ହେଡଲାଇନସ୍:

ଡ. ରମାକାନ୍ତ ରଥଙ୍କୁ  ‘ପ୍ରେମ ପୃଥିବୀ’ ସମ୍ମାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଓଡ଼ିଶାର ଅଗ୍ରଣୀ ସାହିତ୍ୟ ପ୍ରତିକା ଭଦ୍ରକରୁ ପ୍ରକାଶିତ ‘ପ୍ରେମ ପୃଥିବୀ’ ର ମର୍ଯ୍ୟାଦାବନ୍ତ ଷଷ୍ଠ ବାର୍ଷିକ ସାରସ୍ୱତ ସମ୍ମାନ ଚଳିତ ବର୍ଷ ଭାରତର ବିଶିଷ୍ଟ କବି, ଓଡ଼ିଶାର ପ୍ରାକ୍ତନ ମୁଖ୍ୟ ସଚିବ ତଥା କେନ୍ଦ୍ର ସାହିତ୍ୟ ଏକାଡେ଼ମୀର ପ୍ରାକ୍ତନ ସଭାପତି ଡ. ରମାକାନ୍ତ ରଥଙ୍କୁ ଭୁବନେଶ୍ୱରସ୍ଥିତ ବାସଭବନରେ ମାର୍ଚ ୩ରେ ସମ୍ମାନିତ କରାଯିବ । ଭାରତୀୟ ଭାଷା ସାହିତ୍ୟରେ ଡ଼ ରଥ ଜଣେ ବହୁ ଚର୍ଚ୍ଚିତ ସୃଜନ ବ୍ୟକ୍ତିତ୍ୱ । ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ସଫଳ ସ୍ରଷ୍ଟା ଭାବେ ସେ ପାଠକୀୟ ଶ୍ରଦ୍ଧା, ଜାତୀୟ ଓ ରାଜ୍ୟସ୍ତରରେ ବହୁବାର ସମ୍ବର୍ଦ୍ଧିତ ହୋଇଛନ୍ତି । ଭଦ୍ରକ ପରି ଏକ ସାରସ୍ୱତ ତୀର୍ଥରେ ଡ଼ ରଥଙ୍କ ସମ୍ବର୍ଦ୍ଧନାପ୍ରାପ୍ତି ଏକ ବିଶେଷ ଆଲୋଡ଼ନ ସୃଷ୍ଟି କରିଛି । ଏ ସମ୍ପର୍କରେ ପ୍ରେମ ପୃଥିବୀର ସମ୍ପାଦକ କୈଳାଶ ଚନ୍ଦ୍ର ପଣ୍ଡା ଓ ପ୍ରକାଶିକା ଓ ଅର୍ଣ୍ଣପୁର୍ଣ୍ଣା ପଣ୍ଡା ସୂଚନା ଦେଇଛନ୍ତି  ।   

0
0
0
s2sdefault