ବୋଡେ଼ନ ରେ ସିଭିଲ କୋର୍ଟ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା/ପ୍ରିୟବ୍ରତ ପଣ୍ଡା , ବୋଡେ଼ନ ବ୍ଲକ ସଦର ମହକୁମା ଠାରେ ସିଭିଲ କୋର୍ଟ ଲୋକାର୍ପିତ ହୋଇ ଯାଇଛି ।ଏହି ଅବସର ରେ ମୁଖ୍ୟ ଅତିଥି ରୂପେ ଓଡିଶା ହାଇ କୋର୍ଟର ବିଚାରପତି ମାନ୍ୟବର କୃଷ୍ଣରାମ ମହାପାତ୍ର ଯୋଗ ଦେଇଥିଲେ ।ବୋଡେ଼ନ ବାର ଏସୋସିଏସନ ର ସଭାପତି ଶ୍ରୀଯୁକ୍ତ ହୀରାଲାଲ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସମ୍ମାନୀତ ଅତିଥି ରୂପେ ନୂଆପଡ଼ା ଜିଲ୍ଲା ବିଚାରପତି ଅଶିମ ଦଲବେହେରା ,ଭିଜିଲାନ୍ସ ଜଜ (ଓଡିଶା ହାଇ କୋର୍ଟ ) ମାନ୍ୟବର ସିତିକଣ୍ଠ ସାମଲ ,ଏଡିଏମ ନୂଆପଡା ସିତାରାମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କ ମତରେ ବୋଡେ଼ନ ଅଞ୍ଚଳ ର ଲୋକେ ଏହି କୋର୍ଟ ମାଧ୍ୟମ ରେ ଶୀଘ୍ର ନ୍ୟାୟ ପାଇ ପାରିବେ ।ଖଡ଼ିଆଳ ବାର ଏସୋସିଏସନ କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମେହେର ,ସିନାପାଲି ବାର ଏସୋସିଏସନ ସମ୍ପାଦକ ହରେଶ ଜୈନ ,ବୋଡେ଼ନ ବାର ଏସୋସିଏସନ ର ହୃଷିକେଶ ବିଶ୍ୱାଳ ,ଦଶରଥ ସାମଲ ,ଗୌତମ ନିଆଲ ,ଯୋଗେନ୍ଦ୍ର ମାଝୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।ଶେଷରେ ବୋଡେ଼ନ ବାର ଏସୋସିଏସନ ର ସମ୍ପାଦକ ବିଭୁତି ଭୂଷଣ ଷଡ଼ଙ୍ଗୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

0
0
0
s2sdefault