ହେଡଲାଇନସ୍:

"ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଗଜପତି ପ୍ରଶାସନ ପ୍ରସ୍ତୁତ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନିର୍ବାଚନୀ ଖର୍ଚ୍ଚ ମନଟରିଂ ଏବଂ ଆଦର୍ଶ ଆଚରଣ ବିଦ୍ଧି ଆଇନ କାର୍ଯ୍ୟକାରି ଦଳ ଗଠନ ଓ କାର୍ଯ୍ୟକ୍ଷମ ଉପରେ ଜିଲ୍ଲାପାଳଙ୍କ ସାମ୍ୱାଦିକ ସମ୍ମିଳନୀ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନ ଗଜପତି ଜିଲ୍ଲାରେ ଅବାଧ  ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ନିର୍ବାଚନୀ ମନିଟରିଂ ଏବଂ ଆଦର୍ଶ ଆଚରଣ ବିଧି ଆଇନ କାର୍ଯ୍ୟକାରୀ ଦଳ ଗଠନ ଓ କାର୍ଯ୍ୟକ୍ଷମ ଉପରେ ଏକ ସାମ୍ୱାଦିକ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଅନୁପମ ସାହା ଏହି ଦିଗରେ ଅଧିକ ସୂଚନା ଦେଇ କହିଥିଲେ ଯେ ଜିଲ୍ଲା ନିୟନ୍ତ୍ରଣ କକ୍ଷ ଠାରେ ନିର୍ବାଚନୀ ଖର୍ଚ୍ଚ ମନିଟରିଂ ସେଲ ଖୋଲାଯାଇଛି । ଏଥିପାଇଁ ହୋଇଥିବା ଦଳ କକ୍ଷ ଠାରେ ରହି ସମସ୍ତ ଖର୍ଚ୍ଚ ଉପରେ ସେମାନେ ମନିଟରିଂ କରିବେ । ଜିଲ୍ଲାରେ ଅବାଧ  ଓ ନିରପେକ୍ଷତା  ସହ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ପାଇଁ ୮ଟି ଫ୍ଲାଇଙ୍ଗ ସ୍କାଡ଼ ୬ଟା, ସ୍ଥିତି ଉପରେ ସତର୍କି ନଜର ରଖିବା ଦଳ ସହ ୪ଟି ଭିଡିଓ ରେକର୍ଡିଂ ଉପରେ ସତର୍କ ନଜର ରଖିବା ଦଳ ଗଠନ କରାଯାଇଛି ।

ଅନ୍ୟପକ୍ଷରେ ନିର୍ବାଚନ ଆଚରଣ ବିଧି ଉଲଂଘନ କରି ସମ୍ପର୍କିତ ଅଭିଯୋଗ ମିଳିବା କ୍ଷଣି ଅଭିଯୋଗକୁ  ଟେଗିଂ କରି କେଉଁଠାରେ ଏବଂ କି ପ୍ରକାର ଅଭିଯୋଗ ହୋଇଛି , କିଏ କରିଛି ତାକୁ ଦେଖି ଆମେ ଫ୍ଲାଇଙ୍ଗ ସ୍କ୍ୱାଡ଼ କିମ୍ୱା ଅଭିଯୋଗ କକ୍ଷକୁ ପଠାଇବୁ । 

ଅଭିଯୋଗ ମିଳିବା ପରେ ତାର ପ୍ରତିକାର କରିବା ପ୍ରକ୍ରିୟା ପାଇଁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ସମସ୍ତେ ଜାଣିବା ପାଇଁ ଏହାର ଫୋନ୍‍ ନମ୍ୱର ୦୬୮୧୫୨୨୨୯୦୮ ଏବଂ ମୋବାଇଲନଂ ୮୮୯୫୯୪୯୯୯୪ ରହିଛି । ଏ ସବୁ କାର୍ଯ୍ୟକ୍ଷମ ହେଲାଣି । ଏହି ପକ୍ଷରେ ଜିଲ୍ଲାର ରାଉଣ୍ଡ ଅଫିସର ମାନେ ଦାୟିତ୍ୱରେ ରହି ଯେକୌଣସି ପ୍ରକାର ଅଭିଯୋଗ ଗୁଡିକୁ ଗ୍ରହଣ କରିବେ ଏବଂ ସେହି ଅଭିଯୋଗ ଗୁଡିକର ତଦନ୍ତ ପ୍ରକ୍ରିୟା ସମାଧାନ ବ୍ୟବସ୍ଥା କରାଯିବ ।

ଏତଦ୍‍ବ୍ୟତୀତ ଜିଲ୍ଲା ଯୋଗାଯୋଗ କେନ୍ଦ୍ରରେ ମଧ୍ୟ ଖୋଲାଯାଇଛି । ଯାହାର ଟୋଲଫ୍ରି ନଂ ୧୯୫୦ ରହିଛି । ଅନ୍ୟପକ୍ଷରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସି-ଭିଜଲ ମନିଟରିଂ ଏବଂ ମିଡିଆ ସାର୍ଟିଫିକେସନ ଏବଂ ମନିଟରିଂ କକ୍ଷ ମଧ୍ୟ ତାହା ଖୋଲାଯାଇ ତାହା କାର୍ଯ୍ୟକ୍ଷମ କଲାଣି ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ଜିଲ୍ଲାନିୟନ୍ତ୍ରଣ କେନ୍ଦ୍ର ଠାରେ ଖୋଲାଯାଇଥିବା ସି-ଭିଜଲ ମନିଟରିଂ କକ୍ଷକୁ ସାମ୍ୱାଦିକ ମାନଙ୍କୁ ଦେଖାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାଦେବ ସିଂ, ରିଟର୍ଣ୍ଣିଂ ଅଧିକାରୀ ରଜନୀକାନ୍ତ ସ୍ୱାଇଁ, ନିର୍ବାଚନ ଡେପୁଟି କଲେକ୍‍ଟର ଅଚ୍ୟୁତାନନ୍ଦ ଜାନୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ, ପୌରନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଏବଂ ଡିସିପିୟୁ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault