ହେଡଲାଇନସ୍:

ବିଜେଡିରେ ଯୋଗଦେଲେ ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ବିଧାୟକଙ୍କ ସମେତ ୨ ହଜାରରୁ ଉର୍ଧ୍ଵ କର୍ମୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମୟୂରଭଞ୍ଜ ଜିଲ୍ଲାର ବାରିପଦା, ରାଇରଙ୍ଗପୁର, କରିଆ, ଉଦଳା ଓ ଯଶିପୁର ନିର୍ବାଚନ ମଣ୍ଡଳିର ୨୦୦୦ରୁ ଉଦ୍ଧ୍ୱର୍ ନେତା, କର୍ମୀଙ୍କ ସମେତ ଓଡ଼ିଶା ମଜଦୁର କିଶାନ ପରିଷଦର ଶତାଧିକ କାର୍ଯ୍ୟକର୍ତ୍ତା ଆଜି ନବୀନ ନିବାସରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଡ଼ଃ. ଅରୁଣ ସାହୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି  । 

ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା ସମସ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରିବା ସହ ବିଜେଡ଼ି ସରକାରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଂଞ୍ଚାଇବାକୁ ଆହ୍ୱାନ ଦେଇଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶ୍ରୀ ଖେଳାରାମ ମାହାଲିଙ୍କ ସମେତ ଓଡ଼ିଶା କ୍ଷେତ ମଜଦୁର କିଶାନ ପରିଷଦର ଅଧ୍ୟକ୍ଷ ଗଦାଧର ମିଶ୍ରଙ୍କ ସହ ସଂଘର ଉପସଭାପତି ରବି ନାରାୟଣ ଜେନା, ତ୍ରିଲୋଚନ ମହାପାତ୍ର, ଜ୍ୟୋର୍ତିମୟୀ ମହାପାତ୍ର, ସାଧାରଣ ସଂପାଦକ ସୁବାସ କର ମହାପାତ୍ର, ଶ୍ରୀମତୀ କଳ୍ପନା ଦାସ, ଧର୍ନୁଜୟ ଆଡବାଙ୍ଗ, କୋଷାଧକ୍ଷ ଗାୟତ୍ରୀ ଦାସ, ଜିଲ୍ଲା ସଂପାଦକ ବୀରକିଶୋର କୁଅଁର ପ୍ରମୁଖ ନେତା ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବ୍ଲକ୍ର ବି.ସିପୁର ସରପଞ୍ଚ ତପସ୍ୱିନୀ ନାୟକ, ହାତିକୋଟ ସରପଞ୍ଚ କଳ୍ପନା ଟୁଡୁ, ପୂର୍ବତନ ସରପଞ୍ଚ ଦୁର୍ଗା ଚରଣ ସିଂହ, ରବିନ୍ଦ୍ର ନାୟକ, ଉପେନ୍ଦ୍ର ନାଥ ଦାସ, ପ୍ରସନ୍ନ କୁମାର ନାୟକ, ପୂର୍ବତନ ସମିତି ସଭ୍ୟ ସାଇବା ମାଝୀ, ରମେଶ ନାୟକ, ରାଇରଙ୍ଗପୁର ବ୍ଲକର ହଳଦା ସରପଞ୍ଚ ସୀତା ମୁର୍ମୁ, ଗମ୍ଭାରିଆ ସରପଞ୍ଚ ପାନେଶ୍ୱରୀ ବେଶରା, ଅଂଳାଯୋଡ଼ି ସରପଞ୍ଚ ରାମଚନ୍ଦ୍ର ହାଁସଦା, ସମିତି ସଭ୍ୟ ମନୋଜ ବେହେରା, ଲକ୍ଷ୍ମୀମଣି ସିଂ, ଲକ୍ଷ୍ମୀ ମୁଣ୍ଡା, ପ୍ରଭାତି ମୁର୍ମୁ, ଚୁଡ଼ାମଣି ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଡୁମୁନି ମାହାଲି, ରାଇରଙ୍ଗପୁର ବାମନଘାଟି ଶିଳ୍ପ ମଜଦୁର ସଂଘର ସାଧାରଣ ସଂପାଦକ ବିରଞ୍ଚି ଗୋପାଳ, କଂଗ୍ରେସ ବ୍ଲକ ସଭାପତି ସୋମନାଥ ମହାନ୍ତ, ଜିଲ୍ଲା କଂଗ୍ରେସ ସଂପାଦକ ଏସଏସ୍ ଦାସ, ଜାମଦା ବ୍ଲକ ପୂର୍ବତନ ବିଜେପି ବ୍ଲକ ସଭାପତି ବିଶ୍ୱନାଥ ସୋରେନ, ତିରିଂଗ ବ୍ଲକ୍ର ସରପଞ୍ଚ ହୀରାମଣି ପୂର୍ତ୍ତି, ପୂର୍ବତନ ସରପଞ୍ଚ ଅକ୍ଷୟ ସି, ଅନ୍ତୁ ମାର୍ଣି, ଶଙ୍ଖା ହେମ୍ବ୍ରମ, ପୂର୍ବତନ ଜେଏମଏମର ମାନସିଂ ହେମ୍ବ୍ରମ, ଜେଏମଏମ୍ର ତିରିଙ୍ଗ ବ୍ଲକ ସଭାପତି ସତ୍ୟବାନ ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମଣ ପୂର୍ତ୍ତି, ଉଦଳା ବ୍ଲକର ପୂର୍ବତନ ଜ୍ଜିଲ୍ଲା ପରିଷଦ ସଦସ୍ୟ ତଥା କଂଗ୍ରେସ ସଭ୍ୟ ବସନ୍ତ କୁମାର ଦଣ୍ଡପାଟ, କପ୍ତିପଦା ବ୍ଲକ  ଲାବନ୍ୟଦେଇପୁର ପଞ୍ଚାୟତ ସରପଞ୍ଚ ସ୍ନେହାଶ୍ରୀ ସିଂ, ଯଶିପୁର ବ୍ଲକ ଏକତାଲି ପଞ୍ଚାୟତର ସରପଞ୍ଚ ସାଲେଗା ମାଝି, ଟାଙ୍ଗାବିଲା  ସରପଞ୍ଚ ଜତିନ୍ କୁମାର ନାୟକ, ବେଗୁନିଆ ପୂର୍ବତନ ସରପଞ୍ଚ ସସ୍ମିତା ନାୟକ, ରରୁଅାଁ ବ୍ଲକ ବୌଦନାଥ ସରପଞ୍ଚ ନମ୍ରଦା ନାୟକ, ରରୁଆଁ ସରପଞ୍ଚ ଜିତେନ୍ଦ୍ର ନାୟକ, ଅଗରପଡ଼ା ସରପଞ୍ଚ ବୁଧୁରାମ ପୁର୍ତି, ସମିତି ସଭ୍ୟ ସୁଶାନ୍ତ ନାୟକ, ଶୁକ୍ରୁଳି ବ୍ଲକ ଖିଚିଙ୍ଗ ସରପଞ୍ଚ ମମତା ନାୟକ, ଶୁକ୍ରୃଳି ସରପଞ୍ଚ ଶମ୍ଭୁନାଥ ନାୟକ, ସମିତି ସଭ୍ୟ ଶ୍ରୀମତୀ ଝରଣା ବିଶ୍ୱାଳ, ଚୈତନ୍ୟ ହେମ୍ବ୍ରମ,  କୁସୁମି ବ୍ଲକ ଚୁଆପାଣି ସରପଞ୍ଚ ସୁରେନ୍ଦ୍ର ନାୟକ, ଉପରବେଦ ସରପଞ୍ଚ କ୍ଷିତିଶ କୁମାର ସୋରେନ, ସମିତି ସଭ୍ୟ ଯୋଗେନ୍ଦ୍ର ପୂର୍ତ୍ତି, ପୂର୍ବତନ ସମିତି ସଭ୍ୟ ଧର୍ମେନ୍ଦ୍ର ଟୁଡୁ. କରଂଜିଆ ପୂର୍ବତନ ସମିତି ସଭ୍ୟ ହେମେନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ମାଧବ ନାୟକ, ଯୁଆଳି ମୁଣ୍ଡା, ନିତ୍ୟାନନ୍ଦ ମୁର୍ମୁ ପ୍ରମୁଖ ଦଳରେ ଯୋଗଦେଇଥିଲେ ।

ସେହିପରି ଯୁବ ବିଜେଡି ସଂପାଦକ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁତଳା, ଆଗଲପୁର ଓ ଲୋଇସିଂହା ବ୍ଲକର ବିଜେପି ଓ କଂଗ୍ରେସ ସମର୍ଥିତ  ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ୧୫୦ରୁ ଊଦ୍ଧ୍ୱର୍ କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାର୍ଣି, ବିଧାୟକ ସୁଦାମ ମାର୍ଣି, ପୂର୍ବତନ ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା, ବିଧାୟକ ସାଇବ ସୁଶୀଲ ହାସଂଦା, ବିଧାୟକ ଗଣେଶ୍ୱର ପାତ୍ର, ବିଧାୟକ ମଙ୍ଗଳ ସିଂ ମୋଦି, ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣିଙ୍କ ସହ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ବ୍ୟୋମକେଶ ରାୟ, ରାଜ୍ୟ ସଂପାଦକ ସୁଶାନ୍ତ ଚୌଧୁରୀ, ଉଦଳା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦେବପ୍ରିୟ ପାତ୍ର, ବିଜୁ ଯୁବ ଜନତା ଦଳର ଜୋନାଲ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ବିଜୁ ଯୁବ ଜନତା ମୟୁରଭଂଜ ଜିଲ୍ଲା-୧ ସଭାପତି ଜିତେନ୍ଦ୍ର ମହାନ୍ତି, ମୟୁରଭଂଜ ଜିଲ୍ଲା-୨ ସଭାପତି ଜାହିର ଖାଁ, ରାଜ୍ୟ ମହିଳା ସଂପାଦିକା ତନୁଜା ମହାନ୍ତ, ମହିଳା ଜନତା ଦଳ ସଭାପତି ମମତା ମହାନ୍ତ, ଯୁବ ବିଜେଡି ସଂଗଠନ ସଂପାଦକ ପ୍ରକାଶ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault