ହେଡଲାଇନସ୍:

ମାର୍ଚ୍ଚ ୧୫ରୁ ବଳାଙ୍ଗୀ ଜାଗରଣ ଯାତ୍ରା, ଜିଲ୍ଲା ପରିକ୍ରମା କରିବ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/dillip mohanty   - ଅତୀତର ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ତଥା ବର୍ତ୍ତମାନର ମୟୂରଭଞ୍ଜ ଜିଲ୍ଲା ନିଜର ଅନନ୍ୟ କଳା-ସଂସ୍କୃତି-ପର୍ଯ୍ୟଟନ ଏବଂ ଐତିହ୍ୟକୁ ନେଇ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବେଳେ ସାମ୍ପ୍ରତିକ ସମୟରେ ଅବକ୍ଷୟମୁଖୀ  ହୋଇପଡ଼ିଛି ଏ ମାଟିର ଭାଷା-ସାହିତ୍ୟ,କଳା-ସଂସ୍କୃତି, ପର୍ଯ୍ୟଟନ ତଥା ଐତିହ୍ୟର ପ୍ରଚାର, ପ୍ରସାର ଏବଂ ସମୃଦ୍ଧି । ଏହାର ହୃତ ଗୌରବକୁ ଫେରାଇ ଆଣିବା ସହ ପୁର୍ନଉଦ୍ଧାର ନିମନ୍ତେ ୨୦୦୩ ରୁ ମୟୂରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବ (ମୟୂରଭଞ୍ଜ ବାଲି ମେଳା)  ବାରିପଦା ସହର ଉପକଣ୍ଠ ବୁଢାବଳଙ୍ଗ, ଚିପଟ ଓ ଇଟାଯୋଡି ନଦୀର ତ୍ରିବେଣୀ ସଂଗମ ପୀଠରେ ଆୟୋଜିତ ହୋଇ ଆସୁଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ପାଞ୍ଚପୀଢ଼, ବାମନଘାଟି, କପ୍ତିପଦା ଓ ବାରିପଦା ଉପଖଣ୍ଡର ଅଧିବାସୀମାନଙ୍କ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ସମନ୍ୱୟ ତଥା ଭାଇଚାରାର ଅତୁଟ ସଂପର୍କକୁ ଅଧିକ ନିବିଡ କରିବା ନିମନ୍ତେ ବିଗତ ୨୦୧୭ରୁ ବଳାଙ୍ଗୀ ସେନାର ସଂସ୍କୃତି ସୈନିକମାନଙ୍କୁ ନେଇ ସାଂସ୍କୃତିକ ଜାଗରଣ ଯାତ୍ରା ଏବଂ ନବ ଓଡିଶାର ଅନ୍ୟତମ ନିର୍ମାତା ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ସ୍ମୃତି ଉଦେଶ୍ୟରେ  ଏକ ଜ୍ୟୋତି ରଥ ଜିଲ୍ଲା ପରିକ୍ରମା କରୁଛି । ଚଳିତ ବର୍ଷ ଉକ୍ତ ଜାଗରଣ ଯାତ୍ରା ଓ ଜ୍ୟୋତିରଥ ମାର୍ଚ୍ଚ ୧୫ ରୁ ୧୭ ପର୍ଯ୍ୟନ୍ତ ୩ ଦିନଧରି   ଜିଲ୍ଲା ପରିକ୍ରମା କରିବ । ମାର୍ଚ୍ଚ ୧୫ ପୂର୍ବାହ୍ନରେ ମହାରାଜାଙ୍କ ସମାଧି ପୀଠରୁ ଜ୍ୟୋତି ପ୍ରଜ୍ୱଳିତ ହୋଇ ମା ଅମ୍ବିକାଙ୍କ ନିକଟରୁ ଆଜ୍ଞାମାଳ ପ୍ରାପ୍ତି ହେବା ପରେ ୮ରୁ  ଜାଗରଣ ଯାତ୍ରା ଓ ଜ୍ୟୋତିରଥକୁଳିଅଣା, ଝାରପୋଖୋରିଆ, ବାଙ୍ଗିରିପୋଷୀ, ଦ୍ୱାରଶୁଣୀ ପୀଠ, ବିଶୋଇ, ବିଜାତଳା, ବହଳଦା, ରାଇରଙ୍ଗପୁର, ଭାଲୁବସା, ଯଶିପୁର, ରରୁଆଁ, ଶୁକୃଳି, କରଞ୍ଜିଆ, ଠାକୁରମୁଣ୍ଡା, ଶରତ, କପ୍ତିପଦା, ଉଦଲା, ଖୁଣ୍ଟା, ହରିପୁର ଗଡ, ବଡସାହି, ମାଣତ୍ରୀ, ପାଟୁଳିପୁରା, ବୈଶିଙ୍ଗା, ବେତନଟି, ଚିତ୍ରଡା, ମୋରୋଡା, ବାଘଡା, ଶୁଳିଆପଦା, ଦେଉଳି ଆଦି ଅଞ୍ଚଳ ପରିକ୍ରମା କରି ମାର୍ଚ୍ଚ ୧୭ ସଂଧ୍ୟା ୭ଟାରେ ପାଲବଣି ବାଇପାସ ନିକଟରେ ପହଞ୍ଚିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିବାର ଜଣାଯାଇଛି । ସେହିପରି ଭଞ୍ଜବଂଶ ଇତିହାସ ଓ ସ୍ୱାଭିମାନ ସହ ଜଡିତ ଅତୀତର ଭଞ୍ଜରାଜ୍ୟ ରାଜଧାନୀ ଖିଚିଂ, ବହଳଦା, ହରିପୁର ଓ ବାରିପଦାକୁ ଏହି ଯାତ୍ରା ଓ ଜ୍ୟୋତିରଥ ସ୍ପର୍ଶ କରିବାର କାର୍ଯ୍ୟକ୍ରମ ରହଛି । ଗୌରବମୟ ଐତିହ୍ୟ, କଳା, ସଂସ୍କୃତି ଓ ସ୍ମୃତିର ପୁନର୍ଜାଗରଣ ତଥା ଅଖଣ୍ଡ ମୟୂରଭଞ୍ଜର ଗର୍ବ ଓ ଗୌରବାଜ୍ୱଳ ଇତିହାସକୁ ଆଜିର ସ୍ୱାଭିମାନୀ ମୟୂରଭଞ୍ଜିଆ ତଥା ଉତ୍ତର ପିଢୀଙ୍କୁ ସ୍ମରଣ କରାଇଦେବା ପାଇଁ ବଳାଙ୍ଗୀ ମହୋତ୍ସବ କମିଟି ତରଫରୁ ଏହି ପଦକ୍ଷେପ ନିଆଯାଇ ଥିବା ବେଳେ ବଳାଙ୍ଗୀ  ସେନାର ସମାଜ ସଂସ୍କାର ଓ ସମନ୍ୱୟ ଧର୍ମୀ ଏହି ମହାନ୍ ଜାଗରଣ ଯାତ୍ରାକୁ ସଫଳ କରିବା ପାଇଁ  ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି ।

 

 

0
0
0
s2sdefault