ହେଡଲାଇନସ୍:

ଅସୁସ୍ଥତା ପରେ ସୁସ୍ଥ ହୋଇ ଏରିଆ ଫେରିବା ପରେ ମନ୍ତ୍ରୀ ସୁଶାନ୍ତଙ୍କୁ ଭବ୍ୟ ସମ୍ବର୍ଧନା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

  ବାଇକ ରାଲିରେ ସାମିଲ ହେଲେ ହଜାର ହଜାର ସାଧାରଣ ଜନତା 

ବରଗଡ :- ଗତ କିଛି ଦିନ ତଳେ ଭଟଲି ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ହଠାତ ଅସୁସ୍ଥ ହେଇପଡିଥିଲେ । ପ୍ରଥମେ ବରଗଡ଼ ପରେ ବୁର୍ଲା ଓ ତାପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସେ ଆଜି ସୋହେଲା ଫେରିଥିଲେ । ତାଙ୍କ ସୋହେଲା ଫେରୁଥିବା ଖବର ପାଇ ବହୁ ସଂଖ୍ୟାରେ ସମର୍ଥକ ଓ ସାଧାରଣ ଜନତା ତାଙ୍କୁ ସ୍ବାଗତ କରିବା ପାଇଁ ଦସମାଇଲ ଛକ ଠାରେ ଏକତ୍ରିତ ହେଇଥିଲେ । ପ୍ରାୟ ପାଞ୍ଚ ହଜାର ଲୋକ ଏକତ୍ରିତ ହେଇ ତାଙ୍କର ପ୍ରିୟ ନେତାଙ୍କୁ ସୋହେଲା ପର୍ଯନ୍ତ ଏକ ବାଇକ ରେଲି ରେ ପାଛୋଟି ଆଣିଥିଲେ । ମନ୍ତ୍ରୀ ସୋହେଲା ପହଂଚିବା ପରେ ପ୍ରଥମେ ମାଁ ଦୁର୍ଗାଙ୍କୁ ଦର୍ଶନ କରି ଦେବୀଙ୍କର ବିଧିବଦ୍ଧ ପୂଜାକରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହିତ ଆଗାମୀ ଦିନରେ କେବଳ ଭଟଲି ନୁହେଁ ସାରା ଓଡ଼ିଶାରେ ବିଜୁ ଜନତା ଦଳର ପ୍ରତିନିଧିମାନେ ବିଜୟୀ ହେବା ସହିତ ରାଜ୍ୟରେ ପୁଣିଥରେ ମାନ୍ୟବର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲେ । ଭଟଲି ଅଞ୍ଚଳର ଜନତା ସବୁବେଳେ ତାଙ୍କୁ ଆଶିର୍ବାଦ ଦେଇ ଆସୁଛନ୍ତି ଓ ଆଗାମୀ ଦିନରେ ମଧ୍ୟ ଆଶୀର୍ବାଦ ନିଶ୍ଚୟ ପ୍ରଦାନ କରିବେ ବୋଲି ଶ୍ରୀ ସିଂହ କହିଛନ୍ତି । ସୋହେଲା ଅଂଚଳରେ ଆଜି ମନ୍ତ୍ରୀ  ସୁଶାନ୍ତ ସିଂଙ୍କ  ସ୍ୱାଗତ ରାଲିକୁ ଦେଖି ଏହା ଏକପ୍ରକାର ପୁରାପୁରି ସ୍ପଷ୍ଟ ହେଇଗଲା ଯେ ବାସ୍ତବରେ ସୁଶାନ୍ତ ସିଂହ ଜଣେ ଲୋକପ୍ରିୟ ଓ ଅପ୍ରତିଦ୍ବନ୍ଦି ନେତା । ଲୋକ କେବଳ ତାଙ୍କୁ ଜଣେ ନେତା ଭାବରେ ନୁହେଁ ଜଣେ ସାଧାରଣ ଦରଦୀ ମଣିଷ ଭାବରେ ଭଲ ପାଇ ଆସୁଛନ୍ତି । ସୁଶାନ୍ତ ସିଂହଙ୍କର ଏହି ଲୋକପ୍ରିୟତା ଆଗାମୀ ଦିନରେ ବିରୋଧୀଙ୍କର ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ହୋଇପାରେ ବୋଲି ଅନୁମାନ କରାଯାଉଛି |

                

0
0
0
s2sdefault