ହେଡଲାଇନସ୍:

ଦଲାଲଙ୍କ ପ୍ରରୋଚନାରେ ବିଭ୍ରାନ୍ତ ହୁଅନ୍ତୁ ନାହିଁ : ଉପବାଚସ୍ପତି ସାନନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଲ୍ୟାଣ୍ଡ ରାଇଟ ଆକ୍ଟରେ ସହରାଂଞ୍ଚଳ ବସ୍ତାବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ବଣ୍ଟନ କାର୍ଯ୍ୟ ଶୁଭାରମ୍ଭ

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଆମ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଏକ ଜମିର ସ୍ଥାୟୀ ପଟ୍ଟା ଓ ଛୋଟ ବାସଉପଯୋଗି ଗୃହ ସମସ୍ତଙ୍କ ଏକ ସ୍ୱପ୍ନ ଥିଲା । ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱପ୍ନ ପୂରଣ କରିଦେଇଛନ୍ତି । ଏକ ଓଡ଼ିଶା ସରକାରଙ୍କ ସ୍ଲମ ଡ଼ୁଏଲର ଲେଣ୍ଡ ରାଟ୍ ଆକ୍ଟ-୨୦୧୭ ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ । ସମଗ୍ର ଭାରତରେ କେବଳ ଓଡ଼ିଶାରେ ଉକ୍ତ ଆକ୍ଟ କାର୍ଯ୍ୟକାରୀ କରାଯାଉଛି ଏବଂ ଭୂମିହୀନ ବସ୍ତିବାସିନ୍ଦାମାନଙ୍କୁ ୩୦ ବର୍ଗ ମିଟର ସ୍ଥାୟୀ ଜମି ପଟ୍ଟା ମାଗଣାରେ ବଣ୍ଟନ ସହ ସ୍ଥାୟୀ ପକ୍କାଗୃହ ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଆଜି ରାଜ୍ୟ ସରକାରଙ୍କ ନଗର ଓ ଗୃହ ନିର୍ମାଣ ବିଭାଗର ନିଦେ୍ର୍ଧଶ କ୍ରମେବାରିପଦା ପୌରପରିଷଦରେ ଉକ୍ତ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ହିତାଧିକାରୀମାନେ କୌଣସି ଦଲାଲଙ୍କ ପ୍ରରୋଚନା ଅଥବା ଅପପ୍ରଚାରରେ ବିଭ୍ରାନ୍ତ ନହେବା ନିମନ୍ତେ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି  ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ସେହିପରି ବାରିପଦା ପୌରପରିଷଦ ପରିସରରେ ଆଜି ଆୟୋଜିତ ସହରାଞ୍ଚଳ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପବାଚସ୍ପତି ଶ୍ରୀମାର୍ଣ୍ଡି ଯୋଗ ଦେଇ ରାଜ୍ୟ ସରକାର ୩ଟି ସ୍ୱତନ୍ତ୍ର କ୍ରାଇଟେରିଆ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି କହିଥିଲେ ଏବଂ ଆଜି ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏଥି ନିମନ୍ତେ ପୂର୍ବରୁ ୪୬ଟି ସ୍ଲମରେ ସର୍ଭେ କରାଯାଇଥିଲା । ଟାଟା ଟ୍ରଷ୍ଟ ପକ୍ଷରୁ ହୋଇଥିବା ୪୩ ସ୍ଲମର ସର୍ଭେ ରିପୋର୍ଟ  ପୌରପରିଷଦରେ ଦାଖଲ ହୋଇଛି । ଡେ଼୍ରାନ କ୍ୟାମେରାରେ ମଧ୍ୟ ବାରିପଦା ପୌରପରିଷଦରେ ସର୍ଭେ କରାଯାଇ ମ୍ୟାପ ପ୍ରସ୍ତୁତ କରାଯାଇଛି ୭,୮୯୧ ପରିବାରଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୬୯୫ ପ୍ରାଇଭେଟ ଜମିକୁ ଜବରଦଖଲ କରି ବସବାସ କରିଆସୁଥିବା ବେଳେ ୬୧୯୬ ପରିବାର ସରକାରୀ ଜମିକୁ ଜବରଦଖଲ କରି ରହୁଛନ୍ତି । ରାଜ୍ୟ ସରକାରଙ୍କ ଧାର୍ଯ୍ୟକରିଥିବା କ୍ରାଇଟେରିଆ ଅନୁସାରେ ରାସ୍ତାଘାଟ, ଆଲୋକ, ପାଣି ଆଦି ନଥିବା ଅଞ୍ଚଳରେ ବସବାସ କରୁଥିବା ୨୦ରୁ ଅଧିକ ପରିବାର ଅଞ୍ଚଳକୁ ଚିହ୍ନଟ କରାଯାଇଛି । ଏହା ମଧ୍ୟରେ ୨୯୬୪ ପରିବାର ଆନାବାଦି, ଗୋଚର, ରକ୍ଷିତ, ପତିତ ଆଦି ଜମିରେ ବସବାସ କରୁଥିବା ବେଳେ ୩୨୧୨ ପରିବାର ରେଳବାଇ, ଜଙ୍ଗଲ ଆଦି କିସମ ଜମିରେ ବସବାସ କରୁଛନ୍ତି । ଜଙ୍ଗଲ, ରେଳବାଇ ଆଦି ଜମିର ପଟ୍ଟା ବଣ୍ଟନରେ ଆଇନଗତ ପ୍ରତିବନ୍ଧକ ରହିଥିବା କାରଣରୁ ଉକ୍ତ କିସମ ଜମିରେ ବସବାସ କରୁଥିବା ୩୨୧୨ ପରିବାରକୁ ଅନ୍ୟତ୍ର ରାସ୍ତାଘାଟ, ପାଣି, ଆଲୋକ ଆଦିର ସମସ୍ତ ସୁବିଧା ସହ ବସ୍ତି ନିର୍ମାଣ କରାଯାଇ ସ୍ଥାୟୀ ଜମିର ପଟ୍ଟା ଯୋଗାଇ ଦିଆଯିବାର ବ୍ୟବସ୍ଥା ଆରମ୍ଭ କରାଯାଇଥିବା ସମୟରେ ଚିହ୍ନଟ ହୋଇଥିବା ୨୯୬୪ ପରିବାର ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୩୦ ବର୍ଗ ମିଟର ଜମିରେ ବସବାସ କରୁଥିବା ୫୪୨ ପରିବାରଙ୍କୁ ମାଗଣାରେ ସ୍ଥାୟୀ ଜମି ପଟ୍ଟା ସହ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଗଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୩୦ରୁ ୪୫ ବର୍ଗ ମିଟର ଜମିକୁ ଜବରଦଖଲରେ ରଖିଥିବା ପରିବାର ୧୫ ବର୍ଗ ମିଟର ଜମିର ୫୦ ପ୍ରତିଶତ ସରକାରଙ୍କ ବେଞ୍ଚ ମାର୍କ ପ୍ରିମିୟମ ସରକାରଙ୍କ ନିକଟରେ ଦାଖଲ କରିବା ପରେ ଜମିର ପଟ୍ଟା ଯୋଗାଇ ଦିଆଯିବ । ଏଥି ସହିତ ତୃତୀୟ ପର୍ଯ୍ୟାୟରେ ଯେଉଁମାନେ ୪୫ ବର୍ଗ ମିଟରରୁ ଅଧିକ ସରକାରୀ  ଜମି ଦଖଲରେ ରଖିଛନ୍ତି ସେମାନେ ବଳକା ଜମିକୁ ସରକାରଙ୍କ ନିକଟରେ ଦାଖଲ କରିବା ସହ ୧୫ ବର୍ଗ ମିଟର ୫୦ ପ୍ରତିଶତ ପ୍ରିମିୟମ ଦାଖଲ ପରେ ଜମି ପଟ୍ଟା ଦିଆଯିବ ବୋଲି ରାଜ୍ୟ ସରକାର ଆଇନ କରିଛନ୍ତି ବୋଲି ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପବାଚସ୍ପତି ଶ୍ରୀ ମାର୍ଣ୍ଡି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ବାରିପଦା ତହସିଲଦାର ଓ ଟାଟା ଟ୍ରଷ୍ଟର ଜ୍ୟୋତ୍ସ୍ନା ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ବାରିପଦା ପୌରପରିଷଦର ୨୮ଟି ୱାଡର଼୍ର ବସ୍ତିବାସିନ୍ଦାମାନେ ଯୋଗ ଦେଇଥିଲେ ।

0
0
0
s2sdefault