ହେଡଲାଇନସ୍:

 ରାଜନୀତି କର, ହେଲେ ସମାଜ ଭିତରେ ରାଜନୀତି ପୂରାଅ ନାହିଁ : ଛତିଶଗଡ଼ ଗୃହମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାହୁ ସମାଜର ରାଜିମ ମାତା ଜୟନ୍ତୀ ସମାରୋହ ଛତିଶଗଡ ଗୃହ ମନ୍ତ୍ରୀ

ନୂଆପଡ଼ା,(ଅମିତ କୁମାର ପୁରୋହିତ); ସ୍ଥାନୀୟ ପୁଲିସ ପଡିଆ ରଙ୍ଗମଚଂରେ ଜିଲ୍ଲାସ୍ତରିୟ ସାହୁ ସମାଜ(ତୈଲିକ) ଆନୁକୁଲ୍ୟରେ ଭକ୍ତ ଶିରୋମଣୀ ରାଜିମ ମାତା ଜୟନ୍ତୀ ପାଳିତ ହୋଇଯାଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ଛତିଶଗଡ ସରକାର ଙ୍କ ଗୃହ ମନ୍ତ୍ରୀ ତାମ୍ରଧ୍ୱଜ ସାହୁ , ସମ୍ମାନୀତ ଅତିଥି ଭାବେ  ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ, ସ୍ଥାନୀୟ ବିଧାୟକ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଛତିଶଗଡ ରାଜ୍ୟ ସାହୁ ସମାଜ ର କାର୍ଯ୍ୟକାରୀ ସଭାପତି ମୋତିଲାଲ ସାହୁ, କଲାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ସାହୁ, ବିଜେଡି ଜିଲ୍ଲା ସଭାପତି ରାଜେନ୍ଦ୍ର ଢୋଲକିଆ, ରାଜ୍ୟ ସଂପାଦକ ସରୋଜ କୁମାର ସାହୁ, କଂଗ୍ରେସ ଜିଲ୍ଲା ସଭାପତି ଘାସିରାମ ମାଝୀ, ଜିଲ୍ଲା ଓଳିଲ ସଂଘ ସଭାପତି ପ୍ରଶନ୍ନ ପାଢୀ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ,ଉପାଧ୍ୟକ୍ଷ ଚିନିଲାଲ ସାହୁ, ଇଂ ହୋମ ସିଂ ମାଝୀ, ଗୋପାଳ ସାହୁ, ଉମାଶଙ୍କର ସାହୁ ପ୍ରମୁଖ ମଚାଂସୀନ ଥିଲେ । କାଯ୍ୟକ୍ରମକୁ ଧନୀରାମ ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରାଜିମ ମାତା ଙ୍କ ଏକ ଭବ୍ୟ ଶୋଭା ଯାତ୍ରା ସହର ପରିକ୍ରମା କରି ସମାରୋହ ସ୍ଥଳୀ କୁ ଆସିଥିଲା । ମୁଖ୍ୟ ଅତିଥି ପହଚିଂବା ପରେ ପ୍ରଥମେ ରାଜିମ ମାତା ଙ୍କ ପୂଜା ଅର୍ଚ୍ଚନା କରି ଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ସମାଜ ର ବିକାଶ ପାଇଁ ସବୁ ବର୍ଗର ବିକାଶକୁ ପ୍ରଥମିକତା, ରାଜନୀତି କର ହେଲେ ସମାଜ ଭିତରେ ରାଜନୀତି ପୂରାଅ ନାହିଁ । ସମାଜରୁ ରୁଢୀବାଦୀ ପରମ୍ପରା କୁ ଦୂର କଲେ ଶିକ୍ଷାର ପ୍ରଚାର ପ୍ରଶାର, ଚାକିରୀ, ବ୍ୟବସାୟ କ୍ଷେତ୍ରରେ ଆଗକୁ ଯିବା । ଭାଇଚାରା ଅନ୍ୟ ସମାଜ ସହିତ ରଖିବା ଆଧୁନିକ ଶିକ୍ଷା ପ୍ରଣାଳୀ ସହ ସଂସ୍କାର ଶିକ୍ଷା ଦେବାକୁ ଚେଷ୍ଟା କରି ସମାଜ ର ନାଁ ଟେକ ରଖିବା ବୋଲି କହିଥିଲେ । ସମାଜର ଜିଲ୍ଲା ସଭାପତି ନନୁକରାମ ସାହୁ, ପ୍ରେମ ସାହୁ, ରୋହିତ ସାହୁ,ହିତେଶ ସାହୁ, ପିନ୍ଟୁ ସାହୁ, ସନ୍ତୋଷ ସାହୁ, ମନୋଜ ସାହୁ, ରତନ ସାହୁ, ରିଙ୍କୁ ସାହୁ, ରାଜେଶ୍ରୀ ସାହୁ, ଭୋଲାରାମ ସାହୁ, ପରମାନନ୍ଦ ସାହୁ, ସଦାନନ୍ଦ ସାହୁ, ହିରୁ ସାହୁ,ପବନ ସାହୁ, ଦେବେନ ସାହୁ ପ୍ରମୁଖ ସମାଜ ର କର୍ମକର୍ତ୍ତା ବିଶେଷ ସହେଯାଗ କରିଥିଲେ ।

 

0
0
0
s2sdefault