ହେଡଲାଇନସ୍:

ଆନ୍ଧ୍ରରେ ବନ୍ଧକ ୨୪ ଓଡ଼ିଆ ଦାଦନ :  ଲାହିରେ ତେଲ ଦେଇ ଶୋଇଛି ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଉଦ୍ଧାର  ପାଇଁ ଶ୍ରମ ଅଧିକାରୀଙ୍କୁ କଲେ ଗୁହାରି  

ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି  ଥାନା ଗୋଡଲ ଗ୍ରାପ ମହଗାଁ ର 24ଦାଦନ ବନ୍ଧା ପଡିବା ଘଟଣା କୁ 20ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ଉଦ୍ଧାର ଲାଗି ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ  ନିଆଯାଉନଥିବା ଅଭିଯୋଗ ହୋଇଛି ! ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ବେଳେ ଆଜି ବନ୍ଧକ ଶ୍ରମିକ ପରିବାର ମହିଳା ମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ବନ୍ଧକ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଗୁହାରି କରିଥିଲେ ! ସରକାରୀ କାମଧନ୍ଦା ଅଭାବରୁ ପରିବାର ପ୍ରତିପୋଷଣ ପାଇଁ ମହଗାଁର 5ଶିଶୁ ସମେତ ମୋଟ 24ଜଣ ପୁରୁଷ ମହିଳା ଦାଦନ ଡିସେମ୍ବର 28ରେ ଆନ୍ଧ୍ରପ୍ରଦେଶ ଏକ ଇଟା ଭାଟିକୁ ଖଟିବାକୁ ଯାଇଥିଲେ ! ସିନପାଲ୍ଲୀ ବ୍ଲକ କୁର୍ଲୁଭଟା ଗାଁ ର ଶ୍ରମିକ ଦଲାଲ ବନବିହାରୀ ବାଗଙ୍କ ଜରିଆରେ ଗାଁର 10ପରିବାର ହାଇଦ୍ରାବାଦ ସହରକୁ ଯାଇଥିଲେ ! ସେମାନେ ହେଲେ ଅମୃତ ହରିଜନ, ସ୍ତ୍ରୀ ତିଲୋତମା ଭଉଣୀ କୁମାରୀ, ରାଜାରାମ ହରିଜନ, ପୁଅ କାନ୍ତ ହରିଜନ, ନାତି ସତ୍ୟବାନ, ଝିଅ ଶକୁନ୍ତଳା, ରାମେଶ୍ୱର ତାଣ୍ଡି, ସ୍ତ୍ରୀ ଚମ୍ପା, ପୁଅ ପୂର୍ଣ୍ଣ, ଇନ୍ଦ୍ର ହରିଜନ, ସ୍ତ୍ରୀ ସୁମିତ୍ରା, ସନ୍ତୋଷ ଦୀପ, ସ୍ତ୍ରୀ ରତନେ, ଝିଅ ବୀଣା, ମହେଶ୍ୱର ହରିଜନ ସ୍ତ୍ରୀ ଲତା, ଝିଅ ବର୍ଷା, ବାପା ତୁଲାରାମ, ଡମବୁ ଢା  ରାଉତ,ରୂପଧର ରାଉତ, ଦୁର୍ଯୋଧନ ହରିଜନ ପ୍ରମୁଖ !ସେଠାରେ କୁଣ୍ଡେଲ ଗୁଡା କଲୋନୀ ର ସିବିଆଇ ଇଟା ଭାଟି ରେ ଇଟା ତିଆରି କାମ ରେ ଏହି ଦାଦନ ମାନେ ନିୟୋଜିତ ହୋଇଥିଲେ !ଶ୍ରମିକ ମାନଙ୍କୁ କିଛି ଟଙ୍କା ଅଗ୍ରିମ ଦେଇ ଵାକୟା ଟଙ୍କା ଆନ୍ଧ୍ର ରେ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ !ସେଠାରେ ଟଙ୍କା ମାଗିବାରୁ ସଂପୃକ୍ତ ଇଟା ଭାଟି ମାଲିକ ମାନେ ନିର୍ଯ୍ୟାତନା ଦେଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ! ଏନେଇ ଏଠାରେ ଥିବା ପରିବାର ଲୋକେ ଫେବୃଆରୀ 22ରେ ଶ୍ରମ ଅଧିକାରୀଙ୍କୁ ଭେଟି ଗୁହାରି କରିଥିଲେ ! ଏହି ଘଟଣାକୁ 20ଦିନ ବିତି ଯାଇଥିଲେ ମଧ୍ୟ ଶ୍ରମ ବିଭାଗ ନିରବଦ୍ରଷ୍ଟା ସାଜିଥିବାରୁ ବନ୍ଧକ ଶ୍ରମିକ ଉଦ୍ଧାର ହେଇ ପାରି ନାହିଁ ! ଶେଷ ରେ ବନ୍ଧକ ପରିବାର ମହିଳାମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ତ ହୋଇ ବନ୍ଧକ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଗୁହାରି କରିଥିଲେ ! ତେବେ ତୁରନ୍ତ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କରା ନଗଲେ ଜିଲ୍ଲାପାଲ ଅଫିସ ସାମନାରେ  ଧାରଣା ରେ ବସିବୁ ବୋଲି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗକୁ ଭାସ୍କର ବାଗ, ସାନ୍ତରା ହରିଜନ, ଦୌପଦି ରାଉତ, ସୁପା ହରିଜନ, ଜେଇ ମଣି ତାଣ୍ଡି ପ୍ରମୁଖ ଚେତାବନୀ ଦେଇଛନ୍ତି !                     

 

0
0
0
s2sdefault