ହେଡଲାଇନସ୍:

ନର୍ସିଂ ସେବା ସଂଘର ଅହୋରାତ୍ର ଧାରଣା:  ସେବା କାର୍ଯ୍ୟ ବନ୍ଦ ପାଇଁ ଧମକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦାବୀ ପୂରଣ ନହେଲେ ଜିଲ୍ଲାସ୍ତରରେ ଧାରଣା ଦିଆଯିବ

ଭୁବନେଶ୍ୱର/ CHAKRADHAR MAJHI   : ବିଧାନ ସଭା ସମ୍ମୁଖରେ ନର୍ସିଂ ଆସୋସିଏସନ ପକ୍ଷରୁ •ଲିଥିବା ଧାରଣା ଆଜି ୨ୟ ଦିନରେ ପହଁଚୁଛି । ଦୀର୍ଘ ବର୍ଷ ହେଲା ସରକାରଙ୍କ ପାତର ଅନ୍ତର ନୀତିର ଶିକାର ହୋଇଥିବା ନର୍ସିଂ କର୍ମଚାରୀମାନଙ୍କ ଆନ୍ଦୋଳନ କାର୍ଯ୍ୟକ୍ରମ ଫଳରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି । ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ଏହି ଆନ୍ଦୋଳନ  କ୍ରମଶଃ ଜିଲ୍ଲାସ୍ତରକୁ ବ୍ୟାପିବାରେ ଲାଗିଲାଣି । ଫଳରେ ଏସ୍.ସି.ବି. ମେଡ଼ିକାଲ କଲେଜ ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ କାର୍ଯ୍ୟରତ ନର୍ସିଂ କର୍ମଚାରୀ ମାନଙ୍କର ଆନ୍ଦୋଳନ  ଯୋଗୁ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ଜାଣି ନଜାଣିବା ପରି ଅଭିନୟ କରିବା ଯୋଗୁ ସାଧାରଣ ଲୋକ ସମସ୍ୟାର ସମ୍ମୁଖୀନ ହେଉଥିବା  ଅଭିଯୋଗ । 

ସଂଘର ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ସଚିବ ଗତ କାଲି ଆଲୋଚନାକୁ ଡ଼ାକିଥିଲେ, ମାତ୍ର ୬ ମାସ ଭିତରେ ଦାବୀ ପୂରଣ ହେବ ବୋଲି କହିଥିଲେ । ତେବେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଏମିତି ପ୍ରତିଶ୍ରୁତି ବହୁ ପୁରୁଣା । ଏଣୁ ସଂଘର ନିଷ୍ପତ୍ତି କ୍ରମେ ଆନେ୍ଦାଳନକୁ ଆଗାମୀ ଦିନରେ ଆହୁରି ବ୍ୟାପକ ଓ ଜୋରଦାର କରାଯିବ । ଏଥିଯୋଗୁ ସାଧାରଣ ଲୋକମାନଙ୍କର ଯେଉଁ ଅସୁବିଧା ହେଉ, ସ୍ୱାସ୍ଥ୍ୟ ବିଭାଗ ଦାୟୀ ରହିବ । ବିଧାନ ସଭା ସମ୍ମୁଖରେ ଅହୋରାତ୍ର ଧାରଣା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଘ ନିଷ୍ପତ୍ତି ନେଇଥିବା ଶ୍ରୀମତୀ ମହାନ୍ତି କହିଛନ୍ତି ।

 ସ୍ୱାସ୍ଥ୍ୟ ବିଭାଗରେ ନର୍ସିଂ କର୍ମଚାରୀ ଭାବରେ ନିଯୁକ୍ତି ପାଇଥିଲେ ମଧ୍ୟ ରାଜ୍ୟ ସରକାର ଏକାଧିକ ପ୍ରକଳ୍ପ ମାଧ୍ୟମରେ ନିୟୋଜିତ କରିଛନ୍ତି । ନର୍ସ ମାନଙ୍କର ବହୁବିଧ ସମସ୍ୟା ରହିଛି । ରାଜ୍ୟ ସରକାରଙ୍କୁ ୧୦ ଦଫା ଦାବି ନେଇ ବହୁବାର ଜଣାଯାଇଥିଲେ ମଧ୍ୟ ଗତ ବର୍ଷ ୩ଟି ଦାବୀ ପୂରଣ କରିବା ପାଇଁ ବିଭାଗୀୟ ସଚିବ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ସେହି ପ୍ରତିଶ୍ରୁତିକୁ ସରକାର ପୂରଣ କଲେ ନାହିଁ । ଅପରପକ୍ଷରେ ଆନ୍ଦୋଳନ  ଡାକରା ଦେଲେ ଛଟେଇ କରିବାର  ଧମକ ଦିଆଯାଉଛି । ଅନ୍ୟ ବିଭାଗ କର୍ମଚାରୀମାନଙ୍କ ଦାବୀ ପୂରଣ କରୁଥିବା ବେଳେ ନର୍ସିଂ କର୍ମଚାରୀମାନଙ୍କ ପ୍ରତି ସରକାରଙ୍କ କଠୋର ଓ ବୈମାତୃକ ମନୋଭାବ କାହିଁକି? ସରକାର ତୁରନ୍ତ ଦାବୀଗୁଡ଼ିକୁ ମାନି ନିଅନ୍ତୁ, ନନେଲେ ଆଗାମୀ ଦିନରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ବ୍ୟାହତ କରାଯିବା ସହ ଆନେ୍ଦାଳକୁ ବ୍ୟାପକ କରାଯିବ ବୋଲି ଶ୍ରୀମତୀ ମହାନ୍ତି ଚେତାବନୀ ଦେଇଛନ୍ତି । ସଂଘର କେତେକ ପ୍ରମୁଖ ଦାବି ଦୁଡ଼ିକ ହେଲା ଷ୍ଟାଫ ନର୍ସଙ୍କୁ ୬ବର୍ଷ ପରେ ନିୟମିତ କରିବା ,ସମାନ କାମକୁ ସମାନ ଦରମା ପ୍ରଦାନ, ଠିକ୍ ସମୟରେ ପଦୋନ୍ନତି, ଆର.ଏ.ସି.ପି. ୧.୧.୨୦୧୩ରୁ ପ୍ରଦାନ କରିବା , କାର୍ଯ୍ୟରେ ଥିବା ସମୟରେ ସୁରକ୍ଷା ଯୋଗାଇଦେବା, କ୍ୟାମ୍ପସରେ ଘରଭଡ଼ା ଯୋଗାଇଦେବା, ନର୍ସିଂ ସେବାରେ ଠିକା ବ୍ୟବସ୍ଥା ଉଚ୍ଛେଦ କରିବା ।

0
0
0
s2sdefault