ହେଡଲାଇନସ୍:

ଜଙ୍ଗଲ ଜମିରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତରିତ ନକରିବା ଦାବିରେ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)  ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ଅନୁସାରେ ପଟ୍ଟା ନପାଇ ଜଙ୍ଗଲ ଜମିରେ ବସବାସ କରୁଥିବା ଲୋକଙ୍କୁ ଉଛେଦ କରିବା ନିର୍ଦ୍ଦେଶକୁ ବିରୋଧ କରି ମାର୍ଚ୍ଚ ୧ ଶୁକ୍ରବାର ଝାଡଖଣ୍ଡ ଦିଶମ ପାର୍ଟି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ପ୍ରଦାନ କରାଯାଇଛି । ଏଥିସହିତ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଝାଡଖଣ୍ଡ ଦିଶମ ପାର୍ଟିର ଓଡ଼ିଶା ପ୍ରଦେଶ କିମିଟି ସଭାପତି ହେମନ୍ତ କୁମାର ସୋରେନଙ୍କ ନେତୃତ୍ୱରେ ଅନୁଷ୍ଠିତ  ଏହି ବିକ୍ଷୋଭ ଏବଂ ଧାରଣାରେ ବିଶେଷ କରି ଫରେଷ୍ଟ ରାଇଟ୍ ଆକ୍ଟ ୨୦୦୬ ଅନୁସାରେ ଜଙ୍ଗଲ ଜମିରେ ବସବାସ କରୁଥିବା ଆଦିବାସୀ ଓ ଅନ୍ୟାନ୍ୟ ଲୋକଙ୍କୁ ଜମିର ପଟା ପ୍ରଦାନ କରାଯାଇନଥିବାରୁ ଜବରଦଖଲରେ ବସବାସ କରୁଥିବା ବ୍ୟକ୍ତିମାନଙ୍କୁ ହଟାଇ ଦିଆଯିବା ନେଇ ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ଫେବୃଆରୀ ୧୩ରେ ଏକ ରାୟ ପ୍ରକାଶ ପାଇଥିଲେ । ତେବେ ଜଙ୍ଗଲ ଜମିରେ ବସବାସ କରୁଥିବା ଲୋକଙ୍କୁ ସେଠାରୁ  ନ ହଟାଇବା ଦାବିରେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝାଡ଼ଖଣ୍ଡ ଦିଶମ ପାର୍ଟି ଧାରଣା ପ୍ରଦାନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା  । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଲାଦୁରାମ ସୋରେନ, ସୁନ୍ଦର ମୋହନ ହେମ୍ବ୍ରମ, ଦୁର୍ଗା ସୋରେନ, ମାହ୍ଲ ମାର୍ଣ୍ଡି, ମାରାଂବୁରୁ ହାସଁଦା, ଚୈତନ୍ୟ ହେମ୍ବ୍ରମ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

0
0
0
s2sdefault