ନେଇ ପାଣି ପଞ୍ଚାୟତ ଗଠନ କରିବା ସହ ଜଳ ବିନିଯୋଗର ଦକ୍ଷତା ବଢ଼ାଇବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା । କୃଷକମାନଙ୍କ ମଧ୍ୟରେ ବହୁମୁଖୀ ଚାଷର କୌଶଳ, ଅର୍ଥକରୀ ଫସଲଚାଷ, ଆଧୁନିକ ସିଞ୍ଚନ ପ୍ରଣାଳୀ, ଜୈବସାରର ବ୍ୟବହାର  ଆଦି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କାର୍ଯ୍ୟାନ୍ୱୟନ ସଂସ୍ଥା ଏବଂ କୃଷି ଓକୃଷକ କଲ୍ୟାଣ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

 ଏସବୁ ବିଷୟରେ କ୍ଷେତ୍ରସ୍ତରୀୟ ପ୍ରଦର୍ଶନୀର ବ୍ୟବସ୍ଥା କରିବା ସହ ଉନ୍ନତ ଜଳସେଚନ ପ୍ରଣାଳୀରେ ବହୁମୁଖୀ ଚାଷ କରାଯାଉଥିବା ଅଞ୍ଚଳକୁ କୃଷକମାନଙ୍କୁ ପରିଭ୍ରମଣରେ ନେବା ନିମନ୍ତେ ମଧ୍ୟ ବୈଠକରେ ସ୍ଥିର ହୋଇଥିଲା ।  ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ହେମନ୍ତ କୁମାର ବେହେରା, ଇଂଜିନିୟର ଇନ୍ ଚିଫ୍ ଦେବାଶିଷ ମହାନ୍ତି, ମୁଖ୍ୟଯନ୍ତ୍ରୀ ସତ୍ୟବ୍ରତ ମିଶ୍ରଙ୍କ ସମେତ ଏଲ୍. ଆଣ୍ଡ. ଟି. ମେଘା ଇଂଜିନିୟରିଂ ଏବଂ ଜି.ଭି.ପି.ଆର୍. ଆଦି କାର୍ଯ୍ୟାନ୍ୱୟନ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

 

0
0
0
s2sdefault