ହେଡଲାଇନସ୍:

ସରପଞ୍ଚ ଓ ସମିତି ସଭ୍ୟଙ୍କ ସ୍ମୃତିରେ ନିଶୁଲ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପରାମର୍ଶ ଶିବିର ଅନୁଷ୍ଠିତ 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ନୂଆପଡା.(ଅମିତ ପୁରୋହିତ); ନୂଆପଡା ବ୍ଲକ ଅନ୍ତର୍ଗତ ସାରାବଙ୍ଗ ପଂଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏକ ନିଶୁଲ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପରାମର୍ଶ ଶିବିର ଅନୁଷ୍ଠିତ  ହୋଇଯାଇଛି । ଏହି ଶିବିରଟି ପୁର୍ବତନ ସରପଂଚ ୰ ଦୁଃଖଲାଲ ରାଉତ ଏବଂ ପୂର୍ବତନ ସମିତି ସଭ୍ୟ ୰ ମହେନ୍ଦ୍ରଲାଲ ଦିକ୍ଷିତଙ୍କ ସ୍ମୃତିରେ ଆୟୋଜିତ ହୋଇଥିଲା । ପଡୋଶୀ ରାଜ୍ୟ ଛତିଶଗଡ ରୁ ବିଭିନ୍ନ ବିଭାଗର ୧୦ ଜଣ ଡାକ୍ତର ଯୋଗ ଦେଇଥିଲେ । ଆଖପାଖ ୮ ଟି ପଂଚାୟତ ସାରାବଙ୍ଗ, ଖୁଟମନଭେରା, ଧରମବନ୍ଧା, ଭରୁଆମୁଣ୍ଡା, ଚୁଲାଭାଟ, ମୋଟାନୂଆପଡା, କେନ୍ଦୁବାହାରା, ଆମାନାରା, ଆଦି ରୁ ପ୍ରାୟ ୬୦୦ ରୋଗୀ ଚିକିତ୍ସା  ପାଇଁ ଆସିଥିଲେ । ରୋଗୀ ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଦେବା ସହ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏଥି ସହ ୩ ଦିନର ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଉକ୍ତ ଶିବିରଟିକୁ ସ୍ଥାନିୟ ସରପଂଚ ଭରତଲାଲ ରାଉତ ଓ ସମାଜସେବୀ ଅଶୋକ ଦିକ୍ଷିତ ପରିଚାଳନା କରିଥିବା ବେଳେ ଲାଲ ସିଂ ମାଝୀ, ରାଜେଶ୍ୱରୀ କ୍ଲବ ଓ ବୀର ସୁରେନ୍ଦ୍ର ସାଏ କ୍ଲବର ସଦସ୍ୟ ମାନେ ସହଯୋଗ କରିଥିଲେ ।    

 

0
0
0
s2sdefault