ହେଡଲାଇନସ୍:

 ଉପବାଚସ୍ପତିଙ୍କ ନିକଟରେ ଫେରାଦ ଜଣାଇଲେ  ଭୂମିଜସାହି ବସ୍ତିବାସିନ୍ଦା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି ) - ବାରିପଦା ପୌରପରିଷଦ ଅର୍ନ୍ତଗତ ୯ନମ୍ବର ୱାର୍ଡ ଭୂମିଜସାହି ବାସିନ୍ଦାମାନେ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ବିଧାନସଭା ଉପବାଚସ୍ପତି ତଥା ବାରିପଦା ସଦର ବିଧାୟକ ସାନନ୍ଦ ମାର୍ଣ୍ଡି ଏବଂ ଜିଲ୍ଲା ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ନିକଟରେ ଫେରାଦ ହୋଇଛନ୍ତି । ବସ୍ତିବାସିନ୍ଦାଙ୍କ ଅଭିଯୋଗ ଆଧାରରେ, ସେମାନେ ସମସ୍ତେ ଭୂମିହୀନ ଅଟନ୍ତ ଏବଂ ଦୀର୍ଘ ୪୦ବର୍ଷ ବାରିପଦା ପୌରପରିଷଦର ୱାଡର଼୍ ନଂ ୯ରେ ରହିଆସୁଛନ୍ତି । ଏଥି ସହିତ ଉକ୍ତ ସାହି ମଧ୍ୟ ଭୂମିଜ ସାହି ନାମରେ ନିଜର ପରିଚୟ ସୃଷ୍ଟିକରିଆସିଛି ।  ସେହିପରି ସେମାନେ ସମସ୍ତେ ଆଦିବାସୀ ପଛୁଆ ବର୍ଗର  ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜାତିଗତ ପ୍ରମାଣ ପତ୍ର ମଧ୍ୟ ପାଇ ପାରି ନଥିବାରୁ ସେମାନଙ୍କ ପିଲାମାନେ ଆଦିବାସୀ ହଷ୍ଟେଲମାନଙ୍କରେ ରହି ପାଠ ପଢ଼ିବାରୁ ବଂଚିତ ହୋଉଛନ୍ତିି । ସେମାନେ ଦିନ ମଜୁରୀଆ ଓ ଖଟିଖିଆ ହୋଇଥିବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ଜିବୀକା ନିର୍ବାହ କରିଆସୁଛନ୍ତି । ଝାଟିମାଟି କୁଡ଼ିଆରେ ପରିବାରର ସଦସ୍ୟମାନେ ମୁଣ୍ଡଗୁଞ୍ଜି ଚାଲିଛନ୍ତି । ଏହି ଭୂମିଜ ସାହିରେ ବିଜୁଳି ଖୁଣ୍ଟ ପଡ଼ିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ଅଣଦେଖା କାରଣରୁ ବିଜୁଳି ଆଲୁଅ ସେମାନଙ୍କ ନିମନ୍ତେ ସାତ ସପନ ପାଲଟିଯାଇଛି । ଏପରିକି ନାଳର ବ୍ୟବସ୍ଥା ନଥିବାରୁ ବାର୍ଷ ଦିନେ ମୁଖ୍ୟ ରାସ୍ତା ଆଦିରେ ପାଣି ଜମି ରହିବା ହେତୁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାବ୍ୟତୀତ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବସାଯାଇଥିବା ନଳକୂପଟି ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଥିବାରୁ ପାନୀୟ ଜଳ ସେମାନଙ୍କ ନିମନ୍ତେ ମୁଖ୍ୟ ସମସ୍ୟା ଓ ମୁଣ୍ଡବ୍ୟଥାର କାରଣ ପାଲଟିଯାଇଛି ।  ଫଳରେ ପିଇବା ଓ ରୋଷେଇ ଆଦି ନିମନ୍ତେ ପାଣିର ଅସୁବିଧା ଆଦି ବିଭିନ୍ନ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ କରାଇବା ନିମନ୍ତେ ଉପବାଚସ୍ପତି ତଥା ସ୍ଥାନୀୟ ବିଧାୟକ ଶ୍ରୀମାର୍ଣ୍ଡି ଏବଂ ଯୁବ ବିଜେଡି ସଭାପତି ଶ୍ରୀମହାନ୍ତିଙ୍କ ଦୃଷ୍ଟିଆକର୍ଷଣ କରାଇବା ପରେ ଉପବାଚସ୍ପତି ସମସ୍ୟାଗୁଡ଼ିକୁ ଯଥାଶୀଘ୍ର ୍ର ପୂରଣ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

0
0
0
s2sdefault