ହେଡଲାଇନସ୍:

ଇଭିଏମ ଏବଂ ଭିଭିପିଏଟି ସଚେତନ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ ପୁରୋହିତ) ; ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମତଦାନକୁ ସ୍ୱଚ୍ଚ ଏବଂ ନିର୍ମଳ କରିବା ସକାଶେ ନିର୍ବାଚନ କମିଶନରଙ୍କ  ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଜିଲ୍ଲାରେ ୫ଟି ବ୍ଲକ ସମେତ ଜିଲ୍ଲାସ୍ତରୀୟ  ଇଭିଏମ ଏବଂ ଭିଭିପିଏଟି ରେ ନମୁନା ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ଉକ୍ତ କାର୍ଯ୍ୟକ୍ରମରେ ପିଡିଡିଆରଡିଏ ବୃଷଭ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ତରଣୀସେନ ନାୟକ, ଜିଲ୍ଲା ପଂଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡେପୁଟି କଲେକ୍ଟର ଜୟଲାଲ ବେଶ୍ରା ମଚାଂସୀନ ଥିଲେ । ଉପଜିଲ୍ଲାପାଳ ଶ୍ରୀ ନାୟକ ଇଭିଏମ ଏବଂ ଭିଭିପିଏଟି ର କାର୍ଯ୍ୟର ଉଦ୍ଦେଶ୍ୟ  ଜ୍ଞାପନ ପୂର୍ବକ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି, ପଂଚାୟତ ପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । ପରେ ଜିଲ୍ଲାପଂଚାୟତ ଅଧିକାରୀ ଶ୍ରୀ ମହାନନ୍ଦ ଏହି ଦୁଇ ମେସିନ କାର୍ଯ୍ୟକାରିତାକୁ ପ୍ରଦର୍ଶ କରି ଦେଖାଇଥିଲେ । ଏହାର କାର୍ଯ୍ୟକାରିତା ଦୃଢତା ଏହି ବ୍ୟବସ୍ଥାକୁ କିପରି ଲୋକେ ବିଶ୍ୱାସ କରିବେ ସେ ନେଇ କାର୍ଯ୍ୟକ୍ରମ । ସୂଚନା ଯୋଗ୍ୟ ଯେ, ଜିଲ୍ଲାର ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ନୂଆପଡ଼ା ରେ ୩୦୧, ଓ ଖଡିଆଳ ନିର୍ବାଚନ ମଣ୍ଡଳୀ ରେ ୩୦୨ ଗୋଟି ବୁଥ ରେ ଆଗାମୀ ନିର୍ବାଚନରେ ଲୋକେ ମତଦାନ କରିବେ । ଏହା ପାଇଁ ବିୟୁ ମେସିନ ୧୫୦୧,ସିୟୁ ମେସିନ ୧୫୦୫, ଓ ଭିଭିପିଏଟି ମେସିନ ୧୬୧୮ ଗୋଟି ଦ୍ୱାରା ନିର୍ବାଚନ କରାଯିବ ।

0
0
0
s2sdefault