ପରିବାରରେ ଖୁସିର ଲହରୀ : ଅଫେରା ଜଗତରୁ ଫେରିଲେ ଜଗତରାମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଂତ୍ରାସବାଦୀ ସଂଦେହରେ ଧରିନେଇଥିଲା ସେନା

ଦୁର୍ଦ୍ଦିନରେ ପରିବାରକୁ ସହାୟତାର ହାତ ବଢ଼ାଇଲେ ରାଜୁ ଢୋଲକିଆ 

ନୂଆପଡ଼ା/Amit Kumar Purohit ; ଭାରତ ଓ ପାକିସ୍ତାନ ସୀମାନ୍ତରେ ଏବେ ତିକ୍ତତା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଗତ ୩ ତାରିଖରେ ଭାରତ-ପାକିସ୍ତାନ ସୀମାନ୍ତ ରାଜସ୍ତାନ ରାଜ୍ୟ ଜୈସଲମେର ଜିଲ୍ଲା ସରଡା ଥାନା ଅଞ୍ଚଳରେ ସନ୍ଦିଗ୍ଧ ସନ୍ତ୍ରାସବାଦୀ ସନ୍ଦେହରେ  ଭାରତୀୟ ସେନା ହାତରେ ଧରା ପଡିଥିଲେ କିଛି ଯୁବକ । ଭାରତୀୟ ସେନାର ପୁଛ ତାଛ ପରେ ସେମାନଙ୍କ ମଧ୍ୟରୁ ଜଣେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅଏଁଲାଜୁବା ଗାଁର ସୁମିତରାମ ଜଗତ(୪୨) ବୋଲି ଜଣା ପଡିଥିଲେ । ଆଜି ସନ୍ଧ୍ୟାରେ ସୁମିତ ନିଜ ଘରକୁ ଫେରିଛନ୍ତି । ତିନି ବର୍ଷ ପରେ ଘରକୁ ସୁମିତ ଫେରିବାରୁ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । 

           ଅଏଁଲାଜୁବା ଗାଁର ସୁମିତଙ୍କ ସ୍ତ୍ରୀ ମେନକା ଜଗତ(୩୮), ପୁଅ ଗୋବିନ୍ଦା(୧୭) ଝିଅ ଦ୍ୱିତୀୟା(୧୫), ଦିବ୍ୟା(୧୦)ଙ୍କୁ ନେଇ ତାଙ୍କର ପରିବାର । ଜମି ବାଡି କିଛି ନଥିବାରୁ କୁଲି ମଜୁରୀ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତିନି ବର୍ଷ ତଳେ ସୁମିତ ମାନସିକ ଭାରସାମ୍ୟ ହରାଇଥିଲେ । ଅର୍ଥାଭାବରୁ ପରିବାର ଲୋକେ ସୁମିତଙ୍କ ଚିକିତ୍ସା  ମଧ୍ୟ କରି ପାରିନଥିଲେ । ସୁମିତ ଦିନ ହଠାତ ଘରୁ କୁଆଡେ ଚାଲି ଯାଇଥିଲେ । ବୁଲି ବୁଲିି ଶେଷରେ ଭାରତ- ପାକିସ୍ତାନ ସୀମାନ୍ତରେ ପହଞ୍ଚô ଯାଇଥିଲେ । ଗତ ୩ ତାରିଖରେ ରାଜସ୍ତାନ ରାଜ୍ୟ ଜୈସଲମେର ଜିଲ୍ଲା ସରଡା ଥାନା ଅଞ୍ଚଳରେ ପାକିସ୍ତାନ ସୀମାନ୍ତରେ ଭାରତୀୟ ସେନା ତରଫରୁ ଛାନଭିନ ଚାଲିିଥିଲା । ଏହି ସମୟରେ କିଛି ଲୋକଙ୍କୁ ସନ୍ଦିଗ୍ଧ ସନ୍ତ୍ରାସବାଦୀ ସନେ୍ଦହରେ ଭାରତୀୟ ସେନା ଗୀରଫ କରିଥିଲା । ଏଥିରେ ସୁମିତରାମ ସାମିଲ ଥିଲେ । ସୁମିତଙ୍କୁ ନେଇ ଭାରତୀୟ ସେନା ଦିନ ତମାମ ଅଧିକ ତଦନ୍ତ କରି ସୁମିତ ନୂଆପଡ଼ା ଜିଲ୍ଲା ଖରିଆରରୋଡ ଜୋଙ୍କ ଥାନା ଅଞ୍ଚଳର ଓ ମାନସୀକ ଅନଗ୍ରସର ଥିବା ଜାଣିବାକୁ ପାଇଥିଲା । ପରେ ସୁମିତଙ୍କ ଫଟୋକୁ ଜୋଙ୍କ ଥାନାକୁ ପଠାଇଥିଲେ । ଜୋଙ୍କ ଥାନା ଅଧିକାରୀ ଯୁଗଲ ମଲ୍ଲିକଙ୍କ ନିର୍ଦ୍ଦେଶରେ ପୁଲିସ ଟିମ ଅଏଁଲାଜୁବା ଗାଁକୁ ଯାଇ ସୁମିତଙ୍କ ଫଟୋକୁ ତାଙ୍କ ପରିବାର ଲୋକଙ୍କୁ ଦେଖାଇଥିଲେ । ସେଠାରେ ସୁମିତଙ୍କ ମାଁ ଓ ସ୍ତ୍ରୀ ଚିହ୍ନଟ କରିଥିଲେ । ସେନାର ନିର୍ଦ୍ଦେଶ  କ୍ରମେ ତାଙ୍କର ପରିବାର ଲୋକେ ସୁମିତକୁ ଆସି ନେଇ ଯିବାକୁ ପରାମର୍ଶ ଦେଇଥିଲେ । ହେଲେ ଅର୍ଥାଭାବରୁ ରାଜସ୍ତାନ ଯିବାକୁ ପରିବାର ଲୋକେ ଅସମର୍ଥ ହୋଇ ପଡିଥିଲେ । ଶେଷରେ ପରିବାର ଲୋକଙ୍କ ଅନୁରୋଧ କ୍ରମେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ରାଜସ୍ତାନ ଯିବାକୁ ଆର୍ଥିକ ସହାୟତା କରିଥିଲେ । ଗତ ୭ ତାରିଖରେ ସୁମିତଙ୍କ ବଡ ଭାଇ ପୁନିତରାମ ଜଗତ, ଜତିରାମ ଜଗତ, ତାଙ୍କର ପୁଅ ଗୋବିନ୍ଦା ଜଗତ ତାଙ୍କୁ ଆଣିବା ପାଇଁ ରାଜସ୍ତାନ ଯାଇଥିଲେ । ସେଠାରେ ଡାକ୍ତରୀ ମାଇନା ପରେ ସୁମିତ ମାନସିକ ଅନଗ୍ରସର ବୋଲି ସ୍ପଷ୍ଟ ହେବାରୁ ଜୈସାଲମେର ପୁଲିସ ସୁମିତଙ୍କୁ ତାଙ୍କ ପରିବାର ଲୋକଙ୍କ ସାଥୀରେ ଛାଡି ଦେଇଥିଲେ । ଆଜି ସନ୍ଧ୍ୟାରେ ସୁମିତଙ୍କୁ ଧରି ତାଙ୍କ ପରିବାର ଲୋକେ ନିଜ ଘରେ ପହଂଚିଥିଲେ  । ତିନି ବର୍ଷ ପରେ ପାକିସ୍ତାନ ସୀମାନ୍ତରୁ ମୃତ୍ୟୁ  ମୁଖରୁ ଫେରି ଆସି ଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏବେ ନିଜ ପୁଅକୁ ପାଇଁ ମାଁ ଘରମନୀ ଜଗତ ଖୁସିରେ ଆତ୍ମ ବିଭୋର ହୋଇ ପଡିଛନ୍ତି ।

 

0
0
0
s2sdefault