ହେଡଲାଇନସ୍:

ଟିକେଟ ଆଶାୟୀ ବିଜେଡି ଛାତ୍ରନେତା କରୁଛନ୍ତି ମେଳି !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଟିକେଟ ବଣ୍ଟନକୁ ନେଇ ବିଜେଡିର ଅସନ୍ତୋଷ ଦେଖା ଦେଇଥିବା ବେଳେ ଟିକେଟ ନପାଇ କିଛି ନେତା ଦଳ ଛାଡ଼ୁଛନ୍ତି । ବାକିଥିବା ଆସନ ପାଇଁ ଅନେକ ନେତା ଲବୀ କରୁଥିବା ବେଳେ ନିଜ ନିଜ ସମର୍ଥକଙ୍କୁ ନେଇ ନବୀନ ନିବାସ ପାଖରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ଏଥିରୁ ବାଦ ପଡିନି ଛାତ୍ର ସଂଗଠନ । ଟିକେଟ ପାଇଁ ଆଶାୟୀ ହୋଇ ପଡ଼ିଥିବା ଜଣେ ରାଜ୍ୟସ୍ତରୀୟ ଛାତ୍ରନେତା ବି ବିଭିନ୍ନ ସୂତ୍ରରୁ ଦଳ ଉପରେ ଚାପ ସୃଷ୍ଟି କରୁଥିବା ବେଳେ ଛାତ୍ର ସଂଗଠନର କିଛି କର୍ମକାର୍ତ୍ତାଙ୍କୁ ଏକାଠି କରି ଏକ ମେଳି କରୁଥିବା ଚର୍ଚ୍ଚା ହେଉଛି । ଭୁବନେଶ୍ୱର ରେଳ ଷ୍ଟେସନ (ମାଷ୍ଟରକ୍ୟାଣ୍ଟିନ ଛକ) ପାଖରେ ଥିବା ଏକ ହୋଟେଲରେ ସେ କିଛି ଛାତ୍ର କର୍ମକାର୍ତ୍ତାଙ୍କୁ ଏକାଠି କରି ଆଲୋଚନା ଚଳାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଦଳର ବେତୃତ୍ବ ଉପରେ ଚାପ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଦଳ ଆଉ ସଭାପତି କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ଅପେକ୍ଷା । 

0
0
0
s2sdefault