ହେଡଲାଇନସ୍:

ଯୋଗ ବିଞ୍ଜାନ ବିଷୟରେ ଗବେଷଣା କରି ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ଡ଼ ପଣ୍ଡା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପରୁ: ଉତ୍କଳ ବିଶ୍ୱବିଦ୍ୟାଳୟର  ୪୯ତମ ସମାବର୍ତ୍ତନ ଉତ୍ସବ ଭୁବନେଶ୍ୱର ସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ଡ. ସଞ୍ଜୟ କୁମାର ପଣ୍ଡା ଯୋଗ ବିଞ୍ଜାନ ବିଷୟରେ ଗବେଷଣା କରି ରାଜ୍ୟପାଳ ତଥା କୁଳାଧୀପତି ଗଣେଷୀଲାଲଙ୍କ ଦ୍ୱାରା ବିଦ୍ୟା ବିଭୂଷଣ ଉପାଧିରେ ସମ୍ମାନୀତ ହୋଇଛନ୍ତି । ଡ. ପଣ୍ଡା ବରଗଡ ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ଏହି ଯୋଗ୍ୟତା ଅର୍ଜନ କରିଥିବାରୁ ସ୍ଥାନୀୟ ଅଂଚଳରେ ଖୁସିର ବାତାବରଣ ସୃଷ୍ଟି ହୋଇଛି  । ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିହାର ଓ ଉତ୍ତର ଓଡିଶାର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଡ. ପଣ୍ଡା, ଯୋଗ ଓ ପ୍ରାକୃତିକ ଚକି ତ୍ସି । ମାଧ୍ୟମରେ ଆଣ୍ଡୁଗଣ୍ଠି  ବାତ ଚିକିତ୍ସା ଶୀର୍ଷକ ପ୍ରବନ୍ଧରେ ଗଣେଷଣା କରିଥିଲେ  । ଉକ୍ତ ଗବେଷଣାଟି ରାୟପୁର ଆୟର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଜେ ନାଥ ଓ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ଚକ୍ରଧର ବେହେରାଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଥିଲା  । ଡ. ପଣ୍ଡା ତାଙ୍କର ଏହି ସଫଳତା ପାଇଁ ପିତା ଈଶ୍ୱର ଚନ୍ଦ୍ର ପଣ୍ଡା ଓ ମାତା କର୍ପୁର ପଣ୍ଡା ତଥା ବୋଡାସମ୍ବର ବାସୀ, ଶିକ୍ଷକ, ପରିବାର ତଥା ବନ୍ଧୁମାନଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି  । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ସୌମେନ୍ଦ୍ର ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କଳ୍ପେସ୍ ସତ୍ୟେନ୍ଦ୍ର ଜାଭେରୀ, ଏମ୍ସ୍ ଭୁବନେଶ୍ୱରର ନିର୍ଦ୍ଦେଶିକା  ପ୍ର. ଗୀତାଞ୍ଜଳି ବାତ୍ମାନାବାନେ ଆଦି ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ |

0
0
0
s2sdefault