ମହର୍ଷି ଗୁରୁକୂଳ ପ୍ରାଙ୍ଗଣରେ ବିଦାୟୀ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

          ଗୁଣପୁରରୁ ସିଦ୍ଧାର୍ଥ ଦାଶ: ସ୍ଥାନୀୟ ବଳରାମ ନଗର ସ୍ଥିତ ମହର୍ଷି ଗୁରୁକୂଳ +୨ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବିଦାୟୀ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ମହା ଆଡମ୍ବରେ ଆୟୋଜିତ ହୋଇଯାଇଛି । ସଭା ଆରମ୍ଭରେ ଅନୁଷ୍ଠାନର ସଭାପତି ଶ୍ରୀ ସନ୍ତୋଷ କୁମାର ଗୁରୁ, ସମ୍ପାଦକ ରାଜେଶ କୁମାର ପଣ୍ଡା, ଅର୍ଥ ନିର୍ଦେଶକ ଲୋକନାଥ ମିଶ୍ର,ଅଧ୍ୟକ୍ଷ ଶ୍ରୀ ପ୍ରିୟବ୍ରତ ବିଷୟୀ , ସମ୍ମାନୀତ ଅତିଥୀ ଭାବେ ଶିକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ମଲ୍ଲିକ ଏବଂ ଅଧ୍ୟାପକ ସନ୍ତୋଷ କୁମାର ହୋତା ମଞ୍ଚାସୀନ ହୋଇ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ବହୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ମୂଳଦୁଆକୁ ସୁଦୃଢ କରିବାକୁ ଯାଇ ପରିଚାଳନା ସମିତି ଦ୍ୱାରା ନିଆ ଯାଉଥିବା ଦୃଢ଼ ପଦକ୍ଷେପ ସେମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ସମ୍ପାଦକ ଶ୍ରୀ ପଣ୍ଡା ପ୍ରକାଶ କରିଥିଲ । ଅନେକ ଛାତ୍ରଛାତ୍ରୀ ତାଙ୍କର ଦୁଇ ବର୍ଷର ଅନୁଭୂତି ବର୍ଣ୍ଣନା କରିବା ସହ ମହା ବିଦ୍ୟାଳୟରୁ ବିଦାୟକୁ ସହଜରେ ଗ୍ରହଣ ନ କରିପାରି ଭାବ ବିହ୍ଵଳ ହୋଇ ପଡ଼ିଥିଲା । ସମସ୍ତ ବିଦାୟୀ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ । ଆକର୍ଷଣୀୟ ମଞ୍ଚ ମଜ୍ଜା ସାଙ୍ଗକୁ ନାଚ ଗୀତ ଏବଂ କ୍ଷୁଦ୍ର ଏକାଙ୍କିକା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । 

 

0
0
0
s2sdefault