ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀ ; ୧୫ ହଜାର କୋଟି ଟଙ୍କାର ୩୫ଟି ପ୍ରକଳ୍ପ ଦେଲେ ଉପହାର !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଚାନ୍ଦବାଲି ଦୁର୍ଗାପଡିଆ ଠାରେ ଏକ ବିଶାଳ କର୍ମୀ ସମାବେଶରେ ଯୋଗଦେଇଥିଲେ |  ଏହି ଅବସରରେ ୩୫ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ କରିଥିଲ,  ଯାହାର ମୂଲ୍ୟ ୧୫ ଶହ କୋଟିରୁ ଅଧିକ ବୋଲି ଜଣା ପଡିଛି | ଏହି ସମାବେଶରେ ୩୦ ହଜାରରୁ ଅଧିକ ଜନ ସମାଗମ ହୋଇଥିଲା । ଏହି ସଭାରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ,ସାଂସଦ ଅର୍ଜୁନ ସେଠୀ , ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟ , ଯୁଗଳ ପଟ୍ଟନାୟକ, ମୁକ୍ତିକାନ୍ତ  ମଣ୍ଡଳ , ଦ୍ୱିଜବର ରାଉତ, ଯୁବ ନେତା ସଂଜୀବ ମଲ୍ଲିକ, ଅଭିନେତା କୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାକୁ ଜିଲ୍ଲାପାଳ ଜ୍ଞାନ ଦାସ ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଜିଲ୍ଲାର ବିକାଶ ଦିଗରେ ଆହୁରି ଅଧିକ ଅନୁଦାନ ଯୋଗାଇ ଦେବେ ବୋଲି କହିଥିଲେ । ଆଗକୁ ନିର୍ବାଚନ ଥିବାରୁ ସ୍ଥାନୀୟ ଜନସଧାରଣ ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଜି ଏହି କାର୍ଯ୍ୟକ୍ରମରେ  ବିଜେଡିର ଗୋଷ୍ଠି କନ୍ଦଳର ଛାପ  ଦେଖିବାକୁ ମିଳିଥିଲା ।

0
0
0
s2sdefault