ହେଡଲାଇନସ୍:

କାର୍ଯ୍ୟକ୍ରମ ସୂଚୀ ବଦଳାଇ ଆହତଙ୍କୁ ଡାକ୍ତରଖାନାରେ ଭେଟିଲେ ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରାଣ ହରାଇଥିବା ଯବାନଙ୍କ ପରିବାରର ଜଣକୁ ଚାକିରୀ, ୫ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା

ବୁର୍ଲା(ଶାସକ ପ୍ରଶାସକ):  ଆଜି  ସକାଳ ୬/୩୦ ମି. ସମୟରେ ବେଲପାହାଡ଼ ୪୯ ନମ୍ବର ରାଜପଥ ଓଭରବ୍ରିଜ ନିକଟରେ ଏକ ପୁଲିସ ଭେନକୁ ଗୋଟିଏ ଟ୍ରକ ଧକ୍କା ଦେବାରୁ ୪ ପୋଲିସ କର୍ମୀଙ୍କ ମୃତ୍ୟୁ ଓ ୨୩ ଜଣ ପୁଲିସ କର୍ମୀ ଆହତ ହୋଇ ଥିବାରୁ କେତେକଙ୍କୁ ଟିଆରଏଲ ହସ୍ପିଟାଲ ଓ ମଣ୍ଡଳିଆ ସେଣ୍ଟ୍ରାଲ ହସ୍ପିଟାଲରେ ପରେ ଅଧିକାଂଶ ଙ୍କୁ ବୁର୍ଲା ସଦର ହସ୍ପିଟାଲରେ ରେ ଭର୍ତ୍ତି କରାଯାଇଥିଲା ! ଏହି ଖବର ପାଇ ପ୍ରଥମେ ତତକ୍ଷଣାତ ସମ୍ବଲପୁର ବିଧାୟିକା ଡ଼ଃ.ରାସେଶ୍ୱରୀ ପାଣିଗ୍ରାହୀ ହସ୍ପିଟାଲରେ ପହଂଚି ସୁବିଧା ଅସୁବିଧା ଗୁଡିକ ଦେଖିଥିଲେ ଏବଂ ସ୍ୱୟଂ  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଘଟଣାରେ ମର୍ମାହତ ହେବ ସହ ନିଜ ଝାରସୁଗୁଡା ଗସ୍ତକର୍ମା ପୂର୍ବରୁ ସିଧା ସଳଖ ଆହତମାନଙ୍କୁ ଦେଖିବାକୁ ଯାଇଥିଲେ | ସେଠାରେ ଆହତମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଚିକିତ୍ସାରେ ଯେପରି କୌଣସି ଅବହେଳା ନହୁଏ ସେଥିପାଇଁ ନିର୍ଦ୍ଦେଶ ଦେଇଥିଲେ | ଏହି ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କ  ପରିବାରକୁ ସମବେଦନା ଜ୍ଞାପନ କରିବା ସହ ୫ଲକ୍ଷ ତାଙ୍କର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ | ସେମାନଙ୍କ ପରିବାରର ଜଣକୁ ନିଯୁକ୍ତି ଦେବାର ଘୋଷଣା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ | ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ ରାଜ୍ୟ ସରକାର ବହନ କରିବେ ଓ ଯଦି ଆହତଙ୍କ କ୍ଷେତ୍ରରେ ସ୍ଥାୟୀ ଅକ୍ଷମତା ହେଲେ ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି |

0
0
0
s2sdefault