ହେଡଲାଇନସ୍:

ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ କରିବା ନିମନ୍ତେ ପ୍ରଶାସନର ପଦକ୍ଷେପ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ : ଆସନ୍ତା ସାଧାରଣ ନିର୍ବାଚନ କୁ ସାମ୍ନାରେ ରଖି ସୁନ୍ଦରଗଡ଼ ଜିଲ୍ଲାପାଳ ନିର୍ବାଚନ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଛନ୍ତି | ନିର୍ବାଚନ କୁ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ କରିବା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷେପ କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀମତୀ ପଣ୍ଡା ସୂଚନା ଦେଇଛନ୍ତି | ସେ କହିଛନ୍ତି ଆଦର୍ଶ ଆଚରଣ ବିଧି ଅନୁସାରେ ସମସ୍ତ ଅଧିକାରୀ ମାନଙ୍କୁ କାର୍ଯ୍ୟ ସମ୍ପାଦନ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି, ଜନତାଙ୍କ ଅଭିଯୋଗ ପାଇଁ ଟୋଲ ଫ୍ରି ନମ୍ବର୧୯୫୦ ଓ CVigil ଆପରେ କୌଣସି ଅଭିଯୋଗ କରିପାରିବେ ବୋଲି ଦର୍ଶାଇଛନ୍ତି | ସରକାରୀ କୋଠା ବାଡିରେ କୌଣସି ରାଜନୈତିକ ଦଳ କିମ୍ବା କୌଣସି ପ୍ରାର୍ଥୀ , ହୋଡିଙ୍ଗ, ବ୍ୟାନର ଜଡିତ କୌଣସି ହୋଡିଙ୍ଗ ଲଗାଇବା ପାଇଁ ରୋକ ଲଗାଇଛନ୍ତି| , ପ୍ରାଥୀ ମାନଙ୍କ ନିମନ୍ତେ ଫର୍ମ ନମ୍ବର୨୬ ନୂତନ ଭାବେ ଜାରି କରାଯାଇଛି, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ କୌଣସି ସ୍ଥାନରେ ଖାଲି ଛାଡିବା ଭଲନୁହେଁ, ଯଦି ସେ ପ୍ରକାର ଫର୍ମ ପୂରଣ କଲେ ପ୍ରାଥିପତ୍ର ନାକଚ ହୋଇଯିବ ବୋଲି ବୋଲି ସୂଚନା ଦିଆଯାଇଛି, ପେନକାର୍ଡ ପ୍ରାଥୀ ପାଇଁ ଜରୁରୀ, ଭୋଟର ମାନଙ୍କ ପରିଚୟ ପତ୍ର ନଥିବା ସେମାନେ କୋୖଣସି ପରିଚୟ ପତ୍ର ଦେଖେଇ ଭୋଟ ଦେଇପାରିବେ, ଯେଉଁ ପ୍ରାଥୀ ମାନଙ୍କ ଅପରାଧୀକ ମାମଲା ଚାଲୁଥିବ ସେମାନେ ନିର୍ବାଚନ ପ୍ରଚାରରେ ଅବଧି ମଧ୍ୟରେ ନିଜ ମାମଲା ସମ୍ପର୍କ ତଥ୍ୟକୁ ଅତିକମରେ ୩ଥର ପ୍ରିଣ୍ଟ କିମ୍ୱା ବୈଦୁତିକ ଗଣମାଧ୍ୟମ ଜରିଆରେ ଜନସାଧାରଣ ଉଦ୍ଦେଶ୍ୟରେ ସୂଚନା ପ୍ରଦାନ କରିବା ବାଧ୍ୟତାମୂଳକ ଅଟେ | ସୁନ୍ଦରଗଡ଼ ଲୋକସଭା ଆସନ ସହ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ୧୯ ମାର୍ଚ୍ଚ୨୦୧୯ ଦିନ ନାମାଙ୍କନ ନିମନ୍ତେ ବିଜ୍ଞପ୍ତ ଜାରି କରାଯିବ | ୨୬ମାର୍ଚ୍ଚ୨୦୧୯ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିପାରିବେ, ସେଇପରି୨୭ମାର୍ଚ୍ଚ୨୦୧୯ ,ତାରିଖରେ ପ୍ରାଥୀପତ୍ର ଯାଞ୍ଚପାଇଁ ଧାର୍ଯ୍ୟ କରାଯାଇଛି | ପ୍ରାର୍ଥୀ ମାନେ ୨୯ମାର୍ଚ୍ଚ୨୦୧୯ ତାରିଖରେ ପ୍ରାଥୀପତ୍ର ପ୍ରତ୍ୟାହାର କରିପାରିବେ, ପରେ୧୮ଅପ୍ରେଲ୨୦୧୯ତାରିଖରେ ସୁନ୍ଦରଗଡ଼ ଲୋକସଭା ଆସନ ସହ ଜିଲ୍ଲାର ସମସ୍ତ ୭ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ିବାକୁ ପ୍ରାଥୀ ମାନେ ସର୍ବାଧିକ୭୦ଲକ୍ଷ୍ ଟଙ୍କା ଖର୍ଚ୍ଚ କରିପାରିବେ | ସେହିପରି  ବିଧାନସଭା ଆସନ ପାଇଁ ପ୍ରାଥୀ ମାନେ ସର୍ବାଧିକ୨୮ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ସୂଚନା ମିଳିଛି | ନିର୍ବାଚନକୁ ସୁଚାର ରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ ଥିବା ନିର୍ବାଚନ ବିଭାଗରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି | ଯୋଗାଯୋଗ ନମ୍ବର ୦୬୬୨୨-୨୭୨୨୭୨ବୋଲି ଆଜି ଜିଲ୍ଲାପାଳ ଗଣମାଧ୍ୟମଙ୍କୁ ଜଣାଇଛନ୍ତି  |

0
0
0
s2sdefault