ହେଡଲାଇନସ୍:

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ସଂଯୋଜକ ସାତ୍ମିକ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁଙ୍କୁ ବିଜ୍ଞାନର ଭାବନା ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସଭାପତି ବିନୋଦ ଚନ୍ଦ୍ର ଜେନା ବିଜ୍ଞାନ କିପରି ଆମର ଦୈନନ୍ଦିନ ଜୀବନରେ ଓତଃପ୍ରତଃ ଭାବେ ଯୋଡିତ ସେ ବିଷୟରେ ନିଜ ବକ୍ତବ୍ୟରେ ରଖିଥିଲେ । ବିଦ୍ୟାଳୟର ଉପଦେଷ୍ଟା ପୂଜ୍ୟଶ୍ରୀ ରାମାନନ୍ଦ ଦାସଜୀ ମହାରାଜ ଯୋଗଦେଇ ଶିଶୁଙ୍କୁ ବିଜ୍ଞାନର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ୱନ୍ଧରେ କହିଥିଲେ । ଏହି ଅବସରରେ ଆର୍ଯ୍ୟଭଟ୍ଟ ବିଜ୍ଞାନ ସଂସଦ ଗଠନ କରାଯାଇଥିଲା ଏବଂ ଶିଶୁ ଭାଇ ଭଉଣୀଙ୍କମଧ୍ୟରେ ବିଜ୍ଞାନ ସମ୍ୱନ୍ଧୀୟ ସେମିନାର, କୁଇଜ, ପ୍ରକଳ୍ପ ଦର୍ଶନ, ବକୃତା, ପ୍ରବନ୍ଧ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ବିଜ୍ଞାନ ଆଚାର୍ଯ୍ୟ ଶ୍ରଦ୍ଧାମୟୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପାଦିତ ହୋଇଥିଲା ।

0
0
0
s2sdefault