ବିଜେପିରେ ମିଶିଲେ  ଖାରବେଳ, ଲଢ଼ିବାକୁ ଯିବେ  କନ୍ଧମାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଦ୍ଵିତୀୟ ଥର ପାଇଁ ଅନ୍ୟ ଦଳରେ ବିଲୀନ ହେଲା ଉତ୍କଳ ଭାରତ 

ଭୁବନେଶ୍ୱର : ଥରେ ମାଠିଆରେ ବିଲୀନ ହେବା ପରେ ଆଜି ପଦ୍ମ ପୋଖରୀରେ ବିଲୀନ ହୋଇଛି ଉତ୍କଳ ଭାରତ | ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସଂସଦ ମହାମେଘବାହନ ଐର ଖାରବେଳ ସ୍ବାଇଁ | ଗୋଟେ ଦଳ ଆଉ ଗୋଟିଏ ଦଳରେ ବିଲୀନ ହେବା ପାଇଁ ଗୋଟେ ଲମ୍ବା ପ୍ରକ୍ରିୟା ରହିଛି | ଉତ୍କଳ ଭରା ବିଜେପିରେ ବିଲୀନ ହେବା ପାଇଁ ପ୍ରକ୍ରିୟା ନିର୍ବାଚନ ପରେ କରାଯିବ, ହେଲେ ଆଜି ଠାରୁ ଆପାତତଃ ଉତ୍କଳ ଭାରତ ବିଜେପିରେ ବିଲୀନ ହେଲା ବୋଲି ଶ୍ରୀ ସ୍ୱାଇଁ କହିଥିଲେ |

 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢ଼ିବେ ବୋଲି କହିଛନ୍ତି | ଏକାକୀ ଲଦି ନବୀନ ବାବୁଙ୍କୁ ହଟାଇବା ସମ୍ଭବ ନଥିଲା, ତେଣୁ ବିଜେପି ନେତୃତ୍ୱରେ ସେ ଲଢେଇ ଆଗକୁ ଜୋରଦାର ହେବ | ଏହି ଅବସରରେ ଉପସ୍ଥିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଖାରବେଳ ବାବୁଙ୍କ ଯୋଗ ଦାନ ବିଜେପିକୁ ଅଧିକ ସମୃଦ୍ଧ କରିବ ଓ ନୂଆ ଓଡିଶା ଗଢିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସଂକଳ୍ପ ଦେଖିଛନ୍ତି ସେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବା ଖାରବେଳ ସ୍ୱାଇଁ ଓଡିଶା ରାଜନୀତିର ଗୋଟିଏ ଅମୂଲ୍ୟ ରତ୍ନ । ଖାରବେଳ ବାବୁଙ୍କ ବ୍ୟକ୍ତିତ୍ୱ, ନିର୍ଭିକତା ଏବଂ ସାଲିସବିହୀନ ସଂଘର୍ଷରେ ସମସ୍ତେ ପ୍ରଂଶସକ । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ଖାରବେଳ ବାବୁଙ୍କୁ କେବେ ଅନ୍ୟ ରାଜନୈତିକ ଦଳର ନେତା ଭାବେ ଗଣିନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ ।  ଦେଶ ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱ ଶକ୍ତି ଭାବେ ନିଜକୁ ପ୍ରତିଷ୍ଠା  କରିପାରିଛି । ନୂଆ ଓଡିଶା ତଥା ନୂଆ ଭାରତ ଗଢିବାରେ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଅଭିଯାନ ଆରମ୍ଭ ହୋଇଛି, ସମସ୍ତଙ୍କ ଯୋଗଦାନ ଏହା ଦ୍ୱାରା ଶକ୍ତିଶାଳୀ ହେବ ବୋଲି ସେ କହିଛନ୍ତି । ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏକ କାର୍ଯ୍ୟକର୍ତା ଆଧରିତ, ପ୍ରଜାତନ୍ତ୍ରିତ ଦଳ । ସବୁ ସ୍ତର କାର୍ଯ୍ୟକର୍ତାମାନଙ୍କୁ ବିଚାରବିମର୍ଷ କରି ଜିଲ୍ଲା, ରାଜ୍ୟ, କେନ୍ଦ୍ରୀୟ ପାର୍ଲ୍ୟାମେଂଟାରୀ ବୋର୍ଡ, ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ସମସ୍ତ ବିଷୟକୁ ତର୍ଜମା କରି ଉପସ୍ଥାପିତ କରିବା ପରେ ରାଜନୈତିକ ନିଷ୍ପତି ନିଆଯାଇଥାଏ । ଭାରତୀୟ ଜନତା ପାର୍ଟିରେ ସମସ୍ତେ ଯୋଗ୍ୟ କାର୍ଯ୍ୟକର୍ତା । ଯେତେବେଳେ ତିନି ଜଣ ଯୋଗ୍ୟ କାର୍ଯ୍ୟକର୍ତାଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଏ, ସେତେବେଳେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ସ୍ୱଭାବିକ । ଓଡିଶାରେ ବଡ ରାଜନୈତିକ ପରିବର୍ତନର ପଦଧ୍ୱନୀ ଧୀରେ ଧୀରେ ସ୍ପଷ୍ଟ ହେଲାଣି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । 

 

0
0
0
s2sdefault