ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଜନଜାତି ସମାବେଶ: ଆଦିବାସୀଙ୍କ ବିକାଶ ନିମନ୍ତେ ୪କୋଟି ୮୯ଲକ୍ଷ ଟଙ୍କାର ପ୍ରକଳ୍ପ ଉଦ୍‍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱତନ୍ତ୍ର  ଉନ୍ନୟନ ପରିଷଦ ଗଜପତି ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ଜନଜାତି ସମାବେଶ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଗଜପତି ଜିଲ୍ଲା ସମେତ ୯ଟି ଜିଲ୍ଲାର ଜନଜାତି ମାନଙ୍କର କଳା, ସଂସ୍କୃତିର ବିକାଶପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିର୍ମିତ ପ୍ରକଳ୍ପର ଉଦ୍‍ଘାଟନ କରିବା ସହ ଭିଡିଓ କନ୍‍ଫେରନସ ମାଧ୍ୟମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ମରିୟମ ରଇତ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ । ଏହି ଅବସରରେ  ଆଦିବାସୀମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ୫୭ଟି ପବିତ୍ର ଉପବନ ନିର୍ମାଣ, ୪ଟି ସଂସ୍କୃତି କ୍ଲବ ଗଠନ , ୨୬ଗୋଟି ସାପ୍ତାହିକ ହାଟର ଉନ୍ନତି କରଣ, ୧୪୯ଟି ଦଳକୁ ଖେଳ ଉପକରଣ ପାଇଁ ସମୁଦାୟ ୪କୋଟି ୮୯ ଲକ୍ଷ ଟଙ୍କାର ନୂତନ ପ୍ରକଳ୍ପ ଉଦ୍‍ଘାଟନ କରିଥିଲେ ।

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାବେଶରେ ଜିଲ୍ଲାପାଳ ଅନୁପମ ସାହା, ମୋହନା ବିଧାୟିକା ବାସନ୍ତି ମଲିକ , ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଲ ରାଣା, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶେଷଦେବ ମିଶ୍ର ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଓଡିଶାରେ ଆଦିବାସୀଙ୍କ ବିକାଶ, ଆଦିବାସୀମାନଙ୍କ କଳା ସଂସ୍କୃତିକୁ ପୁନଃରୁଦ୍ଧାର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରୟାସ ଜାରି ରଖିଛନ୍ତି ସାରା ଭାରତ ବର୍ଷରେ , ପୃଥିବୀରେ ଏକ ବିରଳ ବୋଲି ଅତ୍ୟୁକ୍ତି ହେବ ନାହିଁ ବୋଲି ସାମ୍ୱାଦିକ ମାନଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ କହିଥିଲେ । ବିଭିନ୍ନ ବ୍ଲକରୁ ଆସିଥିବା ଆଦିବାସୀମାନେ ଏହି ସମାବେଶରେ ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ ।

 

0
0
0
s2sdefault