ହେଡଲାଇନସ୍:

ଡକାୟତି ଉଦ୍ୟମ ବିଫଳ : ଗାଡି ଛାଡି ଫେରାର ମାରିଲେ ଦୁର୍ବୁତ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୂଆପଡା. (ଅମିତ ପୁରୋହିତ) ; ନୂଆପଡା ଏନ.ଏ.ସି ର ମହାଶକ୍ତି ସଂଗଠନ ଅର୍ନ୍ତଭୁକ୍ତ ପୂଜା ନାମକ ଏକ ମହିଳା ସ୍ୱୟଂ ସହାୟକ ଦଳ ଆଜି ସ୍ଥାନିୟ ପଞାବ ନେସନାଲ ବ୍ୟାଙ୍କକୁ ପଇସା ଉଠାଇବା ପାଇଁ ଆସିଥିଲେ । ପ୍ରାୟ ଦେଢ ଲକ୍ଷ ଟଙ୍କା ଉଠାଇ ଦୁଇ ଜଣ ମହିଳା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ବାଇକ ଯୋଗେ ଶାଖାତରା ସ୍ଥିତ ନିଜ ଘରକୁ ଯାଉଥିଲେ । ବ୍ୟାଙ୍କ ରୁ ମାତ୍ର ୫୦୦ ମିଟର ଆସିବା ପରେ ହଠାତ ଏକ ନମ୍ବର ବିହିନ ପଲ୍ସର୍ ଗାଡିରେ ଦୁଇ ଜଣ ଯୁବକ ପଛପଟୁ ଆସି ମହିଳା ଜଣକ ଧରିଥିବା ଏକ ପଲିଥିନ ମୁଣିକୁ ଝିଙ୍କି ନେବା କୁ ଚେଷ୍ଟା କରିଥିଲେ । କିନ୍ତୁ ମୁଣିଟି ଫାଟି ଯିବାରୁ ଟଙ୍କା ଯାକ ତଳେ ବିଛାଡି ହୋଇ ପଡିଯାଇଥିଲା । ବାଇକ ଚାଳକ ଏବଂ ଦୁଇ ମହିଳା ମଧ୍ୟ ତଳେ ପଡି ଆହତ ହୋଇଥିଲେ । ସ୍ଥାନିୟ ଲୋକେ ଧାଇଁ ଆସିବାରୁ ଯୁବକ ଦୁଇ ଜଣ ନିଜର ବାଇକ ଛାଡି ଫେରାର ହୋଇଯାଇଥିଲେ । ଏନେଇ ପୋଲିସ କୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ କୁ ଜବତ କରି ଦୁର୍ବୁତ୍ତ ମାନଙ୍କୁ ଖୋଜାଖୋଜି ଜାରି ରଖିଛି ।

0
0
0
s2sdefault