ହେଡଲାଇନସ୍:

ରାଜ୍ୟରେ ୭,୩୩୨ ଅପହଞ୍ଚ ଗାଁ : ରାସ୍ତା ନଥିବାରୁ ଲୋକେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱରରୁ ଚକ୍ରଧର ମାଝି: ଓଡ଼ିଶାରେ ଏବେ ବି ୭,୩୩୨ ଗାଁକୁ ଠିକଣା ସଡ଼କ ଯୋଗାଯୋଗ ନ ଥିବାରୁ ସେଠାରୁ ରୋଗୀଙ୍କୁ ଆଣିବା ଲାଗି ଆମ୍ବୁଲାନ୍ସ ଯାଇପାରୁନାହିଁ  । ତେଣୁ ଏଠାରୁ ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନାରେ ପ୍ରସବ ପାଇଁ ଆଣିବା ଲାଗି ଜଣ ପିଛା ହଜାରେ ଟଙ୍କା କରି ଆର୍ଥିକ  ସହାୟତାର ବ୍ୟବସ୍ଥା ହୋଇଛି । ବିଜେପି ବିଧାୟକ ଦିଲିପ ରାୟ ପ·ରିଥିବା ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ତଥ୍ୟରୁ ଏହି ଚିତ୍ର ଜଣାପଡ଼ିଛି ।

ଶିଶୁ ଓ ମାତୃ ମୃତ୍ର୍ୟୁର  ପୂର୍ଣ୍ଣ ନିରାକରଣ ଅଭିଯାନ "ସମ୍ପୂର୍ଣ୍ଣା' ଯୋଜନା କେବେଠାରୁ ଆରମ୍ଭ ହୋଇଛି ଓ ଏହି ଯୋଜାନାରେ ଚଳିତବର୍ଷ ରାଜ୍ୟର କେତୋଟି ଗାଁକୁ ଅପହଞ୍ଚ ଇଲାକା ଭାବେ ଚିହ୍ନଟ କରାଯାଇଛି ତାହାର ଜିଲ୍ଲାୱାରୀ ତଥ୍ୟ ପ୍ରଦାନ ସହିତ ଏହି ଗାଁଗୁଡ଼ିକୁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ସେଠାରୁ ଗର୍ଭବତୀ ମହିଳା, ଶିଶୁ ଓ ଅନ୍ୟାନ୍ୟ ରୋଗୀଙ୍କୁ ଡାକ୍ତରଖାନା ଆଣିବା ପାଇଁ କ'ଣ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ନିର୍ଦ୍ଧିଷ୍ଟ ଭାବେ ଜାଣିବାକୁ ·ହିଁଥିଲେ । 

ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ସମ୍ପୂର୍ଣ୍ଣା ଯୋଜନାରେ ଚଳିତବର୍ଷ ରାଜ୍ୟରେ ୭,୩୩୨ଟି ଗାଁକୁ ଅପହଞ୍ଚ ଇଲାକା ଭାବେ ଚିହ୍ନଟ କରାଯାଇଛି । ଏହି ଗାଁଗୁଡ଼ିକୁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ସେଠାରୁ ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ଆସିବା ପାଇଁ ହଜାରେ ଟଙ୍କା କରି ଆର୍ଥିକ  ସହାୟତାର ବ୍ୟବସ୍ଥା ହୋଇଛି । ଏମାନଙ୍କୁ ସୁରକ୍ଷିତ ଭାବେ ଷ୍ଟେ୍ରଚର୍ରେ ଆଣିବା ଲାଗି ଗାଁ କଲ୍ୟାଣ ସମିତିକୁ ଦାୟିତ୍ୱ ଦିଆଯାଇଛି । ଏଥିସହିତ ସମିତି ପାଣ୍ଠିରୁ ହଜାରେ ଟଙ୍କା ଅଗ୍ରୀମ ଦେବାର ବ୍ୟବସ୍ଥା ଅଛି । ଅପହଞ୍ଚ ଗ୍ରାମରୁ ଗର୍ଭବତୀ ମା'ମାନଙ୍କୁ ଡାକ୍ତରଖାନା ଆଣିବା ଲାଗି ବାଇକ୍ ଆମ୍ବୁଲାନ୍ସ ବ୍ୟବସ୍ଥା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି । ଶିଶୁ ଓ ମାତୃ ମୃତ୍ୟୁ ପୂର୍ଣ୍ଣ ନିରାକରଣ ପାଥଇଁ ଆରମ୍ଭ ହୋଇଥିବା ସମ୍ପୂର୍ଣ୍ଣା ଯୋଜନାରେ ଚଳିତ ଆର୍ଥôକ ବର୍ଷରେ ୪୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । 

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚିହ୍ନଟ କରାଯାଇଥିବା ୭,୩୩୨ଟି ଅପହଞ୍ଚ ଗାଁ ମଧ୍ୟରୁ କୋରାପୁଟ ଜିଲ୍ଲାରେ ସର୍ବାଧିକ ୯୯୮ଟି ଗାଁ ଥିବା ବେଳେ ଝାରସୁଗୁଡ଼ାରେ ଜିଲ୍ଲାରେ ରହିଛି ସର୍ବନିମ୍ନ ୪ଟି ଗାଁ । କନ୍ଧମାଳ ଜିଲ୍ଲାରେ ୯୧୪ଟି ଅପହଞ୍ଚ ଗାଁ ଥିବା ବେଳେ ରାୟଗଡ଼ା ଜିଲ୍ଲାରେ ୮୧୭, କଳାହାଣ୍ଡିରେ ୫୩୫, ଗଜପତିରେ ୫୮୩, ମାଲକାନଗିରିରେ ୫୬୧ଟି, ଗଞ୍ଜାମରେ ୪୮୩ଟି ଅପହଞ୍ଚ ଗାଁ ରହିଛି । ନୟାଗଡ଼, ନବରଙ୍ଗପୁର ଓ ମୟୂରଭଞ୍ଜ ଜିଲ୍ଲାରେ ୩ଶହରୁ ଅଧିକ କରି ଅପହଞ୍ଚ ଗାଁ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ୨୧୦ଟି ଅପହଞ୍ଚ ଗାଁ ରହିଛି । ନୂଆପଡ଼ା, କେନ୍ଦୁଝର,ବୌଦ୍ଧ, ବାଲେଶ୍ୱର ଆଦି ଜିଲ୍ଲାରେ ବି ଶତାଧିକ କରି ଅପହଞ୍ଚ ଗାଁ ଅଛି । ଏମିତିକି ରାଜ୍ୟର ରାଜଧାନୀ ଥିବା ଖୋର୍ଦ୍ଧା ଜିଲ୍ଲାରେ ୧୧ଟି ଅପହଞ୍ଚ ଗାଁ ଥିବା ବେଳେ କଟକ ଜିଲ୍ଲାରେ ଏହି ସଂଖ୍ୟା ୨୪ । ଆଉ ଯେଉଁସବୁ ଜିଲ୍ଲାରେ ଶହେରୁ କମ୍ କରି ଅପହଞ୍ଚ ଗାଁ ଅଛି ସେଗୁଡ଼ିକ ହେଲା- ବରଗଡ଼, ଅନୁଗୁଳ, ଭଦ୍ରକ, ବଲାଙ୍ଗୀର, ଦେବଗଡ଼, ଢେଙ୍କାନାଳ, ଜଗତ୍ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ସମ୍ବଲପୁର ଓ ସୋନପୁର । ସ୍ୱାଧୀନତା ପ୍ରାପ୍ତିର ୭୦ ବର୍ଷ ପରେ ବି ରାଜ୍ୟର ୭,୩୩୨ ଗାଁକୁ ସଡ଼କ ଯୋଗାଯୋଗ ନ ଥିବାରୁ ଆମ୍ବୁଲାନ୍ସ ଆସିପାରୁନଥିବା ଦୁର୍ଭାଗ୍ୟଜନକ ବୋଲି ଉଲ୍ଲେଖ କରି ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ବର୍ଷକ ମଧ୍ୟରେ ଏହି ଅପହଞ୍ଚ ଗାଁଗୁଡ଼ିକୁ ନିତିଦିନିଆ ସଡ଼କ ଯୋଗାଯୋଗ ବ୍ୟବସ୍ଥା କରିବା ପାଇଁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି । 

0
0
0
s2sdefault