ହେଡଲାଇନସ୍:

ମହିଳା ସ୍ନାତକୋ ମହାବିଦ୍ୟାଳୟର ଶତାଧିକ ନୂତନ ଛାତ୍ରୀଭୋଟରଙ୍କୁ ନେଇ ଭୋଟଦାନ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବର୍ତ୍ତମାନ ସମଗ୍ର ଦେଶରେ ସାଧାରଣ ନିର୍ବାଚନର ଉଷ୍ମତା ଲାଗିରହିଛି । ଚଳିତ ନିର୍ବାଚନରେ ବହୁ ସଂଖ୍ୟାରେ ନୂତନ ଭୋଟର ଭୋଟ ଦେଇ ଦେଶ ଓ ରାଜ୍ୟର ଆଗାମୀ ୫ବର୍ଷର ଶାସକଙ୍କୁ ନିର୍ବାଚିତ କରିବେ । ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକୋ ମହିଳା ମହାବିଦ୍ୟାଳୟରେ ଶତାଧିକ ନୁତନ ଛାତ୍ରୀ ଭୋଟର ମାନଙ୍କୁ ନେଇ ଏକ ମତଦାତା ଓ ମତଦାନ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି  ।

ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ:ରୀନା ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପ୍ରଥମ ଥର ପାଇଁ ଚଳିତ ନିର୍ବାଚନରେ ଭୋଟଦେବାକୁ ଥିବା ମହିଳା ବିଦ୍ୟାଳୟର ଶତାଧିକ ନୂତନ ଛାତ୍ରୀ ଭୋଟର ମାନଙ୍କୁ ସ୍ୱାଗତ କରିବା ସହ ନିର୍ବାଚନର ନିଜର ମତ ସାବ୍ୟସ୍ତ କରି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ଉତ୍ସାହିତ କରିଥିଲେ ।

ଅନ୍ୟପକ୍ଷରେ ଦେଶକୁ ଦୃଢ ଶାସନ ଦେବା ପାଇଁ କୈଣସି ପ୍ରଲୋଭନର ଶିକାର ନ ହୋଇ ନିର୍ଭୟର ସହ ନିର୍ଭୁଲ ଭାବେ ନିଜ ମନପସନ୍ଦର ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଭୋଟ ଦେବା ଆମରଯେ କେବଳ ସାମ୍ୱିଧାନିକ ଅଧିକାର, ତାହା ସହିତ ଏହା ଆମର ନୈତିକ ଓ ମୌଳିକ ଅଧିକାର ହୋଇଥିବା ଯୋଗୁଁ ଶତପ୍ରତିଶତ ଭୋଟ ଦାନ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଡ:ଭାରତୀ ପାଣିଗ୍ରାହୀ ୧୮ ବର୍ଷ ହେବା ପରେ ଜଣେ ଭୋଟର କିଭଳି ଓ କେଉଁ ପ୍ରକାରେ ମତ ସାବ୍ୟସ୍ତ କରିବେ ତାହା ବୁଝାଇ ସଚେତନ କରାଇଥିଲେ । ନିର୍ବାଚନର ସଂକ୍ରାନ୍ତରେ ପ୍ରଥମ କରି ଚଳିତ ନିର୍ବାଚନରେ ପ୍ରିଜାଇଡିଂ ଅଧିକାରୀଙ୍କୁ ଦାୟିତ୍ୱ ତୁଲାଇବାର ପ୍ରଶିକ୍ଷଣ ନେଇଥିବା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ବରଦା ଆଚାର୍ଯ୍ୟ ଏବଂ ସି.ଏଚ. ନିର୍ମଳା ପ୍ରମୁଖ ମଞ୍ଚାସୀନ ହୋଇ ନୂତନ ଛାତ୍ରୀ ଭୋଟର ମାନଙ୍କୁ ମୁଖ୍ୟତଃ ଭୋଟଦାନ କେନ୍ଦ୍ର ବ୍ୟବସ୍ଥା , ପ୍ରଥମ କରି ବ୍ୟବହାର ହେବାକୁ ଥିବା ଇ.ଭି.ଏମ-ଭି.ଭି ପାର୍ଟର ପରିଚାଳନା , ସେଥିରେ ଭୋଟ କିଭଳି ଦେବେ, ନିଜର ଗୁପ୍ତ ମୂଲ୍ୟବାନ ଭୋଟକୁ ଦେଇସାରିବା ପରେ କାହାକୁ ନଜଣାଇବା, ଭୋଟଦାନ କେନ୍ଦ୍ରକୁ ଯିବା ବେଳେ ଭୋଟପରିଚୟ ପତ୍ର ସାଙ୍ଗରେ ଧରିଯିବା, ଭୋଟର ପରିଚୟ ପତ୍ର ନ ନେଇଥିଲେ ତା ବଦଳରେ ପାସପୋର୍ଟ, ସ୍ମାର୍ଟକାର୍ଡ,ଜବ୍‍କାର୍ଡ, ସ୍ୱାସ୍ଥ୍ୟବୀମା ସ୍ମାର୍ଟକାର୍ଡ, ଫୋଟଥିବା ପେନସନ, ଦସ୍ତାବିଜ, ଡ୍ରାଇଭିଂ ଲାଇସେନ୍‍ସ , ଫଟୋ ଥିବା ସରକାରୀ କାର୍ଯ୍ୟ କ୍ଷେତ୍ରର ପରିଚୟ ପତ୍ର, ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ ଓ ପୋଷ୍ଟ ଅଫିସ ପାସ୍‍ବୁକ , ଆଧାରକାର୍ଡ,ସାଂସଦ କିମ୍ୱା ବିଧାୟକଙ୍କ ପରିଚୟ ପତ୍ର, ପାନ କାର୍ଡ  କେଉଁଟା ଗୋଟିଏ ଧରି ଯିବାକୁ ହେବ ବୁଝାଇଥିଲେ । ଚଳିତ ନିର୍ବାଚନରେ ନୂତନ ଭୋଟର ଭାବେ ପ୍ରଥମ ଥର ଭୋଟ ଦେବାକୁ ଥିବା ଛାତ୍ରୀ ଭୋଟର ମାନେ ଅତ୍ୟାଧିକ ଉତ୍ସାହିତ ଥିବା ସହ କେମିତି ଆଉ କାହାକୁ ନିଜର ଭୋଟ ଦେବେ ସେ ସମ୍ପର୍କରେ ନିଜର ଉତ୍କଣ୍ଠା ପ୍ରକାଶ କରିଥିଲେ ।  

 

 

 

0
0
0
s2sdefault