ହେଡଲାଇନସ୍:

ଉତ୍କଳ ଦିବସର ବିଭିନ୍ନ ପ୍ରତିଯୋଗିତା ମାର୍ଚ୍ଚ ୨୫ ରେ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର(ଜୟଶଙ୍କର ଦାଶ) :ଉତ୍କଳ  ଦିବସ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଚଳିତ ମାସ ୨୫ ତାରିଖରେ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ ।  ପୂର୍ବାହ୍ନ ୮ ଘଟିକା ସମୟରେ ଓଡିଆ ବକ୍ତୃତା, ଦେଶାତ୍ମବୋଧ ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ  ହେବ ।  ଓଡିଆ ବକ୍ତୃତା ଓ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତାରେ ପ୍ରଥମରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀର ଚ୍ଥାତ୍ର ଚ୍ଥାତ୍ରୀମାନେ ଅଂଶ ଗ୍ରହଣ କରିପାରିବେ ।  ଓଡିଆ ବକ୍ତୃତାର ବିଷୟବସ୍ତୁ ଆମେ ଓଡିଆ ଆମ ଭାଷା ବଢିଆ ରଖାଯାଇଚ୍ଥି ।  ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ଚ୍ଥାତ୍ର ଚ୍ଥାତ୍ରୀଙ୍କ ନାମ ତାଲିକା ସଂପୃକ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଚଳିତ ମାସ ୨୦ ତାରିଖ ସୁଦ୍ଧା ସୂଚନା ଓ ଲୋକ ସଂପର୍କ ବିଭାଗକୁ ପଠାଇପାରିବେ ।  ଏହି ସମୟ ସୀମା ମଧ୍ୟରେ ଆସିଥିବା ନାମ ତାଲିକା ଅନୁଯାୟୀ ପ୍ରତିଯୋଗୀ ମାନେ ପ୍ରତିଯୋଗିତାରେ ସାମିଲ ହେବେ ଓ କୈାଣସି ପରିସ୍ଥିତିରେ ପ୍ରତିଯୋଗିତା ସ୍ଥଳରେ ନୂତନ ନାମ ସାମିଲ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଚ୍ଥି ।  ସେହିପରି ମୁକ୍ତ କୁଇଜ୍ ପ୍ରତିଯୋଗିତା ମାର୍ଚ୍ଚ ୨୪ ତାରିଖ ପୂର୍ବାହ୍ନ ୯ ଘଟିକା ସମୟରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ  ହେବ ।   ନିର୍ବାଚନର ଆଚରଣବିଧି ଲାଗୁ ହୋଇଥିବାରୁ ଓଡିଆ ବକ୍ତୃତା  ଓ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଚ୍ଥାତ୍ର ଚ୍ଥାତ୍ରୀ ଏବଂ ମୁକ୍ତ କ୍ୱିଜ ପ୍ରତିଯୋଗିତାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଚ୍ଥାତ୍ର ଚ୍ଥାତ୍ରୀ ଓ ସର୍ବସାଧାରଣ ଅଂଶ ଗ୍ରହଣ କରିପାରିବେ ନାହିଁ ।  ଏହି ପ୍ରତିଯୋଗିତା ମାନଙ୍କରେ ଅଂଶ ଗ୍ରହଣ ପାଇଁ  ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଚ୍ଥନ୍ତି ।  

0
0
0
s2sdefault