ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ  : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପରିବର୍ତ୍ତିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରିତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଯକ୍ଷ୍ମା ରୋଗ ବିଭାଗ ଏଡିପିଏଚଓ ଡା. ରବି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ: ଗୁନୁରାଣୀ ପଟ୍ଟନାୟକ ଯୋଗଦେଇ ରୋଗର ଲକ୍ଷଣ ଓ ନିରାକରଣର ବିଭିନ୍ନ ଦିଗ ଉପରେ କହି ରୋଗ ଚିହ୍ନଟ ହେବା ପରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ନିୟମିତ ଔଷଧ ଖାଇଲେ ରୋଗରୁ ଉପଶମ ମିଳିପାରିବ । ତେଣୁ ଏହି ରୋଗର ମୁଳପୋଛ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଯକ୍ଷ୍ମା ରୋଗ ଡା. ଏନ ରବି ବାବୁ. ଏଡିପିଏଚଓ ଡା.  ଭି ଲୋକନାଥ ରାଜୁ, ବରିଷ୍ଠ ପରାମର୍ଶ ଦାତା. ଡା ପ୍ରଶାନ୍ତ କୁମାର ପାତ୍ର ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡିଏମଓ ଡା ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଯକ୍ଷ୍ମାରୋଗ କିଭଳି ବ୍ୟାପିଥାଏ ଏହାର ସତର୍କତା ଲକ୍ଷଣ ଓ ନିରାକରଣ ଉପରେ କହି ରୋଗ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ ଓ ନିୟମିତ ଔଷଧ ସେବନର ଆବଶ୍ୟକତା ଉପରେ ବୁଝାଇଥିଲେ । ଏହି ଅବସରରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଯକ୍ଷ୍ମାରୋଗ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଡିପିସି ଶ୍ରୀ ପି.କୋଟେଶ୍ୱର ରାଓ ଏବଂ ପିପିଏମ ଶ୍ରୀ ଜି. ସୁଦର୍ଶନ ରାଜୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି ଅବସରରେ କାର୍ଯ୍ୟକ୍ରମ ସ୍ଥଳରେ ଯକ୍ଷ୍ମାରୋଗ କିଭଳି ବ୍ୟାପେ ତାର ଲକ୍ଷଣ ଓ ନିରାକରଣ ଉପରେ ସଚେତନତା ପୋଷ୍ଟର ଲାଗିଥିଲା

0
0
0
s2sdefault