ହେଡଲାଇନସ୍:

ବିଜେପୁର ରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ରୁ ବିଜୁ ଜନତା ଦଳ ର ପ୍ରାର୍ଥୀ ଭାବରେ ମୁଖ୍ୟମନ୍ତ୍ରୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି 1ଟା 40 ରେ ପଦ୍ମପୁର ପହଂଚିବା ପରେ ଏକ ଜନସଭାକୁ ସଂଵୋଧନ କରିଥିଲେ । ଏହାପରେ ସେ ପଦ୍ମପୁର ଉପଜିଲ୍ଲାପାଳଙ୍କର ଅଫିସକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କର ସହିତ ସଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ , ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ,ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ,ବିଧାୟକ ଶ୍ରୀ ରୋହିତ ପୂଜାରୀ ଓ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂହ ବରିହା ,ପ୍ରମୁଖ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବା ପାଇଁ ବହୁ ଲୋକଙ୍କ ସମାବେଶ ହେଇଥିଲା ।

0
0
0
s2sdefault