ହେଡଲାଇନସ୍:

ନାମାଙ୍କନ ପତ୍ର ଦାଖଲ ନିମନ୍ତେ ପ୍ରାର୍ଥୀ ନିୟମାବଳୀ ଅନୁସରଣ ପାଇଁ  ଜିଲ୍ଲାପାଳଙ୍କ ଅନୁରୋଧ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର/ Jayshankar Dash : ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଥିବା ରାଜନୈତିକ ଦଳ ଓ ପ୍ରାର୍ଥୀ ମାନଙ୍କ ପାଇଁ ନିର୍ବାଚନ କମିଶନ ନିୟମାବଳୀ ଓ ଆଚରଣବିଧି ଧାର୍ଯ୍ୟ   କରିଚ୍ଥନ୍ତି ।  ପ୍ରାର୍ଥୀମାନେ ସେହି ଆଚରଣ ବିଧି ଓ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରିବାକୁ ଜିଲ୍ଲାପାଳ  ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ଅନୁରୋଧ କରିଚ୍ଥନ୍ତି  ।  ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କର ସର୍ବାଧିକ ଖର୍ଚ୍ଚ ୭୦ ଲକ୍ଷ ଓ ବିଧାନ ସଭା ପାଇଁ ୨୮ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଚ୍ଥି ।  ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ସମୟରେ ନିଜ ପାନ୍ କାର୍ଡର ନମ୍ୱର ଦେବା ଜରୁରୀ ।  ଯଦି ପାନ୍ କାର୍ଡ ନ ଥାଏ ତେବେ ପ୍ରାର୍ଥୀ ପାନ କାର୍ଡ ପାଇଁ ଆବେଦନ କରି ପ୍ରାପ୍ତ ରସିଦର ନକଲ ଦାଖଲ କରିବେ ।  ପ୍ରାର୍ଥୀ ଗତ ୫ ବର୍ଷର ଆୟ ସଂପର୍କିତ ବିବରଣୀ ପ୍ରଦାନ କରିବେ ।  ନାମାଙ୍କନ ପତ୍ର ଓ ସତ୍ୟ ପାଠରେ ପ୍ରାର୍ଥୀଙ୍କ ସଂପୂର୍ଣ୍ଣ ବିବରଣୀ ରହିବ ।  ଏଥିରେ କୈଣସି ସ୍ତମ୍ଭ ଅସପୂର୍ଣ୍ଣ ଥିଲେ ନିର୍ବାଚନ ଅଧିକାରୀ ନାକଚ କରିବାର କ୍ଷମତା ରହିଚ୍ଥି ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଦେଇଚ୍ଥନ୍ତି ।  ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀ ନାମାଙ୍କନ ଦାଖଲ ଠାରୁ ନିର୍ବାଚନ ପ୍ରଚାରର ଶେଷ ଦିନ ମଧ୍ୟରେ ଅତି କମରେ ତିନି ଥର ଚ୍ଥାପା ଓ ବୈଦୁତିକ ଗଣମାଧ୍ୟମରେ ବିଜ୍ଞାପନ ଜରିଆରେ ସେ ପ୍ରଦାନ କରିଥିବା ସତ୍ୟ ପାଠ ସାଧାରଣ ଜନତାଙ୍କୁ ଅବଗତ କରାଇବେ ।  ଚଳିତ ନିର୍ବାଚନରେ ବାଲଟ ପେପରରେ ପ୍ରାର୍ଥୀଙ୍କର ପଂଟୋ ରହିବ ।  ତେଣୁ ପ୍ରାର୍ଥୀ ୩ ମାସ ମଧ୍ୟରେ ଊଠାଇଥିବା ଷ୍ଟାମ୍ପ ସାଇଜ ପଂଟୋ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ ।  ନାମାଙ୍କନ ପତ୍ର ଅପ୍ରେଲ ୨ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଚ୍ଥୁଟି ଦିନ ଅର୍ଥାତ୍ ୭ ତାରିଖ ବ୍ୟତୀତ ଦାଖଲ କରାଯିବ ।  ପୂର୍ବାହ୍ନ ୧୧ ଘଟିକା ଠାରୁ ୩ ଘଟିକା ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ହୋଇପାରିବ ।  ଲୋକସଭା ନିର୍ବାଚନ ପାଇଁ ଜିଲ୍ଲାପାଳ ରିଟର୍ଣ୍ଣିଂ ଅପିଂସର ବା ନିର୍ବାଚନ ଅଧିକାରୀ ଥିବାବେଳେ, ସୁକିନ୍ଦା ଓ କୋରେଇ ବିଧାନସଭା ଆସନ ପାଇଁ କଳିଙ୍ଗ ନଗର ଅତିରିକ୍ତ  ଜିଲ୍ଲାପାଳ, ଧର୍ମଶାଳ ଓ ବଡଚଣା ପାଇଁ ଯାଜପୁର ଅତିରିକ୍ତ  ଜିଲ୍ଲାପାଳ, ବିଂଝାରପୁର ଓ ଯାଜପୁର ପାଇଁ ଊପ- ଜିଲ୍ଲାପାଳ ଓ ବରୀ ପାଇଁ ଅତିରିକ୍ତ ଊପ- ଜିଲ୍ଲାପାଳ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରିବେ ।  ନିର୍ବାଚନ ଅଧିକାରୀଙ୍କ ପାଖକୁ ପ୍ରାର୍ଥୀଙ୍କ ସହ ଅନ୍ୟ ୪ ଜଣ ସମର୍ଥକ ପ୍ରାର୍ଥୀପତ୍ର ଦାଖଲ ସମୟରେ  ଆସିପାରିବେ ଓ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ୧୦୦ ମିଟର ଦୂରତା ମଧ୍ୟରେ ସର୍ବାଧିକ ୩ ଗୋଟି ଗାଡି ପ୍ରାର୍ଥୀ ବ୍ୟବହାର କରିପାରିବେ ।  ପ୍ରାର୍ଥୀ ସର୍ବାଧିକ ୪ ସେଟ୍ ନାମାଙ୍କନ ପତ୍ର ଦାଖଲ କରିପାରିବେ ।  ତେବେ ଏଥିରେ ଗୋଟିଏ ସେଟ୍ ମୂଳ ବା ଅରିଜିନାଲ ଥିବା ଜରୁରୀ  ।  ପ୍ରାର୍ଥୀ ନିର୍ବାଚନ ପାଇଁ ନିଜର ଏକ ସ୍ୱତନ୍ତ୍ର ବ୍ୟାଙ୍କ ଆକାଊଣ୍ଟ ଖୋଲିବେ ।  ସେଥିରେ ସେ ଏକା ବା ଯୁଗ୍ମ ଭାବେ ତାଙ୍କ ଏଜେଣ୍ଟଙ୍କ ସହ ଆକାଊଣ୍ଟର ପରିଚାଳନା କରିପାରିବେ ଓ ଏହି ଆକାଊଣ୍ଟସ୍ଟି ନାମାଙ୍କନ ପତ୍ର ଦାଖଲର ସର୍ବନିମ୍ନ ଗୋଟିଏ ଦିନ ପୂର୍ବରୁ ଖୋଲା ହୋଇଥିବା ଜରୁରୀ ।  ଜାତୀୟ ସ୍ୱିକୃତି ପ୍ରାପ୍ତ ଦଳ ଓ ରାଜ୍ୟ ସ୍ତରୀୟ ସ୍ୱିକୃତି ପ୍ରାପ୍ତ ଦଳର ପ୍ରାର୍ଥୀଙ୍କ କ୍ଷେତ୍ରରେ ଜଣେ ପ୍ରସ୍ତାବକ ଆବଶ୍ୟକ ଥିବା ବେଳେ ଅନ୍ୟ ପ୍ରାର୍ଥୀ ମାନଙ୍କ ପାଇଁ ୧୦ ଜଣ ପ୍ରସ୍ତାବକ ରହିବେ ।  ପ୍ରାର୍ଥୀ ବିଦୁ୍ୟତ୍, ପାଣି, ଟେଲିପୋଂନ ଓ କୈାଣସି ସରକାରୀ ଗୃହରେ ରହୁଥିଲେ ସେଠାରୁ ନୋ ଡିଊଜ୍  ବା କୈାଣସି ବକେୟା ନାହିଁ ବୋଲି ନାମାଙ୍କନ ପତ୍ର ସହ ପ୍ରମାଣ ପତ୍ର ଦାଖଲ କରିବେ ।  ଲୋକସଭା ନିର୍ବାଚନ ପାଇଁ ସାଧାରଣ ପ୍ରାର୍ଥୀ ୨୫ ହଜାର ଟଙ୍କାର ଅମାନତ ରାଶି ଜମା କରିବାକୁ ଥିବାବେଳେ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ୧୨ ହଜାର ୫୦୦ ଟଙ୍କାର ଅମାନତ ରାଶିର ବ୍ୟବସ୍ଥା ରହିଚ୍ଥି ।  ସେହିପରି ବିଧାନ ସଭା ପାଇଁ ସାଧାରଣ ପ୍ରାର୍ଥୀଙ୍କ  ପାଇଁ ୧୦ ହଜାର ଓ ଅନୁସୂଚୀତ ଜାତି ଓ ଜନଜାତିଙ୍କ ପାଇଁ ୫ ହଜାର ଟଙ୍କାର ଅମାନତ ରାଶି ଧାର୍ଯ୍ୟ   କରାଯାଇଚ୍ଥି ।  ତେବେ ଅନୁସୂଚୀତ ଜାତି ଓ ଜନଜାତି କ୍ଷେତ୍ରରେ ଊପଯୁକ୍ତ ପ୍ରମାଣପତ୍ର ପ୍ରଦାନ କରିବାକୁ ପଡିବ ।  ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଓ ସତ୍ୟପାଠର କପି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କାର୍ଯ୍ୟାଳୟ ନୋଟିସ୍ ବୋର୍ଡରେ ପ୍ରଦର୍ଶିତ ହେବ ।  ସେହିପରି ସତ୍ୟପାଠକୁ ୱେବ୍ ସାଇଟ୍ରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ ବୋଲି  ଜିଲ୍ଲା  ନିର୍ବାଚନ ଅଧିକାରୀ ଶ୍ରୀ ଦାସ ଅବଗତ କରାଇବା ସହ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଏହି ନିୟମାବଳୀ ଆଧାରରେ ନାମାଙ୍କନ ପତ୍ର ଦାଖଲ ସହ ଧାର୍ଯ୍ୟ ଆଚରଣବିଧିକୁ କଡାକଡି ପାଳନ ପାଇଁ ଅନୁରୋଧ କରିଚ୍ଥନ୍ତି ।  ଏହି ଆଚରଣବିଧି ଓ ନିୟମାବଳୀ ନିର୍ବାଚନ କମିଶନଙ୍କ ୱେବ୍ ସାଇଟ୍ରୁ ମଧ୍ୟ ଦେଖିପାରିବେ ବୋଲି  ଜିଲ୍ଲାପାଳ ସୂଚନା ଦେଇଚ୍ଥନ୍ତି ।   

 

0
0
0
s2sdefault