ହେଡଲାଇନସ୍:

ବାଧିଲା ଜାଣି କ୍ଷମା : କଣ ଗଂଜେଇ ଖାଇ ପରୀକ୍ଷା ସୂଚୀ ଧାର୍ଯ୍ୟ କରୁଛି ଓପିଏସସି !!!!!!!!!!!!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଆଶାୟୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳିବା ପୂର୍ବରୁ ଭାବିବା ଉଚିତ 

ଭୁବନେଶ୍ୱର / ଦୀନବନ୍ଧୁ ନାୟକ : କମିଶନ ଶବ୍ଦ ମାନେ ଗୋଟାଏ ବୈଧାନିକ ଶବ୍ଦ, ସ୍ୱତଃ ଦାଇତ୍ୱବୋଧ ରହିଥିବା ବୋଲି ଆଶା କରାଯିବା କଥା । ଆଉ ଯେତେବେଳେ ଲୋକସେବା ଆୟୋଗ ବୋଲି କୁହାଯିବ ତେବେ ସର୍ବାଧିକ ଦାୟିତ୍ୱବୋଧ ଆଶା କରାଯିବା ସ୍ୱାଭାବିକ, କାରଣ ଯୁବକ ଯୁବତୀ ମାନଙ୍କ ସର୍ବୋପରି ରାଜ୍ୟର ବିଭିନ୍ନ ସେବା ପାଇଁ ଉଚ୍ଚ ପାଦ ସକାଶେ ଚୟନ କରିବା ଗୁରୁ ଦାଇତ୍ୱ କମିଶନ ହାତରେ । ଓଡ଼ିଶାରେ ମଧ୍ୟ ସେହି ଗୁରୁ ଦାଇତ୍ୱ ରହିଛି ଓଡିଶା ଲୋକସେବା ଆୟୋଗଙ୍କର । ହେଲେ ଆୟୋଗଙ୍କ ତରଫରୁ ଚଳିତବର୍ଷ ଏପରି ଗୁରୁଚନ୍ଦଳ ଦୋଷ ସଂଘଟିତ ହୋଇଛି, ଯାହାକି ରାଜ୍ୟର ଆଶାୟୀ ବେକାର ଯୁବକ ଯୁବତୀଙ୍କ ମନରେ ନିରାଶା ଓ ଅସନ୍ତୋଷ ସୃଷ୍ଟି କରିଛି । ଆଉ ଏହି ଅସନ୍ତୋଷ ତୀବ୍ର ରୂପ ନେବା ପୂର୍ବରୁ ଏବଂ ଅନ୍ୟ ରାଜନୈତିକ ଦଳ ଯୁବ ବର୍ଗଙ୍କ ସମବେଦନା ପାଇବା ପାଇଁ କିଛି ରାଜନୀତି କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତ୍ରୁଟି ସୁଧାରିବାର ନିର୍ଭର ପ୍ରତିଶ୍ରୁତି ଦିଆଯାଇଛି । ପୂର୍ବରୁ  ଫର୍ମ ପୂରଣର ଶେଷ ତାରିଖ ଓ ପ୍ରିଲିମିନାରୀ ପରୀକ୍ଷା ମଧ୍ୟରେ ଅଳ୍ପଦିନର ବ୍ୟବଧାନ ରହିଥିବା ନେଇ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି   ହେବା ପରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ  ହେବାକୁ ଥିବା ଓଡିଶା ପ୍ରଶାସନିକ ସେବା-୨୦୧୭ ପରୀକ୍ଷା ଘୁଞ୍ଚାଇ ଦିଆଯିବ ବୋଲି କୁହାଯାଇଛି । ହେଲେ ଏବେ ସ୍ୱତଃ ପ୍ରଶ୍ନ ଉଠିବା, ଭୁଲ କରିବା ପର୍ଯ୍ୟନ୍ତ କାହିଁକି ଯାଉଛି ଆଉ ସରକାର କାହିଁକି ହନ୍ତଶନ୍ତ ହେଉଛନ୍ତି ! ତାରିଖ ଧାର୍ଯ୍ୟ କରିବା ଦାୟିତ୍ୱରେ ଥିବା କର୍ମଚାରୀ ବା ଅଧିକାରୀ ମାନେ କଣ ଗଂଜେଇ ଖାଇ କାମ କରୁଛନ୍ତି ଯେ ବାଉଳା ଚାଉଲା ହେଉଛନ୍ତି ! କମିଶନ ଓ ସରକାର ସେଭଳି ଦାଇତ୍ୱହୀନ ବ୍ୟକ୍ତିଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକି ରହିଲା । 

ସୂଚନା ଅନୁଯାୟୀ ଓପିଏସସି ପକ୍ଷରୁ ପ୍ରକାଶିତ ପ୍ରଥମ ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ଆଶାୟୀ ଆବେଦନକାରୀମାନେ ନଭେମ୍ବର ୩୦ରୁ  ଡିସେମ୍ବର ୧୪ ତାରିଖ ମଧ୍ୟରେ ଆବେଦନ କରିବେ  । ଦେଶର ଯେକୌଣସି ଜାତୀୟକରଣ ବ୍ୟାଙ୍କରେ ଡିସେମ୍ବର ୧୬ ତାରିଖ ସୁଦ୍ଧା ପରୀକ୍ଷା ଦେୟ ଜମା କରିପାରିବେ  । ଆଉ ପ୍ରିଲିମିନାରୀ  ଶେଷ ତାରିଖଖେର ମାତ୍ର ୧୦ଦିନ ପରେ ଅର୍ଥାତ ପରୀକ୍ଷା ଡିସେମ୍ବର ୨୪ ତାରିଖରେ ଅନୁଷ୍ଠିତ  ହେବ  । ଏହାକୁ ନେଇ ପିଲାମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା  । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଅଶୋକ କୁମାର ମୀନା କହିଛନ୍ତି ଯେ ଆଶାୟୀ ଆବେଦନକାରୀମାନଙ୍କ ଉଦ୍ବେଗକୁ ଗୁରୁତ୍ୱର ସହ ବିଚାର କରି ଫର୍ମ ‘ଫିଲପ୍ ପାଇଁ ଡେଡଲାଇନ୍ ଘୁଂଇବାକୁ ନିଷ୍ପତ୍ତି  ନେଇଥିବା ବେଳେ ପରୀକ୍ଷା ସମୟ ଘୁଁଚାଇବାକୁ ସ୍ଥିର କରାଯାଇଛି  । ତୁରନ୍ତ  ଏ ସମ୍ପର୍କରେ ଭ୍ରମ ସଂଶୋଧନ ପ୍ରକାଶ ପାଇବ ବୋଲି କହିଛନ୍ତି ଶ୍ରୀ ମୀନା  ।

ଗତବର୍ଷ ଆବେଦନ ପାଇଁ ୧ମାସ ସମୟ ଦିଆଯାଇଥିବା ବେଳେ ଏବର୍ଷ ଏହାକୁ ୧୫ ଦିନ କରାଯିବ ତଥା ୋଷ ତାରିଖ ଓ ପ୍ରିଲିମ୍ ତାରିଖ ଭିତରେ ମାତ୍ର ୧୦ଦିନ ବ୍ୟବଧାନ ରହିବା ଆଶାୟୀ ଛାତ୍ରଛାତ୍ରୀଙ୍କୁ ବ୍ୟଥିତ କରିଥିଲା  । ଆଉ ୧୫ଦିନ ମଧ୍ୟରେ ରାଜ୍ୟର ଦୂରଦୂରାନ୍ତରେ ରହୁଥିବା ପିଲାମାନେ କେମିତି ଆବେଦନ କରିବେ  । ଏପରିକି ଏସସି ଏସଟି ବର୍ଗର ପିଲାମାନଙ୍କ ପାଇଁ ‘ର୍ମରେ କିଛି ସାର୍ଟି‘ିକେଟ ସଂଯୋଗ କରିବକୁ ପଡିବ, ଯାହାକୁ ଯୋଗାଡ କରିବାକୁ କିଛି ଦିନ ଲାଗିଯିବ  ।  ଗତଥର ଆବେଦନ ତାରିଖ ଓ ପ୍ରିଲିମ୍ ତାରିଖ ମଧ୍ୟରେ ମଧ୍ୟ ପାଖା ପା ୪ମାସରୁ adhika ସମୟ ରହିଥିଲା  । ଏହା କରାଗଲେ ରାଜ୍ୟର ବହୁ ଯୋଗ୍ୟ ଯୁବକ ଯୁବତୀ ପରୀକ୍ଷାରୁ ବଂଚିତ ହୋଇଯିବେ ବୋଲି ଆଶାୟୀ ମାନଙ୍କ ପକ୍ଷରୁ ଯୁକ୍ତିଯୁକ୍ତ ଅଭିଯୋଗ କରାଯିବା ପରେ ସରକାର ଏହି ତ୍ରୁଟିକୁ ସୁଧାରିବା ପାଇଁ ନିଷ୍ପତ୍ତି  ନେଇଛନ୍ତି  ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରୀୟ ଲୋକସେବା ଆୟୋଗ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଫେବୃୟାରୀ ୨୨ରେ ବିଜ୍ଞପ୍ତି ଜାରି କରିଥିଲେ । ଆବେଦନ ପାଇଁ ଶେଷ ତାରିଖ ରଥିଲେ ମାର୍ଚ୍ଚ ୧୭ । ପ୍ରିଲିମ୍ ପରୀକ୍ଷା ତାରିଖ ଧାଯର୍ୟ କରିଥିଲେ ଜୁନ ୧୮ ଓ ମେନ୍ ପରୀକ୍ଷା ଆରମ୍ଭ ହୋଇଥିଲା ଅକ୍ଟୋବର ୨୮ରେ  । ୟୁପିଏସସି ଏକ ନିର୍ଦ୍ଧିଷ୍ଟ କ୍ୟାଲେଣ୍ଠର ଅନୁସରଣ କରିଥିବା ବେଳେ ଓପିଏସସି କାହିଁକି ପରୀକ୍ଷା ଏକ କ୍ୟାଲେଣ୍ଡର ଅନୁଯାୟୀ କରିନପାରିବ ବୋଲି କିଛି ଆଶାୟୀ ପରିକ୍ଷାର୍ଥୀ ପ୍ରଶ୍ନ କରିଛନ୍ତି  ।

0
0
0
s2sdefault