ହେଡଲାଇନସ୍:

ଏବେଠୁ ଏତେ ତ ଆଗକୁ କେତେ : ଗାଡି ସହ ୨ଲକ୍ଷ ଟଙ୍କା ଜବତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)  ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦୁବୁଲାବାହାଲ ଛକରେ ମଙ୍ଗଲବାର ଦିନ ଅପରାହ୍ନରେ ମେଲଛାମୁଣ୍ଡା ପୁଲିସ ଓ ଫ୍ଲାଇଙ୍ଗସ୍କାଡର ମିଳିତ ଯାନବାହାନ ଚେକିଙ୍ଗ ସମୟରେ ଏକ ନିଲ ରଙ୍ଗର ବ୍ରିଜା ଗାଡିରୁ ନଗଦ ଦୁଇ ଲକ୍ଷ ଟଙ୍କା ସହିତ କିଛି କାଗଜାତ ମିଲିଥିଲା । ପୁଲିସ ଗାଡିଟିକୁ ଏବଂ ଗାଡି ଚାଲକ ତଥା ଗାଡି ମାଲିକ ବରଗଡ ଥାନା ଅର୍ନ୍ତଗତ ତୁରୁଙ୍ଗା ଗ୍ରାମର ସଂଜିବ କୁମାର ମହାପାତ୍ରଙ୍କୁ ଥାନାକୁ ଆଣି ଅଟକ ରଖିଥିଲା । ସଂଧ୍ୟାରେ ଫ୍ଲାଇଙ୍ଗସ୍କାଡର ମାଜଷ୍ଟ୍ରଟ ଦାୟିତ୍ୱରେ ଥିବା ମାନସ ରଂଜନ ସ୍ୱାଁଇ ଥାନରେ ପହଂଚି ୪ଶହଟି ପାଂଚ ଶହ ଟଙ୍କିଆ ନୋଟକଗଜାତ ଓ ବ୍ରିଜା ଗାଡିକୁ ଜବତ କରିବା ସହ ଗାଡି ମାଳିକକୁ ଛାଡିଥିବା ମେଲଛାମୁଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ସପ୍ନାରାଣୀ ଗୋଛାୟତ ସୂଚନା ଦେଇଛନ୍ତି । ଏ ସଂପର୍କରେ ପେଟ୍ରୋଲ ପମ୍ପ ମାଲିକ ସଂଜିବ କୁମାର ମହାପାତ୍ରଙ୍କୁ ପଚରାଯିବାରୁ ସେ ବରଗଡରୁ ବାହାରି ବିଜେପୁର ଦେଇ ପଦ୍ମପୁରକୁ ନିଜର ସଂର୍ପକିୟଙ୍କ ଘରକୁ ଆସୁଥିଲେ । ପଦ୍ମପୁରରୁ ଫେରି ସୋହେଲାସ୍ଥିତ ରିଲାଏନସ ପେଟ୍ରୋଲ ପମ୍ପରେ ଟଙ୍କା ତକ ଜମାଦେବା ପାଇଁ ଗାଡିରେ ରଖିଥିବା ପ୍ରକାଶ କରିଛନ୍ତି । ତଦନ୍ତ ଚାଲିଛି ଆଗକୁ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ମାଜିଷ୍ଟ୍ରେଟ  ଦାୟିତ୍ୱରେ ଥିବା ଶ୍ରୀ ସ୍ୱାଁଇ ପ୍ରକାଶ କରିଛନ୍ତି ।         

 

0
0
0
s2sdefault