ହେଡଲାଇନସ୍:

ଅକାଳରେ ଚାଲିଗଲେ ସମାଜସେବୀ ଆନନ୍ଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(ମନୋଜ କୁମାର ଭୋଇ)  ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ମାଟିଆମହୁଲ ଗ୍ରାମର ଆନନ୍ଦ ବାରିକ ନାମକ ଜଣେ ସମାଜସେବୀଙ୍କ ଗୁରବାର ସକାଳେ ଅକାଳ ବିୟୋଗ ଘଟି ଯାଇଛି । ତାଙ୍କ ବିୟୋଗ ସମୟରେ ୪୫ବର୍ଷ ହେଉଥିଲା । ସେ ଗତ କିଛି ଦିନ ହେବ ଜଣ୍ଡିସ ରୋଗରେ ଆକ୍ରନ୍ତ ଥିଲେ । ବୁର୍ଲା, ସମ୍ବଲପୁରସ୍ଥିତ ଜେଏମଜି ଡାକ୍ତରଖାନାରେ ଚିକିତ୍ସା ହୋଇ ଆରୋଗ୍ୟଲାଭ ନ କରିବାରୁ କଟକ ଚିକିତ୍ସା ପାଇଁ ଯିବା ବାଟରେ ତାଙ୍କ ପ୍ରାଣବାୟୁ ଚାଲି ଯାଇଥିଲା । ଆର୍ଥିକ ଅନଟନ ଯୋଗୁ ଠିକ ଭାବରେ ଚିକିତ୍ସିତ ହୋଇ ପାରି ନ ଥିଲେ । ତାଙ୍କ ଚିକିତ୍ସା ପାଇଁ ଦିପ୍ତିପୁର ଅଂଚଳର କିଛି ବଦାନ୍ୟ ବ୍ୟକ୍ତି ଚାନ୍ଦା କରି କିଛି ଆର୍ଥିକ ସହଯୋଗ ଦେଇଥିଲେ । କଟକକୁ ଚିକିତ୍ସାପାଇଁ ନେଇଥିବା ତାଙ୍କ ସ୍ତ୍ରି ଏବଂ ଝିଅ ବହୁ କଷ୍ଟରେ ମର ଶରୀରକୁ ଗାଁକୁ ଆଣିଥିଲେ । ତାଙ୍କ ମର ଶରୀରକୁ ଦର୍ଶନ ପାଇଁ ଅଂଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ପହଂଚିଥିଲେ । ସେ ଜଣେ ସମାଜସେବୀ ଭାବେ ଅଂଚଳର ସମସ୍ତଙ୍କ ଦୁଃଖ ସୁଖରେ ଭାଗ ନେଉଥିଲେ । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଲିଯାଇଥିଲା । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଆଣି ମଶାଣୀରେ କଫିନ ଦିଆଯାଇଥିଲା । ଘରର ସେ ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ତାଙ୍କ ଆୟରେ ତାଙ୍କର ବୁଢା ମା, ବାପା, ସ୍ତ୍ରୀ ଓ ଦୁଇ ପୁଅ ଝିଅ ବହୁ କଷ୍ଟରେ ପାଳିତ ହେଉଥିଲେ । ତାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହଯୋଗ ଯୋଗାଇଦେବା ପାଇଁ ଜନସାଧାରଣରେ ଦାବୀ ହେଉଛି ।

0
0
0
s2sdefault