ହେଡଲାଇନସ୍:

ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା (ସରୋଜ ସାହୁ)  – ରାୟଗଡା ଜିଲ୍ଲାସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଶାସ୍ତ୍ରୀନଗର ରାଜମାର୍ଗ ପାଶ୍ୱର୍ରେ ଅବସ୍ଥାପିତ ପ୍ରତିମୂର୍ତିରେ ସକାଳ ୭.୦୦ ଘଟିକା ସମୟରେ ସାମୁହିକ ମାଲ୍ୟାର୍ପଣ  କରାଯାଇଥିଲା ।  ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇ ଶହୀଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ସହ ତାଙ୍କର ତ୍ୟାଗପୂତ ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ସେହିପରି ଡଃ ନରେନ୍ଦ୍ର ମିଶ୍ର,ଡଃ ଦୁଷ୍ମନ୍ତ କୁମାର ମହାନ୍ତି, ଜୟରାମ ଜେନା ପ୍ରମୁଖ ମଧ୍ୟ ଲ କ୍ଷଣ ନାୟକଙ୍କ ଦେଶପ୍ରମ ଓ ତ୍ୟାଗସ୍ୱତ ଜୀବନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ନୃସିଂହନାଥ ପାଢୀ, ବାଦଲ କୁମାର ତା, ବରିଷ୍ଠ  ନାଗରିକ ଗୋପୀନାତ ସାହୁ, କେଦାର ପଣ୍ଡା, ସୁରେନ୍ଦ୍ରନାଥ ସାହୁ, ବି.କାନ୍ତା ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଗୋଷ୍ଠୀ  ଶିକ୍ଷାଧିକାରୀ ଋଜନୀକାନ୍ତ ସାମନ୍ତରାୟ, ପ୍ରଧାନ ଶିକ୍ଷୟତ୍ରୀ ପି.ଗୌଡେଶ୍ୱରୀ ସମେତ ଆରଏସସିଡବ୍ୟୁସି ଏବଂ ଶାସ୍ତ୍ରୀନଗର ଉ.ପ୍ରା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault