ହେଡଲାଇନସ୍:

ଫସଲ କ୍ଷତିପୂରଣ ଦାବୀରେ ଜିଲାପାଳଙ୍କ କାର୍ଯ୍ୟାଲୟ ସମ୍ମୁଖରେ ଦମ୍ପତିଙ୍କ ଧାରଣା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୁରଭଞ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବେତନଟୀ ବ୍ଲକର ବଡଖିରିପଦା ଗ୍ରାମର ଏକ ଦମ୍ପତି ହାତୀପଲ ଙ୍କ ଦ୍ୱାରା ନିଜ ଚାସଜମିରେ ନଷ୍ଟ ହଇଥିବା ଫସଲର କ୍ଷତିପୂରଣ ଦାବୀରେ ଆଜି ଅନଶନ ରେ ବସିଛନ୍ତି । ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ନରେଶ କୁମାର ପାତ୍ର ବଡଖୀରିପଦା ଗ୍ରାମରେ ଥିବା ତାଙ୍କର ୨ ଏକରରୁ ଉଦ୍ଧ୍ୱ ଜମିରେ ଥିବା ପରିବା ଫସଲ କୁ ହାତୀପଲ ନଷ୍ଟ କରିଥିବାବେଳେ ଏ ନେଇ ସେମାନେ ବାରମ୍ବାର ତାଙ୍କର କ୍ଷତିପୂରଣ ଭରଣ ପାଇଁ ବନବିଭଗର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ  ସେମାନଙ୍କ କଥାକୁ ବନବିବାଗ କନ୍ନପାତ କରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ପରିକି ବନବିଭାଗ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କ୍ଷୟକ୍ଷତି ର ଆକଳନ ମଧ୍ୟ କରାଯାଇନାହିଁ । ଖାଲି ଏତିକି ନାହିଁ ଦମ୍ପତି ଦୁହେଁ ବନବିଭାଗ ନାମରେ ଗୁରୁତର ଏ ଅଭିଯୋଗ ମଧ୍ୟ କରିଛନ୍ତି । ବେତନଟୀ ବ୍ଲକର ବଡଖିରିପଦା ଗ୍ରାମରେ ଏମଏନଆରଇଜିଏସ ପ୍ରୋଜେକ୍ଟରେ ନୂତନ ଚାରାଗଛ ଲଗାଇବା ନାମରେ ବନବିଭାଗ ୮ ଲକ୍ଷରୁ ଉଦ୍ଧ୍ୱ ଟଙ୍କା ହଡପ କରିଥିବାର ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରି ଦୋଷୀ ମାନଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ  କରିବା ପାଇଁ ମଧ୍ୟ ଦାବୀ କରିଛନ୍ତି ।

0
0
0
s2sdefault