ବିଜେଡି ଇସ୍ତାହାର କମିଟି :ବେଦ ଅଧ୍ୟକ୍ଷ, ଲୋକଙ୍କ ମତାମତ ଆଧାରରେ ପ୍ରସ୍ତୁତ ହେବ ଇସ୍ତାହାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର:  ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି  ନବୀନ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଇସ୍ତାହାର କମିଟି ଘୋଷଣା କରିଛନ୍ତି । କମିଟିରେ ସବୁ ବର୍ଗକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ନିଯୁକ୍ତି ଦିଆଯାଇଛି । ସହ-ଅଧ୍ୟକ୍ଷ ଭାବେ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ସୌମ୍ୟ ରଂଜନ ପଟ୍ଟନାୟକ, ଶ୍ରୀ ମଙ୍ଗଳା କିଷାନ, ଶ୍ରୀ ପଦ୍ମନାଭ ବେହେରା ଏବଂ ଶ୍ରୀମତୀ କସ୍ତୁରୀ ମହାପାତ୍ରଙ୍କୁ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । ସେହିପରି କମିଟିର ସଦସ୍ୟ ଭାବେ ଶ୍ରୀ ଅନଙ୍ଗ ଉଦୟ ସିଂହଦେଓ, ଶ୍ରୀ ଭର୍ତ୍ତୃହରି ମହତାବ, ଡ. ଅଚୁ୍ୟତ ସାମନ୍ତ, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀ ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ଶ୍ରୀ ସୁଦାମ ମାର୍ଣ୍ଡି, ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଶ୍ରୀ ସୁବାସ ସିଂହ, ଡ. ମିନତି ବେହେରା, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀ ନବ କିଶୋର ଦାସ, ଡ. ଦିଲ୍ଲୀପ ତିର୍କୀ, ସାଂସ୍କୃତିକ ସମନ୍ୱୟ ସେଲ୍‍ର ଆବାହାକ ଶ୍ରୀ ରବି ନାରାୟଣ ନନ୍ଦ, ଇଂ.ନଳିନୀକାନ୍ତ ପ୍ରଧାନ, ଆଇନଜୀବୀ ଅସୀମ ଅମିତାଭ ଦାସ, ମୁନ୍ନା ଖାନ୍‍, ଶ୍ରୀ ଅନନ୍ତ ନାରାୟଣ ଜେନା, ଡ. ସସ୍ମିତ ପାତ୍ର, ଶ୍ରୀମତୀ ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ର, ଶ୍ରୀ ତେଜେଶ୍ୱର ପରିଡା, ଶ୍ରୀ ଚିନ୍ମୟ ସାହୁ, ଶ୍ରୀ ଅମରେଶ ପତ୍ରି, ଶ୍ରୀ ରାଣାପ୍ରତାପ ପାତ୍ର, ଏସ୍‍ଏଚ୍‍ଜି ଫେଡେରେସନ୍‍ ବଲାଙ୍ଗିର ସଭାନେତ୍ରୀ ଶ୍ରୀମତୀ ସୁଜାତା ମିଶ୍ର, ସୁନ୍ଦରଗଡ଼ର ଶ୍ରୀମତୀ ସରସ୍ୱତୀ କିଷାନ, ମୟୂରଭଂଜର ଶ୍ରୀମତୀ ବିଷ୍ଣୁପ୍ରିୟା ଦାସ, କଳାହାଣ୍ଡିର ଶ୍ରୀମତୀ ପଙ୍କଜିନୀ ମଙ୍ଗରାଜ, କେନ୍ଦୁପତ୍ର ତୋଳାଳି ନେତ୍ରୀ ଶ୍ରୀମତୀ ମାମିନା ନାୟକ, କୃଷକ ନେତା ଶ୍ରୀ କିଶୋର ଦେବତା, ବିଜେଡି ଆଇଟି ସେଲ୍‍ ମୁଖ୍ୟ ଡ. ଅମର ପଟ୍ଟନାୟକ ପ୍ରମୁଖଙ୍କୁ ନିଯୁକ୍ତି ଦିଆଯାଇଛି । ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୩ତମ ଜୟନ୍ତୀରୁ ବିଜୁ ଜନତା ଦଳର ‘ଘରେ ଘରେ ଶଙ୍ଖ-ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’ କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ତୃଣମୂଳ ସ୍ତରରୁ ମହିଳା କାର୍ଯ୍ୟକର୍ତ୍ତାମାନେ ଘର ଘର ବୁଲି ମତାମତ ସଂଗ୍ରହ କରୁଛନ୍ତି । ଏହି ମତାମତ ଆଧାରରେ ବିଜୁ ଜନତା ଦଳ ତା’ର ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ନବ ଗଠିତ ଇସ୍ତାହାର କମିଟିକୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଥିବା ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି । 

   

0
0
0
s2sdefault