ହେଡଲାଇନସ୍:

ବେଆଇନ ଭାବେ ଚାଲିଛି ଇଟାଭାଟି : ପରିବେଶ ପ୍ରଦୂଷିତ  ଓ ପ୍ରଶାସନ ନୀରବ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର)  : ସ୍ଥାନୀୟ ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ଇଟାଭାଟି ଯୋଗୁ ଭାଟିରୁ ନିର୍ଗତ ଧୁଆଁରେ ନିକଟବର୍ତି ଅଂଚଳବାସୀ ପ୍ରଭାବିତ ହେଉଥିବା ବେଳେ ସରକାର ହଜାର ହଜାର ଟଙ୍କାର ରାଜସ୍ୱ ହରାଉଥିବା ଜଣାଯାଇଛି । ଏହି ବେଆଇନ ଭାବେ ଚାଲିଥିବା ଇଟାଭାଟି ମାଲିକମାନଙ୍କୁ ଅହେତୁକ ଅନୁକମ୍ପା ସର୍ବସାଧାରଣରେ ପ୍ରଶାସନ ପ୍ରତି ସନେ୍ଦହ ସୃଷ୍ଟି କରୁଛି । ଓଡଗାଁ ଥାନା ଅଂଚଳର ରୋହିବାଙ୍କ, କୁରାଳ, ସୁନାମୁହିଁ, ଗିରିଡିପଲ୍ଲୀ, ରବିଗାଡିଆ ଏବଂ ଶରଣକୁଳ ଥାନାର ସାବିଦେଇପୁରୁ, ମଗରବନ୍ଧ, ବଡଗୋରଡା ଇତ୍ୟାଦି ଅନେକ ସ୍ଥାନରେ ଶତାଧିକ ବେଆଇନ ଇଟାଭାଟି ଯୋଗୁ ସେହି ଅଂଚଳରେ ବାୟୁମଣ୍ଡଳ ପ୍ରଦ୍ୟୂଷଣ ସହିତ ଉତାପ ବୃଦ୍ଧି ପାଇଥାଏ । ଶୁଳିଆ ସଂରକ୍ଷିତ ଜଙ୍ଗଲ ଓ ଗାଛା ସଂରକ୍ଷିତ ଜଙ୍ଗଲ ନିକଟବର୍ତି ଅଂଚଳରେ ରହିଥିବା ଇଟାଭାଟି ଯୋଗୁ ବନ୍ୟପ୍ରାଣୀ ସହିତ ଜଙ୍ଗଲ ମଧ୍ୟ ପ୍ରଭାବିତ ହୋଇଥାଏ । ବିଶେଷ କରି ଓଡଗାଁ ବାହାଡାଝୋଲା ରାସ୍ତାର ଜାମୁପାଟଣା ଠାରେ ବିରାଜିତ ଦୁତୀକେଶ୍ୱର ମହାଦେବ ମନ୍ଦିର ପର୍ଯ୍ୟଟନର ମାନ୍ୟତା ପାଇବା ପରେ ପ୍ରତେହ୍ୟ ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି । ରାସ୍ତା ନିକଟରେ ଥିବା ଇଟାଭାଟି ଯୋଗୁ ସାଧାରଣ ଯାତ୍ରୀ ତଥା ପର୍ଯ୍ୟଟକମାନେ ବହୁ ଅସୁବିଧାର ସମୁଖିନ ହେବାକୁ ପଡିଥାଏ । ତେଣୁ ପ୍ରଶାସନ ଏହାର ନିରାକରଣ ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି ।  

0
0
0
s2sdefault