ହେଡଲାଇନସ୍:

 ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ  ପତ୍ର ଯାଞ୍ଚ ଶେଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଆଜି ପ୍ରାର୍ଥୀ  ପତ୍ର ଯାଞ୍ଚ ଶେଷ ହୋଇଛି, ସଦର ଉପଜିଲ୍ଲାପାଳ ତଥା ସୁନ୍ଦରଗଡ଼ ଓ ତଲସରା ମଣ୍ଡଳୀର ରିଟର୍ଣ୍ଣିଙ୍ଗ  ଅଫିସରଙ୍କ କାର୍ଯ୍ୟାଳୟରେ ଆଜି ପ୍ରାଥୀ ପତ୍ର ଯାଞ୍ଚ ହୋଇଥିଲା, ଯାଞ୍ଚ ସମୟରେ ସଦର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାଥୀ ଯୋଗେଶ ସିଂ, ବିଜେପି ପ୍ରାର୍ଥୀନୀ  କୁସୁମ ଟେଟେ, କଂଗ୍ରେସ ପ୍ରାର୍ଥୀନି ଅମିତା ବିଶ୍ୱାଳଙ୍କ ପ୍ରତିନିଧିମାନେ ଉପସ୍ଥିତ ରହିବା ବେଳେ ତଲସରା ବିଧାନସଭା ଆସନ ର କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ମାଝୀ ଓ ବିଜେପି ପ୍ରାର୍ଥୀ ଭବାନୀ ଭୋଇ ନିଜେ ଉପସ୍ଥିତ ରହିଥିଲେ, ସେହିପରି ଲୋକସଭା ଆସନ ପାଇଁ ମଧ୍ୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପ୍ରାଥୀ ପତ୍ର ଯାଞ୍ଚ ହୋଇଥିଲା, ଯାଞ୍ଚ ସମୟରେ ବିଜେପି ପ୍ରାର୍ଥୀ  ଜୁଏଲ ଓରାମ, କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ଓ ବିଜେଡି ପ୍ରାର୍ଥୀଙ୍କ ପ୍ରତିନିଧିମାନେ ମାନେ ଉପସ୍ଥିତ ରହିଥିଲେ |

ସୁନ୍ଦରଗଡ଼ ଜିଲ୍ଲାର୭ଟି ନିର୍ବାଚନ ମଣ୍ଡଳୀରୁ ଲୋକସଭା ପାଇଁ୧୧ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧(ଗୋଟିଏ)ଜଣଙ୍କ ରଦ୍ଦ  ହୋଇଥିବାବେଳେ, ସୁନ୍ଦରଗଡ଼ ବିଧାନସଭା ପାଇଁ୧୦ଜଣ ପ୍ରାର୍ଥୀ  ପତ୍ର ଦାଖଲ କରିଥିବା ବେଳେ୫ଟି ରଦ୍ଦ  ହୋଇଛି, ସେହିପରି ତଲସରା ପାଇଁ୧୩ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ୪ଜଣଙ୍କ ରଦ୍ଦ  ହୋଇଛି, ସେହିପରି ବିରମିତ୍ରପୁର ଆସନ ପାଇଁ୧୨ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୩ଜଣଙ୍କ ରଦ୍ଦ  ହୋଇଛି, ରଘୁନାଥପାଳି ଆସନରୁ ୯ ଜଣ ପ୍ରାର୍ଥୀ  ପତ୍ର ଦାଖଲ କରିଛନ୍ତି |  ହେଲେ ସମସ୍ତ ଙ୍କ ପ୍ରାର୍ଥୀ ପତ୍ର ଠିକ ଅଛି,ସେହିପରି ରାଉରକେଲା ଆସନ ରୁ୧୩ଜଣ ପ୍ରାର୍ଥୀ  ପତ୍ର ଦାଖଲ କରିଥିବା ବେଳେ୨ଜଣ ଙ୍କ ରଦ୍ଦ  ହୋଇଛି | ସେହିପରି ରାଜଗାମପୁର ଆସନ ରୁ୧୭ ଜଣ ପ୍ରାର୍ଥୀ  ପତ୍ର ଦାଖଲ କରିଥିବା ବେଳେ ୩ଜଣକ ରଦ୍ଦ  ହୋଇଛି, ସେହିପରି ବଣାଇ ଆସନ ରେ ୯ଜଣ ପ୍ରାଥୀ ପତ୍ର ଦାଖଲ କରିଥିବା ବେଳେ ୧ ଜଣଙ୍କ ପ୍ରାର୍ଥୀ  ପତ୍ର ରଦ୍ଦ  ହୋଇଛି, ବୋଲି  ଏଲେକ୍ସନ ଡେ଼ପୁଟି କଲେକ୍ଟର ସୂଚନା ଦେଇଛନ୍ତି

0
0
0
s2sdefault