ହେଡଲାଇନସ୍:

ରାଉରକେଲା ଇସ୍ପାତ କାରଖାନାରେ ବାର୍ଷିକ ଡ଼ିଏନବି ଦିବସ ‘ଜଲସା-୨୦୧୯’ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲର  ଡ଼ିଏନବି ଡାକ୍ତରମାନଙ୍କର ବାର୍ଷିକ ଉତ୍ସବ ‘ଜଲସା-୨୦୧୯’ ଫେବୃଆରୀ ୨୬ ତାରିଖରେ ଇଣ୍ଡୋ ଜର୍ମାନ କ୍ଲବଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ମୁଖ୍ୟ ଅତିଥି ଏବଂ ଓ.ଏସ.ଡ଼ି., ଶ୍ରୀ ଦୀପକ ଚଟ୍ଟରାଜ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଏହି ଅବସରରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ଶ୍ରୀମତୀ ସବିତା କୁମାରୀ, ପ୍ରକଳ୍ପ ବିଭାଗର ଇଡ଼ି, ଶ୍ରୀ ରାଜୀବ ଅଗ୍ରୱାଲ, କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ରାଜ ବୀର ସିଂହ, କାର୍ଯ୍ୟ ବିଭାଗର ଇଡ଼ି, ଶ୍ରୀ ଗୌତମ ବାନାର୍ଜୀ, ଏମଏମ ବିଭାଗର ଇଡ଼ି, ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର , ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା, ଶ୍ରୀମତୀ ରେଖା ଅଗ୍ରୱାଲ, ଶ୍ରୀମତୀ ଅନୁରାଧା ବାନାର୍ଜୀ, ଶ୍ରୀମତୀ ସୁମନଲତା ସିଂହ , ଅର୍ଥ ବିଭାଗର ଜିଏମ, ଶ୍ରୀ ଏମ କେ ଏଲ ଚାନ୍ଦ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ, ଡାକ୍ତର ଏସ ଏସ ପତି ଓ ଡାକ୍ତର ଆର କେ ବେହେରା, ବହୁ ବରିଷ୍ଠ ଡାକ୍ତର ଏବଂ ଡ଼ିଏନବି ଡାକ୍ତରୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ନିଜର ଅଭିଭାଷଣରେ ଶ୍ରୀ ଅଶ୍ଵିନୀ କୁମାର ଆଇଜିଏଚରେ ରୋଗୀମାନଙ୍କୁ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ଡ଼ିଏନବି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନର ଭୂୟସୀ ପ୍ରଶଂସା କରିଥିଲେ। ଡାକ୍ତରମାନଙ୍କୁ ଭଗବାନଙ୍କ ଦ୍ଵିତୀୟ ରୂପ ଭାବେ ବର୍ଣ୍ଣନା କରି ଶ୍ରୀ କୁମାର ଡାକ୍ତରମାନଙ୍କୁ ସେମାନଙ୍କର ସେବାରେ ନିଷ୍ଠାପରତା ବଜାୟ ରଖି ସମସ୍ତଙ୍କ ମଧ୍ୟରେ ଖୁସି ବାଣ୍ଟିବା ପାଇଁ ପରାମର୍ଶ ଦେଇଥିଲେ ।

ନିଜର ବକ୍ତବ୍ୟରେ ଶ୍ରୀ ଚଟ୍ଟରାଜ ଡାକ୍ତର ଓ ଶିକ୍ଷକଙ୍କ ବୃତ୍ତିକୁ ସର୍ବୋତ୍ତମ ରୂପେ ଉଲ୍ଲେଖ କରିଥିଲେ ଯେଉଁମାନେ ସବୁ ବୟସରେ ଶ୍ରଦ୍ଧା ଓ ସମ୍ମାନ ପାଇଥାନ୍ତି ।ଉପଲବ୍ଧ ଭିତ୍ତିଭୂମି, ସୁବିଧା ସୁଯୋଗ ଏବଂ ସମ୍ବଳର ସର୍ବଶ୍ରେଷ୍ଠ ଉପଯୋଗ କରି ରୋଗୀମାନଙ୍କୁ ସର୍ବୋତ୍ତମ ସେବା ପହଞ୍ଚାଇବା ନିମନ୍ତେ ସେ ଡାକ୍ତରମାନଙ୍କୁ ଆହ୍ଵାନ ଜଣାଇଥିଲେ।

ଡକ୍ଟର ପତି ନିଜର ଅଭିଭାଷଣରେ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଗରିବ ରୋଗୀଙ୍କ ନିଃସ୍ଵାର୍ଥପର ସେବା କରିବା ପାଇଁ ପରାମର୍ଶ ଦେଇଥିଲେ ଯାହା ସେମାନଙ୍କୁ ପ୍ରତିବଦଳରେ ଅପାର ଆନନ୍ଦ ପ୍ରଦାନ କରିବ।  ବାର୍ଷିକୋତ୍ସବ ପାଳନ ଅବସରରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। 

ପ୍ରାରମ୍ଭରେ ଡକ୍ଟର ଆର କେ ବେହେରା ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଆଇଜିଏଚରେ ଡ଼ିଏନବି ପାଠ୍ୟକ୍ରମ ଉପରେ ଏକ ସଂକ୍ଷିପ୍ତ ବିବରଣୀ ରଖିଥିଲେ। ଡ଼ିଏନବି ଆସୋସିଏସନର ସାଧାରଣ ସମ୍ପାଦିକା ଡକ୍ଟର ଡ଼ି ଭାନୁ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ସଭାପତି, ଡକ୍ଟର ବିକ୍ରାନ୍ତ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଉତ୍ସବକୁ ଡକ୍ଟର ଅଙ୍କିତା ଅଗ୍ରୱାଲ ଏବଂ ଡକ୍ଟର ପାରମିତା ଚୌଧୁରୀ  ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡାକ୍ତର ଓ ଅତିଥିମାନେ ସୁମଧୁର ସଙ୍ଗୀତ ପରିବେଷଣ କରିଥିଲେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ଶାସ୍ତ୍ରୀୟ ନୃତ୍ୟ କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା। ଡ଼ିଏନବି ସପ୍ତାହ ପାଳନ ଅବସରରେ ଏକ ସ୍ଲାଇଡ ସୋ ପ୍ରସ୍ତୁତ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଜାତୀୟ ପରୀକ୍ଷା ବୋର୍ଡରୁ ସ୍ୱୀକୃତି ଲାଭ କରି ଇସ୍ପାତ ଜେନେରାଲ ହସ୍ପିଟାଲରେ ୨୦୦୬ ମସିହାରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ସ୍ନାତକୋତ୍ତର ପ୍ରଶିକ୍ଷଣ ପ୍ରଦାନ କରୁଛି ।

0
0
0
s2sdefault