ହେଡଲାଇନସ୍:

ବଲାଂଗୀର ରାଜେନ୍ଦ୍ର କଲେଜ ପାଇଲା ବିଶ୍ୱବିଦ୍ୟାଳୟ ମାନ୍ୟତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର : ଆଜି ବଲାଙ୍ଗିର ବାସିଙ୍କ ବହୁ ଦିନର ସ୍ୱପ୍ନ ସାକାର ହୋଇଛି | 2014 ରୁ 2019 ଯାଏ ବିଶ୍ୱବିଦ୍ୟାଲୟ ମାନ୍ୟତା ପାଇ ସଂଗ୍ରାମ କରିଥିଲେ ଛାତ୍ର ଛାତ୍ରୀ ମାନେ ଶେଷରେ ଅନ୍ତଘଟିଲା | ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ଏହି ମର୍ମରେ |  2019 ମାର୍ଚ୍ଚ 2ରେ ସରକାରୀ କାର୍ଯ୍ୟାଲୟରୁ ଚିଠି ଆସିଲା ରାଜେନ୍ଦ୍ର କଲେଜ ବିଶ୍ୱବିଦ୍ୟାଲୟ ମନ୍ୟତା ପାଇଲା | ଲୋକମାନଙ୍କ ମନରେ ଉସ୍ସବ ଆନନ୍ଦ ହୋଇଛି ବଲାଙ୍ଗିର ସହର | ଆତସବାଜିରେ ଚାଲିଛି ବାଣ ଫୁଟା କାର୍ଯ୍ୟକ୍ରମ | ଗୋଟିଏ ପଟେ ସୁଖର ଲହରୀ ଅନ୍ୟ ପଟରେ ଦୁଇ ଦଲ କଂଗ୍ରେସ, ବିଜେଡି ଶ୍ରେୟ  ନେବାକୁ ବୟାନବାଜି ଜୋର ଧରିଲେଣି | କିନ୍ତୁ ଲୋକେ କହୁଛନ୍ତି ଯିଏବା ନେଉ କିନ୍ତୁ ବଲାଙ୍ଗିର ର ବିକାଶ ହେଉ |  ଆଗକୁ ନିର୍ବାଚନ ଆସୁଥିବା ବେଲେ ବଲାଙ୍ଗିର କୁ ଭେଟି ଦେଉଛନ୍ତି ନବିନ ସରକାର | ବଲାଙ୍ଗିର ଆସିବେ ବୋଲି ଜଣା ଯାଉଛି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ | ସେଇଥିପାଇଁ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ଆଗତରିଆ ଲୋକେ ଚର୍ଚ୍ଚା  କରୁଛନ୍ତି |

0
0
0
s2sdefault