ହେଡଲାଇନସ୍:

ଆଗାମୀ ସାଧାରଣ ନିର୍ବାଚନ : ଆନ୍ଧ୍ର ଓ ଓଡିଶା ସୀମାନ୍ତ ପୋଲିସ ଅଧିକାରୀପ୍ରସ୍ତୁତ କଲେ ଆକ୍ସନ ପ୍ଲାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଆଗାମୀ ସାଧାରଣ ନିର୍ବାଚନ ୨୦୧୯ ପରିପ୍ରେକ୍ଷୀରେ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଥିବା ପୋଲିସ ଥାନା ଗୁଡିକର ଅଧିକାରୀ ମାନଙ୍କ ଏକ ସମନ୍ୱୟ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ଥିବା  ଏସଡିପିଓଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆନ୍ଧ୍ରର ପାଲୋକଣ୍ଡା ମଣ୍ଡଳମର ଏସଡିପିଓ ପ୍ରେମ କାଜଲ ଓ ପାରଳାଖେମୁଣ୍ଡି ଏସିଡିପିଓ ଠାକୁର ପ୍ରସାଦ ପାତ୍ରଙ୍କ ମଧ୍ୟରେ ମୁଖ୍ୟତଃ ଅପରାଧ ଓ ଅସାମାଜିକ ବ୍ୟକ୍ତିଙ୍କ ନିୟନ୍ତ୍ରଣ ସମେତ ଶୃଙ୍ଖଳିତ ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ସମନ୍ୱୟ ବୈଠକ ହୋଇଥିଲା । ଆନ୍ଧ୍ରା ଓ ଓଡିଶାରେ ଏକା ସମୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ଏବଂ ଉପାନ୍ତ ତଥା ବୋଡର ହୋଇଥିବା ଯୋଗୁଁ ନିର୍ବାଚନ ସମୟରେ କୌଣସି ପ୍ରକାର ଅପରାଧିକ ଓ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ହିଂସାତ୍ମକ ଓ ଗଣ୍ଡଗୋଳିଆ  ଘଟଣା ଯେଭଳି  ନଘଟିବ ସେଥିପ୍ରତି ସମସ୍ତ ପ୍ରକାରର ପ୍ରସ୍ତୁତି ଆଲୋଚନା ହୋଇଥିଲା । ଅନ୍ୟ ପକ୍ଷରେ ଏହି ଆଲୋଚନା ବେଳେ ସୀମାନ୍ତରେ ଥିବା ସମସ୍ତ ଚେକପୋଷ୍ଟ ଗୁଡିକର ତଥ୍ୟ ଆଦାନ ପ୍ରଦାନ ହୋଇଥିଲାଉଭୟ ସୀମାନ୍ତ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ । 

ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର ଏବଂ ଆନ୍ଧ୍ରର ପାଲକୋଣ୍ଡା ଏସଡିପିଓ ପ୍ରେମକାଦଲ ସାମ୍ୱାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେଯେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ସୀମାନ୍ତରେ ଥିବା  ଆନ୍ଧ୍ର ଓଡିଶାର ଥାନା ଅଧିକାରୀ ମାନଙ୍କୁ ଏକ ସମନ୍ୱୟ ବୈଠକ ହୋଇଥିଲା ।

ଆଲୋଚନା ମଧ୍ୟରେ ମୁଖ୍ୟତଃ ଆମ ମଧ୍ୟରେ ସମସ୍ତ ସୂଚନା ଯାହାକି ଆମ ଜିଲ୍ଲାର କିଏ ଅସାମାଜିକ ଅପରାଧି ଅଛନ୍ତି ତାଙ୍କ ଅଞ୍ଚଳକୁ ଯାଇ ଅପରାଧ ଘଟଣା ଘଟାଇବ କି ତାଙ୍କର କିଏ ଅପରାଧି ଆମ ଅଞ୍ଚଳର ଅପରାଧ ଘଟଣା ଘଟାଇବ ନିର୍ବାଚନ ସମୟରେ ଏବଂ ମାଓ ଚଳପ୍ରଚଳକି ଗତିବିଧି ଅଛିକି ନାହିଁ ଏସବୁ ବିଭିନ୍ନ ବିଷୟରେ ଅନ୍ତରାଜ୍ୟ ଅପରାଧ ଘଟଣା ଉପରେ ଆନ୍ଧ୍ରର ଅପରାଧି ମାନେ କିଏ ଗଜପତି ଜିଲ୍ଲା ଅଞ୍ଚଳରେ ଆଶ୍ରୟ ନେଇଛନ୍ତିକି ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ କାଶୀନଗରଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଗାରାବନ୍ଧ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ଆନ୍ଧ୍ରର ପୁରୁଣାପାଟଣା ସିଆଇ ପେଦାୟା, ଏସଆଇ ଶ୍ରୀ ଚେନାମା ନାଇଡୁ, ମେଳିଆପୁଟି ଆସ ଆଇ ଜେ. ରାଜେଶ୍ୱର ରାଓଙ୍କ ସମେତ ଉଭୟ ସୀମାନ୍ତ ଅଞ୍ଚଳ ଗୁଡିକରେ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault