ହେଡଲାଇନସ୍:

ବ୍ୟବସାୟୀଙ୍କ ଜବର ଦଖଲରେ ଏଡିଏମଓଙ୍କ ବାସଗୃହ କ୍ୟାମ୍ପସ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀରରୁ ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ ଠାକୁର : ବଲାଙ୍ଗିର ସହର ବ୍ୟବସାୟୀ ଙ୍କ ପାଇଁ ଭୁସ୍ୱର୍ଗ ପାଲଟିଛି | 2011 ସେସନ୍ ପରେ ସହରରେ ଲୋକସଂଖ୍ୟା ତୀବ୍ର ଭାବେ ବୃଦ୍ଦି ପାଇବାରେ ଲାଗିଛି |  ବାହାର ରାଜ୍ୟ ତଥା ଜିଲ୍ଲାମାନଙ୍କରୁ ଅନେକ ବ୍ୟବସାୟୀ ଆସି ସରକାରୀ ଜାଗା ଅବରୋଧକରି ନିର୍ବିଘ୍ନରେ ବ୍ୟବସାୟ ଚାଲୁ ରଖିଛନ୍ତି, ବାହ୍ୟ ରାଜ୍ୟରୁ ଆସି ଜିଲ୍ଲାରେ ବସତି ସ୍ଥାପନ କରିଥିବା ଲୋକଙ୍କ ସଂପର୍କରେ ପୋଲିସ ଜାଞ୍ଚ କରୁ ନ ଥିବାରୁ ସହରରେ ଅପରାଧ ବଢିବାରେ ଲାଗିଛି ଓ ସହରର ପରିବେଶ ଅଶାନ୍ତ ରହୁଛି | ଅପରାଧ ନିୟନ୍ତ୍ରଣ କରିବାକୁ ପୋଲିସର ବାର ବାଜି ଯାଉଛି | ବାହାର ଜିଲ୍ଲାରୁ ଆସି ସହରରେ ଥିବା କିଛି ନେତାଙ୍କୁ ହାତେଇ ସରକାରୀ କ୍ୟାମ୍ପସ ପରିସରକୁ ମାଡିବସି ଆରାମରେ ବ୍ୟବସାୟ କରୁଥିବା ଦେଖିବାକୁ ମିଲୁଛି | ସରକାରୀ କ୍ୟାମ୍ପସ ଜବର ଦଖଲ କରିଥିବା ସମ୍ବନ୍ଧରେ  ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ମଧ୍ୟ ବିଭାଗିୟ ଅଧିକାରୀ ଫୁଲ ଗାଲେଇ ଯାଉଛନ୍ତି | ଏଭଳି ବେଆଇନ ଜବରଦଖଲ ବିରୋଧରେ କୌଣସି ପଦକ୍ଷପ ନେଇ ନଥିବା ବେଲେ ଜବର ଦଖଲ କାରୀଙ୍କ ଠାରୁ ମାସିକ ବେନିୟମରେ ଟଙ୍କା ଅସୁଲ କରୁଥିବା ଚର୍ଚ୍ଚା ହୁଏ |

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପାର୍ଶ୍ୱରେ ଥିବା ପୁରୁଣା ସରକାରୀ ଏଡିଏମ.ଓ ମେଡିକାଲ ବାସଗୃହ ପରିସର କ୍ୟାମ୍ପସକୁ କୋଣାର୍କ ଟେଣ୍ଟ ହାଉସ ନାମକ ଏକ ବ୍ୟବସାୟୀ ଦିର୍ଘ 4 ବର୍ଷରୁ ଉର୍ଦ୍ଧକାଲ ହେଲା ଜବରଦଖଲରେ ରଖି ଦୋକାନ କରି ବେଶ୍ ମାଲାମାଲ ହେଉଛି | ଏହି ବିଷୟକୁ ନେଇ ଅନେକ ଥର ଗଣମାଧ୍ୟମ ପ୍ରଷ୍ଟିକରଣ କରିଥିଲେ ମଧ୍ୟ ବ୍ୟବସାୟଖୋର ମେଡିକାଲ ଅଧିକାରୀ କୋଣସି ପଦକ୍ଷେପ ନ ନେଇ ପୋଷ୍ୟ ପୁତ୍ର ଭଲି ଆଶ୍ରୟ ଦେଇଛନ୍ତି |

 ପ୍ରକାଶ ଥାଉ କି କୋଣାର୍କ ଟେଣ୍ଟ ହାଉସର ମାଲିକ କୁଆଡେ ରାଉରକେଲାର ବାସୀନ୍ଦା | ଏହି ଅଣ ଜିଲ୍ଲାବାସୀ ଜବରଦଖଲ ରେ ରଖିଥିବା ସ୍ଥାନ ସ୍ୱାସ୍ଥ୍ୟ ବିଭାଗ ନାମରେ ପାର୍ଚ୍ଚା ପଟା ଥାଉ 255 ଡିସମିଲ ଜାଗା ଥିବା ଖତିୟାନ, ମୌଜା-ବଲାଙ୍ଗିର ପ୍ରାୟ 5 ବର୍ଷ ପୂର୍ବେ କୌଣସି କାରଣ ବଶତଃ ମାଜିଷ୍ଟେଟ ଉପସ୍ଥିତିରେ ସିଲ କରାଯାଇଥିଲା | ସେ ସମୟରେ ଏହା ଏକ ହୋଟେଲ ଥିଲା | ପରେ କିଏ ବେଆଇନ ଭାବେ ସିଲ ଭାଙ୍ଗି ଏକ ଫଣ୍ଣିଚର ଦୋକାନ ଦେଇଥିଲେ ଓ ପରେ କୋଣାର୍କ ଟେଣ୍ଟ ହାଉସ ଖୋଲିଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହୁଏ | ମାଜିଷ୍ଟେଟଙ୍କ ସମ୍ମୁଖରେ କେଉଁ କାରଣରୁ ସିଲ ହୋଇଥିଲା ଓ କିଏ କାହାର ଆଦେଶରେ ସିଲ ଭଙ୍ଗାଗଲା ବର୍ତ୍ତମାନ ପର୍ଯ୍ୟନ୍ତ  ତଦନ୍ତ କରାଯାଉ ନାହିଁ | ପୋଲିସ ଓ ପ୍ରଶାସନର ଦୁର୍ବଲତାର ଫାଇଦା ଉଠାଉଛନ୍ତି ଅପରାଧିମାନେ | ଅସୁରକ୍ଷିତରେ ବଲାଙ୍ଗିର ସହର ଥିବା ବେଲେ ନେତା ମାନେ ସରକ୍ଷିତରେ ଥିବା ଦେଖିବାକୁ ମିଲୁଛି | ନଚେତ ଗଣମାଧ୍ୟମରେ ବାରମ୍ୱାର ପ୍ରକାଶିତ ହୋଇଥିଲେ ମଧ୍ୟ କାହାକୁ ଫରକ୍ ପଡୁନାହିଁ | ରାଜନୌତିଞ ମାନେ ନେତା ଗିରି ଠାରୁ ଦୁରେଇ ରହି ଜିଲ୍ଲାର ଉନ୍ନତି ଦିଗରେ ସାମିଲ ହୋଲେ ଜିଲ୍ଲାରେ ରହୁଥିବା ଶିକ୍ଷିତ ବେକାର ରୋଜଗାରକ୍ଷମ ହୋଇ ପାରିବେ |

ପ୍ରକାଶ ଥାଉକି ମେଡିକାଲ କଲେଜ ହସ୍ପିଟାଲର ଅନେକ ସ୍ଥାନ ଜବରଦଖଲକାରୀଙ୍କ କବଜାରେ ରହି ବ୍ୟବସାୟ ଚାଲିଛି , ଏଥିପ୍ରତି ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ପାଇଁ ସ୍ଥାନିୟ ଅଞ୍ଚଲରେ ଦୃଢ ଦାବିହୁଏ |

0
0
0
s2sdefault