ହେଡଲାଇନସ୍:

ନୂଆପଡାରେ ଦାଦନ ଦୁଃଖ :ଆନ୍ଧ୍ରରେ ପୁଣି ୪୦ ଶ୍ରମିକ ବନ୍ଧକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା (ଅମିତ କୁମାର ପୁରୋହିତ) ; କାମ ଧନ୍ଦା ଅଭାବରୁ ଦଲାଲ ମାନଙ୍କ ପ୍ରରୋଚନାରେ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଦାଦନ ଖଟିବା କୁ ଯାଇ ନିର୍ଯ୍ୟାତନା ର ଶିକାର ହେଉଛନ୍ତି । ଆନ୍ଧ୍ର ପ୍ରଦେଶର ଏକ ଇଟା ଭାଟିରେ ଜିଲ୍ଲାର ଆଉ ୪୦ ଜଣ ଦାଦନ ବନ୍ଧା ପଡିଥିବା ଜଣା ପଡିଛି । ଇଟା ଭାଟି ମାଲିକ ସେମାନଙ୍କୁ ଶାରିରୀକ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଉଛି । ସମସ୍ତ ଶ୍ରମିକ ସଦର ବ୍ଲକ ସାହିପଲା ଅଚଂଳ ର ବୋଲି ଜଣା ପଡିଛି । ଖବର ପାଇବା ପରେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗଣ ମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଛନ୍ତି । ଗତ ୨୬ ତାରିଖରେ ସାହିପଲା ଅଚଂଳର ୪ ଟି ଗାଁ ର ୪୦ ରୁ ଅଧିକ ଲୋକେ ବରଗଡ ଜିଲ୍ଲା ପାଇକମାଲ ଥାନା ଝାରବନ୍ଧ ପଚାଂୟତ ର ମେନକାମୁଣ୍ଡା ଗାଁ ର କଦମ ବାଗ ନାମକ ଶ୍ରମିକ ଦଲାଲଙ୍କ ଜରିଆରେ ୨୫ ହଜାର ଟଙ୍କା ଅଗ୍ରିମ ନେଇ ଆନ୍ଧ୍ରପ୍ରଦେଶ ର ରଙ୍ଗାରେଡ୍ଡି ଜିଲ୍ଲା  କୋଙ୍ଗରାକଲାନ ଆଡିବାଟଲା ଅଚଂଳ କୁ ଇଟା ଗଢିବାକୁ ଯାଇଥିଲେ । ସାହିପଲା ଗାଁର ସାନବାଇ ମାଝୀ, ଝିଅ ଖେଜାବାଇ ମାଝୀ (୩୦) ଓ ଜ୍ୱାଇଁ ଦେଓଧର ଧରୁଆ (୩୫) ଙ୍କ ସମେତ ସାହିପଲା, ଜଲଗଡ, ଜାମଝୁରି, ବରଗଡ ଜିଲ୍ଲା ପାଇକମାଲ ଥାନା ଭୁତମୁଣ୍ଡା ର ଲୋକେ ଉକ୍ତ ସରଦାର ଙ୍କ ଠାରୁ ପରିବାର ପିଛା ୨୫/୩୦ ହଜାର ଟଙ୍କା ଅଗ୍ରିମ ନେଇ ଦାଦନ ଯାଇଥିଲେ । ସେଠାରେ ଶ୍ରମିକ ଙ୍କୁ କମ ଖାଇବା ଖର୍ଚ୍ଚ ଦେଇ ମାନସିକ,ଶାରିରୀକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି । କୈାଣସି ରୋଗ ହେଲେ ଚିକିତ୍ସା ବଦଳରେ ଜୋର ଜବରଦସ୍ତି ୨୦ଘଣ୍ଟା ଧରି କାମ ଆଦାୟ କରୁଛନ୍ତି । ଚିକିତ୍ସା ପାଇଁ ଟଙ୍କା ମାଗିଲେ ଧମକ ଦିଆଯାଉଛି ।ଏଭଳି ସ୍ଥିତିରେ ଶ୍ରମିକମାନେ ପରିବାର ଲୋକଙ୍କୁ ଫୋନ ଯୋଗେ ନିଜର ଦୁଃଖ କଥା କହିଛନ୍ତି । ସେଠାରେ ଶ୍ରମିକ ନିର୍ଯ୍ୟତନା ଅସହ୍ୟ ହେବାରୁ ସେମାନଙ୍କୁ ଉଦ୍ଧାର କରିବାକୁ ପରିବାର ଲୋକଙ୍କୁ ଜଣାଇଛନ୍ତି । ସମସ୍ତ ଶ୍ରମିକ ଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଦଲାଲ ଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଛନ୍ତି ।

0
0
0
s2sdefault