ହେଡଲାଇନସ୍:

ଉପଲଡାରେ ଭାଜପାର ମିଶ୍ରଣ ପର୍ବ : ବହୁ କଂଗ୍ରେସ କର୍ମୀ ଯୋଗ ଦେଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ମାନେ ଯୋଗଦେଇଛନ୍ତି । ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ପ୍ରତିଦ୍ୱନ୍ଦିତା  କରୁଥିବା ପ୍ରାର୍ଥୀ କେ. ନାରାୟଣ ରାଓଙ୍କ ଉପସ୍ଥିତିରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଧାରା ଓ ଉନ୍ନୟନ ଲୋକାଭିମୁଖୀ ଯୋଜନା ଗୁଡିକ ଉପରେ ଆସ୍ଥା ପ୍ରକଟ କରି ଦେଶକୁ ଜଣେ ଉତ୍ତମ ଡାଇନେମିକ ନେତୃତ୍ୱ ନେଇଥିବା ମୋଦିଙ୍କ ଦ୍ୱାରା ହିଁ ପାରଳା ନିର୍ବାଚନ ମଣ୍ଡଳିରେ ବିଶେଷ ବିକାଶର ଧାରା ହୋଇପାରିବ । ପ୍ରାର୍ଥୀ କେ.ନାରାୟଣ ରାଓଙ୍କ ଦ୍ୱାରା ବୋଲି ଭାଜପାରେ ସାମିଲ ହୋଇଥିଲେ । 

ପାଟିକୋଟା ଅଞ୍ଚଳର କଂଗ୍ରେସ କେଡର ତଥା ଵାର୍ଡ ସଭ୍ୟ ସସନାମ ପାପିନାଇଡୁ, ଏସ. ଭାସ୍କର ରାଓ, ଏସ. ରାମବାବୁ , ଏସ. ନାରସେୟା ଏବଂ ଏସ. ଭର୍ମା ରାଜୁ ପ୍ରମୁଖ ଭାଜପାରେ ସାମିଲ ହୋଇଥିଲେ । ସେହିଭଳି ଉପଲଡା କଂଗ୍ରେସ କେଡର ପୂର୍ବତନ ସରପଞ୍ଚ ଏଲ. ରାଣିଆମ୍ମା, ଏସ. କରୁଣାକର, ଏଲ.ସହଦେବ, ଏଲ.ପ୍ରସାଦ, ଭି.ଶୁରେଶ ଏବଂ ଭି.ଡିଲେଶ୍ୱର ରାଓ ପ୍ରମୁଖ ଭାଜପାରେ ସମର୍ଥକ ମାନଙ୍କ ସହ ସାମିଲ ହୋଇଥିଲେ । 

ସାମ୍ୱାଦିକ ମାନଙ୍କୁ ସୂଚନା ଦେଇ ଭାଜପା ପ୍ରାର୍ଥୀ କେ.ନାରାୟଣ ରାଓ କହିଥିଲେଯେ  ମୋତେ ଟିକଟ ନମିଳିବା ପରେ ମୁଁ ଭାଜପାରେ ଯୋଗ ଦେଇଥିଲି । ଯାହା ଫଳରେ ଉପଲଡା ଅଞ୍ଚଳରେ ବିଜେଡି ଦୁଇ ଭାଗ ହୋଇଯାଇଥିଲା । ଗୋଟିଏ ଗ୍ରୁପ୍‍ ମୋ ସହିତ ଥିବା ବେଳେ ଅନ୍ୟଟି ବରିଷ୍ଟ ନେତା ଧନଞ୍ଜୟଙ୍କ ସାଙ୍ଗରେ ରହିଯାଇଛି । ଅନ୍ୟ ପକ୍ଷରେ ଏµ ସରପଞ୍ଚ , ଏଲ ରାଓଙ୍କ ବଡ ଗ୍ରୁପ ଏଠାରେ ରହିଛି । ଏମାନେ ସମସ୍ତେ ଆଜି ମିଶ୍ରଣ ପର୍ବରେ ଭାଜପାରେ ସାମିଲ ହୋଇଛନ୍ତି । ଯାହା ଦ୍ୱାରା ଉପଲଡା ଗ୍ରାମର ୮୦ ଭାଗ ଲୋକ ଆମ ସହିତ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଉପଲଡା ପଞ୍ଚାୟତ ଭାଜପାରେ ହିଁ ଭଲ ହେବ । ଗୋଷାଣି ବ୍ଲକ ମୋତେ ପ୍ରତି ନିର୍ବାଚନରେ ଅତ୍ୟନ୍ତ ସାହାଯ୍ୟ କରି ଆସୁଛନ୍ତି । ଚଳିତ ନିର୍ବାଚନରେ ମଧ୍ୟ  ମୁଁ ଯଦି ବିଜୟୀ ହେବି ତାହା ହେଲେ କେବଳ ଗୋଷାଣୀ ବ୍ଲକ ପାଇଁ ବୋଲି କହିଥିଲେ । ଭାଜପା ସଭାପତି ଜି.ଭେଙ୍କେଟ ରାବଣା , ସମ୍ପାଦକ ଜଗନ୍ନାଥ ମହାପାତ୍ର, ନୃସିଂହ ଚରଣ ପଟ୍ଟନାୟକ, କୃଷକ ମୋର୍ଚ୍ଚାର ପ୍ରଶାନ୍ତ ପାଳ, ପିନିଣ୍ଟି କ୍ରିଷ୍ଣା, ଗୋଷାଣି ବ୍ଲକ ଅଧ୍ୟକ୍ଷା ଚାପରା ତାରିକେଶ୍ୱରୀ, ଉପାଧ୍ୟକ୍ଷ ପି . ଡିଲେଶ୍ୱର ରାଓ, ଜି.ଶ୍ରୀଧର ନାଇଡୁ, ଜି.ଗୀତା ସରପଞ୍ଚ ଉପଲଡା, ଏମ.କ୍ରିଷ୍ଣା ରାଓ ପ୍ରମୁଖ  ।

0
0
0
s2sdefault